ପୃଷ୍ଠା:Odisha Rajanitira Itihasa.pdf/୨୯୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ନିର୍ବାଚନ ସମୟର ବିଶେଷ ଉଲ୍ଲେଖନୀୟ ଘଟଣା ହେଲା ବିଜୁ ଜନତା ଦଳର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତ‌ଥା ପ୍ରମୁଖ ନେତା ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର । ଏପରି ଚତୁରତାର ସହ ଏହି ବହିଷ୍କାର କରାଗଲା ଯେ ସେ ନିର୍ବାଚନରେ ସ୍ୱ।ଧୀନ ପ୍ର।ର୍ଥୀ ଭ।ବରେ ବି ପ୍ରତିଦ୍ୱନ୍ଦିତ। କରିପାରିଲେ ନାହିଁ । ଏହି ଘଟଣା ଓଡ଼ିଶାବାସୀ ଓ ରାଜନେତାମାନଙ୍କୁ ବିସ୍ମିତ କରିିଥିଲା । ତାଙ୍କ ସ୍ଥାନରେ ବିଜେଡ଼ି ତରଫରୁ ଅତନୁ ସବ୍ୟସାଚୀ ନାୟକଙ୍କୁ ପାଟକୁରାରୁ ପ୍ର।ର୍ଥୀ କରାଗଲା । ଫଳରେ ଅନନ୍ୟୋପାୟ ହୋଇ ବିଜୟ ମହାପାତ୍ର ପାଟକୁର। ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସ ତରଫରୁ ନିର୍ବାଚନ ଲଢ଼ୁିବା ତ୍ରିଲୋଚନ ବେହେରାଙ୍କୁ ସମର୍ଥନ ଜଣାଇଲେ । ଦୁଇଜଣଙ୍କ ମଧ୍ୟରେ ବୁଝାମଣା ରହିଲା କି ତ୍ରିଲୋଚନ ବେହେରା ନିର୍ବାଚିତ ହେଲେ ଇସ୍ତଫା ପ୍ରଦାନ କରି ବିଜୟ ମହାପାତ୍ରଙ୍କପାଇଁ ଆସନଟି ଛାଡ଼ି ଦେବେ । ସେଠାରୁ ବିଜୟ ମହାପାତ୍ର ଅନାୟାସରେ ସ୍ୱାଧୀନ ପ୍ର।ର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିବେ । ଯାହା ହେଉ,

୨୯୦ ଓଡ଼ିଶା ରାଜନୀତିର ଇତିହାସ