ପୃଷ୍ଠା:Odisha Rajanitira Itihasa.pdf/୩୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହିଲା ଅର୍ଥ ବିଭାଗ ସମେତ ସଂସଦୀୟ ବ୍ୟାପାର ବିଭାଗ । ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗକୁ ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଛଡାଇ ନେଇ ନିଜ ହାତରେ ରଖିଲେ । ପଞ୍ଚାନନ କାନୁନ୍‍ଗୋ ହେଲେ ଏହି ବିଭାଗର ରାଷ୍ଟ୍ରମନ୍ତ୍ରୀ । ସେହିପରି ପ୍ରଶାନ୍ତ ନନ୍ଦଙ୍କ ସ୍ଥାନରେ ଭାଜପାରୁ ହିମାଂଶୁ ଶେଖର ମେହେରଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଗ୍ରହଣ କରାଗଲା । ବିଜୁ ଜନତାଦଳର ରାଷ୍ଟ୍ରମନ୍ତ୍ରୀ ଥିବା ଦେବୀ ପ୍ରସାଦ ମିଶ୍ରଙ୍କୁ ବାଦ୍‍ ଦିଆଯାଇ ତାଙ୍କ ସ୍ଥାନରେ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରାଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବରେ ଗ୍ରହଣ କରାଗଲା ।

ବିଜୁ ଜନତା ଦଳ ଓ ଭାରତୀୟ ଜନତା ଦଳ ମଧ୍ୟରେ ବୁଝାମଣା ସହକାରେ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରାଯାଇଥିଲେ ମଧ୍ୟ ମ୍ୟୁନିସିପାଲିଟି ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଓ କଟକ, ଭୁବନେଶ୍ୱର ମହାନଗର ନିଗମର ନିର୍ବାଚନରେ ପୂର୍ଣ୍ଣଭାବରେ ଆସନ ବୁଝାମଣା ନହୋଇ କେତେକ ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେ଼ଇ ହେବ ବୋଲି ସ୍ଥିର ହେଲା । ହେଲେ ଏହି ବନ୍ଧୁତ୍ୱପୂର୍ଣ୍ଣ ଲଢେ଼ଇ ବୀଭତ୍ସ ପ୍ରତିଦ୍ୱନ୍ଦ୍ୱିତାରେ ପରିଣତ ହେଲା, ବିଶେଷକରି କଟକ ମହାନଗର ନିର୍ବାଚନରେ । ମେଣ୍ଟ ଦଳର ଅନ୍ୟତମ ପ୍ରମୁଖ ନେତା କଟକନଗର ଭାଜପା ବିଧାୟକ ତା ମନ୍ତ୍ରୀ ସମୀର ଦେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଷୋଦ୍‍ଗାର କଲେ । ସମୀର ଦେ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଏହି ବିବାଦ ଉଗ୍ର ରୂପ ଧାରଣ କଲା । ଯାହାହେଉ ପ୍ରତ୍ୟେକ ସ୍ଥାନରେ ଭାଜପାା ଓ ବିଜେଡ଼ି ମିଳିତ ପରିଷଦ ଗଠନ କଲେ । କଟକରେ ଭାଜପାର ମେୟର ଓ ବିଜେଡ଼ିର ଡେପୁଟି ମେୟର ଏବଂ ଭୁବନେଶ୍ୱରରେ ବିଜେଡ଼ିର ମେୟର ଭାଜପାର ଡେପୁଟି ମେୟର ଆସନ ଅଳଙ୍କୃତ କଲେ ।

ଦ୍ୱାଦଶ ବିଧାନସଭାର ପ୍ରଥମ ବୈଠକ ୨୦୦୦ ମସିହା ୨୨ ମାର୍ଚ୍ଚରେ ଅନୁଷ୍ଠିତ ହୋଇ ୨୦୦୪ ମସିହା ଫେବ୍ରୁଆରି ୬ ତାରିଖରେ ସମାପ୍ତ ଘୋଷଣା ହୋଇଥିଲା । ଦ୍ୱାଦଶ ବିଧାନସଭାରେ ସର୍ବମୋଟ ୧୩ ଗୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ସମୁଦାୟ ୨୧୪ ଦିନ ବୈଠକ ବସିିଥିଲା ।

ତ୍ରୟୋଦଶ ଓଡ଼ିଶା ବିଧ।ନସଭା ନିର୍ବାଚନ : ଓଡ଼ିଶାରେ ଦ୍ୱିତୀୟର ପାଇଁ ଭାଜପା-ବିଜେଡ଼ି ମେଣ୍ଟ ସରକାର ଓ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ୟୁ.ପି.ଏ. ସରକାର:

ଚତୁର୍ଦ୍ଦଶ ଲୋକସଭା ନିର୍ବାଚନ ନିମନ୍ତେ ଭାରତର ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲା । ଏହି ସମୟରେ ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ପୂରିବାପାଇଁ ବାକିଥାଏ ଆଉ ମାତ୍ର ଏକବର୍ଷ । ମୁଖ୍ୟମନ୍ତ୍ରୀ ଚାହିଁଲେ, ଏକ ବର୍ଷ ପୂର୍ବରୁ ଲୋକସଭା ନିର୍ବାଚନ ସହ ଓଡ଼ିଶା ବିଧାନସଭାର ନିର୍ବାଚନ ହେଉ । ଓଡ଼ିଶା ବିଧାନସଭାକୁ ଭାଙ୍ଗିଦେବାପାଇଁ ସେ ସୁପାରିଶ କଲେ । ତାହା କାର୍ଯ୍ୟକାରୀ ହେଲା । କାରଣଟି ହେଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ


୩୦୦ ଓଡ଼ିଶା ରାଜନୀତିର ଇତିହାସ