ପୃଷ୍ଠା:Odisha Rajanitira Itihasa.pdf/୩୦୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମେଣ୍ଟ ସରକାର ଗଠନ କଲେ । ବାମଦଳର ପ୍ରମୁଖ ନେତା ସୋମନାଥ ଚାଟାର୍ଜୀ ଲୋକସଭା ବାଚସ୍ପତି ନିର୍ବାଚିତ ହେଲେ ଓ ଡକ୍ଟର ମନମୋହନ ସିଂହ ହେଲେ ପ୍ରଧାନମନ୍ତ୍ରୀ । ଶ୍ରୀମତୀ ସୋନିଆ ଗାନ୍ଧି ହେଲେ ୟୁପିଏର ଅଧ୍ୟକ୍ଷା ।

ଚତୁର୍ଦ୍ଦଶ ଲୋକସଭା ସଦସ୍ୟ (୨୦୦୪) :

ମୟୂରଭଞ୍ଜ ସୁଦାମ ମାରାଣ୍ଡି ଜେ.ଏମ୍‍.ଏମ୍‍
ବାଲେଶ୍ୱର ମହାମେଘ ବାହନ ଐର ଖାରବେଳ ସ୍ୱାଇଁ ବିଜେପି
ଭଦ୍ରକ ଅର୍ଜୁନ ସେଠି ବିଜେଡ଼ି
ଯାଜପୁର ମୋହନ ଜେନା ବିଜେଡ଼ି
କେନ୍ଦ୍ରାପଡ଼ା ଅର୍ଚ୍ଚନା ନାୟକ ବିଜେଡ଼ି
କଟକ ଭର୍ତ୍ତୃହରି ମହତାବ ବିଜେଡ଼ି
ଜଗତସିଂହପୁର ବ୍ରହ୍ମାନନ୍ଦ ପଣ୍ଡା ବିଜେଡ଼ି
ପୁରୀ ବ୍ରଜକିଶୋର ତ୍ରିପାଠୀ ବିଜେଡ଼ି
ଭୁବନେଶ୍ୱର ପ୍ରସନ୍ନ କୁମାର ପାଟ୍ଟଶାଣୀ ବିଜେଡ଼ି
ଆସ୍କା ହରିହର ସ୍ୱାଇଁ ବିଜେଡ଼ି
ବ୍ରହ୍ମପୁର ଚନ୍ଦ୍ରଶେଖର ସାହୁ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗୋ କଂଗ୍ରେସ
ନବରଂଗପୁର ପର୍ଶୁରାମ ମାଝି ବିଜେପି
କଳାହାଣ୍ଡି ବିକ୍ରମ କେଶରୀ ଦେଓ ବିଜେପି
ଫୁଲବାଣୀ ସୁଗ୍ରୀବ ସିଂହ ବିଜେଡ଼ି
ବଲାଙ୍ଗୀର ସଂଗୀତାକୁମାରୀ ସିଂହଦେଓ ବିଜେପି
ସମ୍ବଲପୁର ପ୍ରସନ୍ନ ଆଚାର୍ଯ୍ୟ ବିଜେଡ଼ି
ଦେବଗଡ଼ ଧର୍ମେନ୍ଦ୍ର ପ୍ରଧାନ ବିଜେପି
ଢେଙ୍କାନାଳ ତ‌ଥାଗତ ସତପଥୀ ବିଜେଡ଼ି
ସୁନ୍ଦରଗଡ଼ ଜୁଏଲ୍‍ ଓରାମ୍‍ ବିଜେପି
କେନ୍ଦୁଝର ଅନନ୍ତ ନାୟକ ବିଜେପି


ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ରାଷ୍ଟ୍ରମନ୍ତ୍ରୀ ପଦରେ ଅଧିଷ୍ଠିତ ହେଲେ ।

ଓଡ଼ିଶା ବିଧାନସଭାର ପୂର୍ବ ନିର୍ବାଚନରେ ବିଜେଡ଼ି ହାସଲ କରିିଥିବା ୬୮ ଆସନ ଜାଗାରେ ଏଥର ପାଇଲା ୬୧ଟି ଆସନ । ଭାରତୀୟ ଜନତା ପାର୍ଟି ୩୮ଟି ସ୍ଥାନରେ ହାସଲ କଲା ୩୨ଟି

ଆସନ । ମେଣ୍ଟ ଦଳର ଆସନ ସଂଖ୍ୟା ହ୍ରାସ ପାଇଲା ଏବଂ କଂଗ୍ରେସର ଆସନ ସଂଖ୍ୟା ୨୬ରୁ

୩୦୨ ଓଡ଼ିଶା ରାଜନୀତିର ଇତିହାସ