ପୃଷ୍ଠା:Odisha Rajanitira Itihasa.pdf/୩୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସମୀର ଦେ : ଉଚ୍ଚଶିକ୍ଷା, ସାଧାରଣ ଅଭିଯୋଗ ଏବଂ ପେନ୍‍ସନ
ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ : ଅର୍ଥ
ବିଶ୍ୱଭୂଷଣ ହରିଚନ୍ଦନ : ଗ୍ରାମ୍ୟ ଉନ୍ନୟନ, ଶିଳ୍ପ ଓ ଆଇନ
ପ୍ରମିଳା ମଲ୍ଲିକ : ମହିଳା ଓ ଶିଶୁ କଲ୍ୟାଣ
ଗୋଲୋକବିହାରୀ ନାୟକ : ମତ୍ସ୍ୟ ଓ ପଶୁ ସମ୍ପଦ ବିିକାଶ, ବୟନ ଶିଳ୍ପ ଓ ହସ୍ତତନ୍ତ ଶିଳ୍ପ
ସୁରେନ୍ଦ୍ର ନାଥ ନାୟକ : କୃଷି
ସୂର୍ଯ୍ୟନାରାୟଣ ପାତ୍ର : ଶକ୍ତି, ପର୍ଯ୍ୟଟନ ଓ ସୂଚନା ବିଜ୍ଞାନ
ଡା. ଦାମୋଦର ରାଉତ : ପଞ୍ଚାୟତିରାଜ ଓ ସଂସ୍କୃତି
ବିଜୟଶ୍ରୀ ରାଉତରାୟ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ମନମୋହନ ସାମଲ : ରାଜସ୍ୱ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ
ଅନଙ୍ଗ ଉଦୟ ସିଂହଦେଓ : ପୂର୍ତ୍ତ ଓ ଗୃହ ନିର୍ମାଣ
କନକବର୍ଦ୍ଧନ ସିଂହଦେଓ : ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ


ରାଷ୍ଟ୍ର ମନ୍ତ୍ରୀ :

ବଳଭଦ୍ର ମାଝି : ଅନୁସୂଚିତ ଜାତି ଉପଜାତି ବିକାଶ
ଜୟ ନାରାୟଣ ମିଶ୍ର : ବାଣିଜ୍ୟ ଓ ପରିବହନ
ପ୍ରଦୀପ୍ତ କୁମାର ନାୟକ : ଶ୍ରମ ଓ ନିୟୋଜନ
ରବି ନାରାୟଣ ନନ୍ଦ : ବିଜ୍ଞାନ ଓ କାରିଗରୀ (ସ୍ୱାଧୀନ) ଜଳସଂପଦ
ଦେବାଶିଷ ନାୟକ : ସୂଚନା ଓ ଲୋକସଂପର୍କ, କ୍ରୀଡ଼ା ଓ ଯୁବବ୍ୟାପାର
ସୁରମା ପାଢ଼ୀ : ସମବାୟ
ନଗେନ୍ଦ୍ର କୁମାର ପ୍ରଧାନ : ବିଦ୍ୟାଳୟ ଓ ଗଣଶିକ୍ଷା

ପୁନର୍ବାର ନବୀନ ପଟ୍ଟନାୟକଙ୍କର ଏହି ମିଳିତ ମନ୍ତ୍ରିମଣ୍ଡଳ ୧୭.୫.୨୦୦୬ ତାରିଖରେ ବିଭାଗ ଅଦଳ ବଦଳ ସହ ପୁନର୍ଗଠିତ ହେଲା । କେତେଜଣ କ୍ୟାବିନେଟ୍‍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଗଲା । ସେମାନେ ହେଲେ କ୍ୟାବିନେଟ୍‍ ମନ୍ତ୍ରୀ କାଳିନ୍ଦୀ ବେହେରା, ଡାକ୍ତର ଦାମୋଦର ରାଉତ ଓ ବିଜୟଶ୍ରୀ ରାଉତରାୟ ଏବଂ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ମାନେ ହେଲେ ବଳଭଦ୍ର ମାଝି ଓ ରବିନାରାୟଣ ନନ୍ଦ । ପୂର୍ବରୁ ସ୍ୱାଧୀନ ଭାବରେ ରାଷ୍ଟ୍ରମନ୍ତ୍ରୀ ଥିବା ନଗେନ୍ଦ୍ର ପ୍ରଧାନ ୨୩-୩-୨୦୦୬ରେ ନିଜ ପଦରୁ ଇସ୍ତଫା ଦେଇସାରିଥିଲେ ।

ଏହି ମନ୍ତ୍ରୀମାନଙ୍କ ସ୍ଥାନରେ ତିନିଜଣ କ୍ୟାବିନେଟ୍‍ ଓ ତିନିଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ନିଆଗଲା । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ମାନ୍ୟବର ରାଜ୍ୟପାଳ ଏହି ମନ୍ତ୍ରୀମାନଙ୍କୁ ୧୭.୫.୨୦୦୬ରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ । ସେହି ନୂତନ ମନ୍ତ୍ରୀ ଓ ସେମାନଙ୍କ ବିଭାଗଗୁଡ଼ିକ୩୦୪ . ଓଡ଼ିଶା ରାଜନୀତିର ଇତିହାସ