ପୃଷ୍ଠା:Odisha Rajanitira Itihasa.pdf/୩୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ରେଢ଼ାଖୋଲ ସନାତନ ବିଶି ବିଜେଡ଼ି
ଦେବଗଡ଼ ନିତେଶ ଗଙ୍ଗଦେବ କଂଗ୍ରେସ
ସୁନ୍ଦରଗଡ଼ ସୁଷମା ପଟେଲ୍ (ଉପନିର୍ବାଚନ) ବିଜେପି
ତଳସରା ଡାକ୍ତର ପ୍ରଫୁଲ୍ଲ ମାଝି (ଉପନିର୍ବାଚନ) କଂଗ୍ରେସ
ରାଜଗାଙ୍ଗପୁର ଗ୍ରିଗୋରୀ ମିଞ୍ଜ କଂଗ୍ରେସ
ବୀରମିତ୍ରପୁର ନୀହାର ସୁରିନ୍ ଜେ.ଏମ୍.ଏମ୍.
ରାଉରକେଲା ସାରଦା ପ୍ରସାଦ ନାୟକ ବିଜେଡ଼ି
ରଘୁନାଥ ପାଲ୍ଲୀ ହଲୁମୁଣ୍ଡାରି ଜେଏମ୍‌ଏମ୍
ବଣେଇ ଲକ୍ଷ୍ମଣ ମୁଣ୍ଡା ମାକ୍ସବାଦୀ କମ୍ୟୁ.
ଚମ୍ପୁଆ ଧନୁର୍ଜୟ ସିଦୁ କଂଗ୍ରେସ
ପାଟଣା ଗୌରହରି ନାୟକ ବିଜେପି
କେନ୍ଦୁଝର ମୋହନ ଚରଣ ମାଝି ବିଜେପି
ତେଲକୋଇ ନୀଳାଦ୍ରି ନାୟକ କଂଗ୍ରେସ
ରାମଚନ୍ଦ୍ରପୁର ନିରଞ୍ଜନ ପଟ୍ଟନାୟକ କଂଗ୍ରେସ
ଆନନ୍ଦପୁର ଜୟଦେବ ଜେନା କଂଗ୍ରେସ

ଉଲ୍ଲେଖନୀୟ ଘଟଣା ହେଲା, ଓଡ଼ିଶା ବିଧାନସଭାର ବାଚସ୍ପତି ମହେଶ୍ବର ମହାନ୍ତି ତାଙ୍କ କାର୍ଯ୍ୟକାଳ ପୂରିବା ଆଗରୁ ତା୩୧.୫.୨୦୦୮ରେ ନିଜ ପଦବିରୁ ଇସ୍ତଫା ଦେଲେ । କାରଣ ତାଙ୍କ ନାମରେ କେତେକ ଗୁରୁତର ଅଭିଯୋଗ ଆସିଥିଲା । ଉପବାଚସ୍ପତି ପ୍ରହ୍ଲାଦ ଦୋରା ୧୯.୮.୨୦୦୮ ପର୍ଯ୍ୟନ୍ତ ବାଚସ୍ବତି ଦାୟିତ୍ବରେ ରହିଲେ । ପରେ କିଶୋର କୁମାର ମହାନ୍ତି ବିଧିବଦ୍ଧ ଭାବେ ୧୯.୮.୨୦୦୮ରେ ବାଚସ୍ପତି ନିର୍ବାଚିତ ହୋଇ ୨୫.୫.୨୦୦୯ ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ଚତୁର୍ଦ୍ଦଶ ଓଡ଼ିଶା ବିଧାନସଭା ଓ ପଞ୍ଚଦଶ ଲୋକସଭା ନିର୍ବାଚନ ୨୦୦୯: ରାଜ୍ୟରେ ବିଜେଡ଼ି ସରକାର ଓ କେନ୍ଦ୍ରରେ ପୁଣି ୟୁପିଏ ସରକାର:

ପଞ୍ଚଦଶ ଲୋକସଭା ଓ ଚତୁର୍ଦ୍ଦଶ ଓଡ଼ିଶା ବିଧାନସଭା ନିମନ୍ତେ ନିର୍ବାଚନ ଦୁଇଟି ପର୍ଯ୍ୟାୟ(ପ୍ରଥମ ପର୍ଯ୍ୟାୟ ୧୬.୪.୨୦୦୯ ଓ ଦ୍ବିତୀୟ ୨୭.୪.୨୦୦୯)ରେ ଅନୁଷ୍ଠିତ ହେବା ନିମନ୍ତେ ନିର୍ବାଚନ କମିଶନର ବିଜ୍ଞପ୍ତି ଜାରି କଲେ । ହେଲେ ଏଥର ଲୋକସଭା ଓ ବିଧାନସଭା ଆସନ ନିମନ୍ତେ ବିଜେଡ଼ି ଓ ବିଜେପି ମଧ୍ୟରେ ଆଉ ଆସନ ବୁଝାମଣା ସମ୍ଭବ ହେଲା ନାହିଁ ।

ଓଡ଼ିଶା ରାଜନୀତିର ଇତିହାସ . ୩୧୧