| ରେଢ଼ାଖୋଲ | ସନାତନ ବିଶି | ବିଜେଡ଼ି |
| ଦେବଗଡ଼ | ନିତେଶ ଗଙ୍ଗଦେବ | କଂଗ୍ରେସ |
| ସୁନ୍ଦରଗଡ଼ | ସୁଷମା ପଟେଲ୍ (ଉପନିର୍ବାଚନ) | ବିଜେପି |
| ତଳସରା | ଡାକ୍ତର ପ୍ରଫୁଲ୍ଲ ମାଝି (ଉପନିର୍ବାଚନ) | କଂଗ୍ରେସ |
| ରାଜଗାଙ୍ଗପୁର | ଗ୍ରିଗୋରୀ ମିଞ୍ଜ | କଂଗ୍ରେସ |
| ବୀରମିତ୍ରପୁର | ନୀହାର ସୁରିନ୍ | ଜେ.ଏମ୍.ଏମ୍. |
| ରାଉରକେଲା | ସାରଦା ପ୍ରସାଦ ନାୟକ | ବିଜେଡ଼ି |
| ରଘୁନାଥ ପାଲ୍ଲୀ | ହଲୁମୁଣ୍ଡାରି | ଜେଏମ୍ଏମ୍ |
| ବଣେଇ | ଲକ୍ଷ୍ମଣ ମୁଣ୍ଡା | ମାକ୍ସବାଦୀ କମ୍ୟୁ. |
| ଚମ୍ପୁଆ | ଧନୁର୍ଜୟ ସିଦୁ | କଂଗ୍ରେସ |
| ପାଟଣା | ଗୌରହରି ନାୟକ | ବିଜେପି |
| କେନ୍ଦୁଝର | ମୋହନ ଚରଣ ମାଝି | ବିଜେପି |
| ତେଲକୋଇ | ନୀଳାଦ୍ରି ନାୟକ | କଂଗ୍ରେସ |
| ରାମଚନ୍ଦ୍ରପୁର | ନିରଞ୍ଜନ ପଟ୍ଟନାୟକ | କଂଗ୍ରେସ |
| ଆନନ୍ଦପୁର | ଜୟଦେବ ଜେନା | କଂଗ୍ରେସ |
ଉଲ୍ଲେଖନୀୟ ଘଟଣା ହେଲା, ଓଡ଼ିଶା ବିଧାନସଭାର ବାଚସ୍ପତି ମହେଶ୍ବର ମହାନ୍ତି ତାଙ୍କ କାର୍ଯ୍ୟକାଳ ପୂରିବା ଆଗରୁ ତା୩୧.୫.୨୦୦୮ରେ ନିଜ ପଦବିରୁ ଇସ୍ତଫା ଦେଲେ । କାରଣ ତାଙ୍କ ନାମରେ କେତେକ ଗୁରୁତର ଅଭିଯୋଗ ଆସିଥିଲା । ଉପବାଚସ୍ପତି ପ୍ରହ୍ଲାଦ ଦୋରା ୧୯.୮.୨୦୦୮ ପର୍ଯ୍ୟନ୍ତ ବାଚସ୍ବତି ଦାୟିତ୍ବରେ ରହିଲେ । ପରେ କିଶୋର କୁମାର ମହାନ୍ତି ବିଧିବଦ୍ଧ ଭାବେ ୧୯.୮.୨୦୦୮ରେ ବାଚସ୍ପତି ନିର୍ବାଚିତ ହୋଇ ୨୫.୫.୨୦୦୯ ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କରିଥିଲେ ।
ଚତୁର୍ଦ୍ଦଶ ଓଡ଼ିଶା ବିଧାନସଭା ଓ ପଞ୍ଚଦଶ ଲୋକସଭା ନିର୍ବାଚନ ୨୦୦୯: ରାଜ୍ୟରେ ବିଜେଡ଼ି ସରକାର ଓ କେନ୍ଦ୍ରରେ ପୁଣି ୟୁପିଏ ସରକାର:
ପଞ୍ଚଦଶ ଲୋକସଭା ଓ ଚତୁର୍ଦ୍ଦଶ ଓଡ଼ିଶା ବିଧାନସଭା ନିମନ୍ତେ ନିର୍ବାଚନ ଦୁଇଟି ପର୍ଯ୍ୟାୟ(ପ୍ରଥମ ପର୍ଯ୍ୟାୟ ୧୬.୪.୨୦୦୯ ଓ ଦ୍ବିତୀୟ ୨୭.୪.୨୦୦୯)ରେ ଅନୁଷ୍ଠିତ ହେବା ନିମନ୍ତେ ନିର୍ବାଚନ କମିଶନର ବିଜ୍ଞପ୍ତି ଜାରି କଲେ । ହେଲେ ଏଥର ଲୋକସଭା ଓ ବିଧାନସଭା ଆସନ ନିମନ୍ତେ ବିଜେଡ଼ି ଓ ବିଜେପି ମଧ୍ୟରେ ଆଉ ଆସନ ବୁଝାମଣା ସମ୍ଭବ ହେଲା ନାହିଁ ।
ଓଡ଼ିଶା ରାଜନୀତିର ଇତିହାସ . ୩୧୧