ପୃଷ୍ଠା:Odisha Rajanitira Itihasa.pdf/୩୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡିଶାର ଏହି ବିଧାନସଭା ସଦସ୍ୟମାନଙ୍କୁ ଲଗ।ତାର ଭବରେ ଆଠ ଥର ବିଧାୟିକା ନିର୍ବାଚିତ ହୋଇଥିବା ଶ୍ରୀମତୀ ସୁଜ୍ଞାନ କୁମାରୀ ଦେଓ ଶପଥ ପାଠ କରାଇଲେ । ଶ୍ରୀ ପ୍ରଦୀପ କୁମାର ଅମାତ ଓ ଶ୍ରୀ ଲାଲବିହାରୀ ହିମିରିକା ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ଭାବରେ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହେଲେ ଓ ୨୫.୫.୨୦୦୯ ଠାରୁ କାର୍ଯ୍ୟଭାର ଗ୍ରହଣ କଲେ । ଭାରତୀୟ ଜାତୀୟ କଂଗ୍ରେସର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ଭୂପିନ୍ଦର ସିଂହ ବିରୋଧିଦଳ ନେତା ମାନ୍ୟତା ଲାଭ କରି ୨୭.୫.୨୦୦୯ ତାରିଖରେ ଦାୟିତ୍ୱ ଗ୍ରହଣ କଲେ ।

ନବୀନ ପଟ୍ଟନାୟକ ବିଜେଡ଼ି ବିଧାୟକ ଦଳର ନେତା ନିର୍ବାଚିତ ହୋଇ ମନ୍ତ୍ରିମଣ୍ଡଳ ଗଠନ ନିମନ୍ତେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କୁ ସାକ୍ଷାତ

ଓଡ଼ିଶା ରାଜନୀତିର ଇତିହାସ . ୩୧୯