ପୃଷ୍ଠା:Odisha Rajanitira Itihasa.pdf/୩୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ରମେଶ ଚନ୍ଦ୍ର ମାଝି : ବିଜ୍ଞାନ, ବୈଷୟିକ ଓ ସୂଚନା ବିଜ୍ଞାନ
ସଂଜୀବ କୁମାର ସାହୁ : ବାଣିଜ୍ୟ ଓ ପରିବହନ
ସାରଦା ପ୍ରସାଦ ନାୟକ : ଖାଦ୍ୟ ଓ ଯୋଗାଣ, ଖାଉଟିକଲ୍ୟାଣ


ରାଷ୍ଟ୍ର ମନ୍ତ୍ରୀ:

ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ : ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ

ପୁନର୍ବାର ମୁଖ୍ୟମନ୍ତ୍ରୀ ଏହି ମନ୍ତ୍ରିମଣ୍ଡଳରେ ୧୦.୫.୨୦୧୧ତାରିଖରେ ବିଭାଗ ଅଦଳବଦଳ କରିବା ସହ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କଲେ ।

ଏଥିରେ କେତେକ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଗଲା । ସେମାନେ ହେଲେ, କ୍ୟାବିନେଟ୍‍ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ବିଜୟ ରଂଜନ ସିଂହ ବରିହା, ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ । ଆଗରୁ ପ୍ରମିଳା ମଲ୍ଲିକ ଡାଲି ଦୁର୍ନୀତିପାଇଁ ଇସ୍ତଫା ଦେଇଥିବାରୁ ଗୋଟିଏ କ୍ୟାବିନେଟ୍‍ ପାହ୍ୟା ମନ୍ତ୍ରୀ ପଦ ଖାଲିଥିଲା ।

ଏମାନଙ୍କ ସ୍ଥାନରେ ୧୦-୫-୨୦୧୧ତାରିଖରେ ପାଞ୍ଚଜଣଙ୍କୁ କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ ଗ୍ରହଣ କରାଗଲା । ନୂତନ ମନ୍ତ୍ରୀ ଓ ସେମାନଙ୍କ ବିଭାଗଗୁଡ଼ିକ ହେଲା:

ଓଡ଼ିଶା ରାଜନୀତିର ଇତିହାସ . ୩୨୧