ପୃଷ୍ଠା:Odisha Rajanitira Itihasa.pdf/୩୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଦୀପ ମହାରଥୀ- କୃଷି, ମହେଶ୍ୱର ମହାନ୍ତି- ପଞ୍ଚାୟତିରାଜ, ଉଷା ଦେବୀ- ବିଜ୍ଞାନ ଓ କାରିଗରୀ, ଲାଲ୍‍ ବିହାରୀ ହିମିରିକା- ଅନୁସୂଚିତ ଜାତି ଓ ଉପଜାତି ବିକାଶ, ସଂଖ୍ୟାଲଘୁ ଓ ଅନୁନ୍ନତ ବର୍ଗର କଲ୍ୟାଣ । ଅଞ୍ଜଳି ବେହେରା- ମହିଳା ଓ ଶିଶୁ କଲ୍ୟାଣ । ପୂର୍ବରୁ ଲାଲବିହାରୀ ହିମିରିକା ଥିଲେ ଉପବାଚସ୍ପତି ଓ ଅଞ୍ଜଳି ବେହେରା ଥିଲେ ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ । ଶ୍ରୀମତୀ ବେହେରାଙ୍କୁ କ୍ୟାବିନେଟ୍‍ ପାହ୍ୟାକୁ ପଦୋନ୍ନତି ପ୍ରଦାନ କରାଗଲା ।

ଏହା ବ୍ୟତୀତ କେତେକ ମନ୍ତ୍ରୀଙ୍କ ବିଭାଗରେ ମଧ୍ୟ ସାମାନ୍ୟ ଅଦଳ ବଦଳ କରାଗଲା । ଅନଙ୍ଗ ଉଦୟ ସିଂହଦେଓଙ୍କୁ ଅବକାରୀ, ଦେବୀ ପ୍ରସାଦ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ, ପ୍ରଫୁଲ୍ଲ କୁମାର ସାମଲଙ୍କୁ ସମବାୟ, ପର୍ଯ୍ୟଟନ ଓ ସଂସ୍କୃତି; ପ୍ରଫୁଲ୍ଲ ଚନ୍ଦ୍ର ଘଡା଼ଇଙ୍କୁ ସାଧାରଣ ଉଦ୍ୟୋଗ; ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରଦାନ କରାଗଲା ।

ବିଧାନସଭାର ଉପବାଚସ୍ପତି ଶ୍ରୀ ଲାଲବିହାରୀ ହିମିରିକା ମନ୍ତ୍ରିମଣ୍ଡଳରେ ଯୋଗଦାନ କରିବାରୁ ନିଜ ପଦବିରୁ ଇସ୍ତଫା ପ୍ରଦାନ କଲେ । ତାଙ୍କ ସ୍ଥାନରେ ଶ୍ରୀ ସାନନ୍ଦ ମାରାଣ୍ଡି ସର୍ବସମ୍ମତିକ୍ରମେ ୧୭.୮.୨୦୧୧ରେ ଉପବାଚସ୍ପତି ଭାବରେ ନିର୍ବାଚିତ ହୋଇ ସେହିଦିନ ଦାୟିତ୍ୱ ଗ୍ରହଣ କଲେ ।

'ଓରିଶା' ହେଲା 'ଓଡ଼ିଶା'- 'ଓରିଆ' ହେଲା 'ଓଡ଼ିଆ'

ଇଂରାଜିରେ ଉଚ୍ଚାରିତ ଆମ ରାଜ୍ୟର ନାମ 'ଓରିଶା' (Orissa) ହେଲା 'ଓଡ଼ିଶା'(Odisha) ଓ ଆମ ଭାଷାର ଇଂରାଜି ଉଚ୍ଚାରଣ 'ଓରିଆ' (Oriya) ହେଲା 'ଓଡ଼ିଆ' (Odia) । ସେହିପରି ଆମ ସଂବିଧାନରେ ଆମ ରଜ୍ୟର ନାମ ହିନ୍ଦିରେ ଲେଖାହୋଇଛି 'ଉଡ଼ିଶା' । ତାହା ମଧ୍ୟ ବଦଳିଯାଇ ହେଲା 'ଓଡ଼ିଶା' । ଓଡ଼ିଶା, ଓଡ଼ିଆ- ଏହି ଜାତୀୟ ସ୍ୱୀକୃତି ବିଲ୍‍ଟି ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ କର୍ତ୍ତା ମହାମାନ୍ୟ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭାଦେବୀ ସିଂହ ପାଟିଲଙ୍କ ଅନୁମୋଦନ ଲାଭକରି ଆଇନରେ ପରିଣତ ହୋଇଛି । ଏ ସଂପର୍କିତ ଭାରତ ସରକାରଙ୍କ ଗେଜେଟ ନୋଟିଫିକେସନ୍‍ ପ୍ରକାଶ ପାଇଛି ୪.୧୧.୨୦୧୧ ତାରିଖରେ । ଏହି ବିଜ୍ଞପ୍ତି ଫଳରେ ୧-୧୧-୨୦୧୧ ତାରିଖଠାରୁ ଏହି ସଂଶୋଧିତ ନାମ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି । ଏହି ନାମ ପରିବର୍ତ୍ତନରେ ଓଡ଼ିଶାବାସୀ ଖୁବ୍‍ ଆନନ୍ଦିତ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ନୂତନ ଓଡ଼ିଶା'ର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ପତ୍ର ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ଦେବୀ ସିଂହ ପାଟିଲ୍‌ଙ୍କ ଉଦ୍ଦେଶ୍ୟରେ ଲେଖି ରାଜ୍ୟବାସୀଙ୍କ ପକ୍ଷରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟସାରା ଲୋକେ ଏହି ଖୁସିରେ ସାମିଲ ହେବାପାଇଁ ମୁଖ୍ୟମନ୍ତ୍ରୀ ୫-୧୧-୨୦୧୧ ତାରିଖ ଶନିବାର ଦିନଟିକୁ ଛୁଟି ଘୋଷଣା କରିିଥିଲେ । ଫଳରେ୩୩୨ . ଓଡ଼ିଶା ରାଜନୀତିର ଇତିହାସ