ପୃଷ୍ଠା:Odisha Rajanitira Itihasa.pdf/୩୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମସ୍ତ ସରକାରୀ, ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟ, ସ୍କୁଲ୍‍, କଲେଜ ଆଦି ବନ୍ଦ ରହିିଥିଲା । ନେଗୋସିଏବଲ୍‍ ଇନ୍‍ଷ୍ଟ୍ରୁମେଣ୍ଟ ଆକ୍ଟ ଅନୁଯାୟୀ ବ୍ୟାଙ୍କ୍‍ ଓ ବ୍ୟାଙ୍କିଙ୍ଗ୍‍ ଅନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ସେଦିନଟି ଛୁଟି ଘୋଷଣା ହେଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସନ୍ଧ୍ୟାରେ (୦୪.୧୧.୨୦୧୧) ପୁଲିସ୍‍ କମିସନରେଟ୍‍ଙ୍କ ପକ୍ଷରୁ ରାଜ୍ୟ ସଚିବାଳୟଠାରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

'ଓଡ଼ିଶା' ଓ 'ଓଡ଼ିଆ' ନାମ ପରିବର୍ତ୍ତନ ପାଇଁ ୨୦୦୮ ମସିହା ଜୁନ୍‍ ମାସ ୯ ତାରିଖରେ ପ୍ରଥମେ ରାଜ୍ୟ କ୍ୟାବିନେଟ୍‍ରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ପ୍ରସ୍ତାବଟି ୨୦୦୮ ମସିହା ଅଗଷ୍ଟ ୮ ତାରିଖରେ ରାଜ୍ୟ ବିଧାନସଭାରେ ଆଗତ ହୋଇ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲ। । ପରେ ନୂତନ ଲୋକସଭା ଗଠନ ପରିପ୍ରେକ୍ଷୀରେ ଏହି ପ୍ରସ୍ତାବ ରାଜ୍ୟ ବିଧାନସଭାରେ ସଂଶୋଧିତ ହୋଇ କେନ୍ଦ୍ରକୁ ପଠାଯାଇଥିଲା । କେନ୍ଦ୍ର ସରକାର ୨୦୦୯ ସେପ୍ଟେମ୍ବର ମାସରେ ଏହି ପ୍ରସ୍ତାବକୁ ଅନୁମୋଦନ କରିିଥିଲେ । ୨୦୧୦ ମସିହା ବଜେଟ୍‍ ଅଧିବେଶନରେ ଏହି ନାମପରିବର୍ତ୍ତନ ସଂକ୍ରାନ୍ତ ବିଲ୍‍ ଲୋକସଭାରେ ଗୃହୀତ ହୋଇ ପାରିଲା ନାହିଁ । କାରଣ ସେହି ସମୟରେ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଭିନ୍ନ ମତ ଦେଇ ସଂଶୋଧନ ପ୍ରସ୍ତାବ ଦେଇଥିଲେ । ଫଳରେ କିଛିଦିନ ଧରି ଏ ସଂପର୍କରେ ଚର୍ଚ୍ଚା ଆଲୋଚନା ଚାଲିଲା । ୨୦୧୦ ମସିହା ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ଚିଦାମ୍ବରମ୍‍ ଏହି ବିଲ୍‍କୁ ଲୋକସଭାରେ ଆଗତ କଲେ । ଏହି ବିଲ୍‌ର ଆଲୋଚନା ସମୟରେ ସାଂସଦ ଶ୍ରୀ ମହତାବ ଆଉ ତାଙ୍କ ସଂଶୋଧନ ପ୍ରସ୍ତାବକୁ ଦୋହରାଇଲେ ନାହିଁ । ବିଲ୍‍ ପାରିତ ହେବାପାଇଁ ଇଲେକ୍ଟ୍ରୋନିକ୍‌ସ ଭୋଟିଂ ଜରିଆରେ ହୋଇଥିବା ମତଦାନରେ ବିଲ୍‍ ସପକ୍ଷରେ ୨୯୪ଟି ଭୋଟ୍‍ ମିଳିଥିଲା । ବିପକ୍ଷରେ କୌଣସି ଭୋଟ୍‍ ପଡ଼ିନଥିଲା । ପରେ ଏହି ବିଲ୍‍ ରାଜ୍ୟସଭାରେ ଗୃହୀତ ହୋଇ ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନ୍‌ରେ ପରିଣତ ହେଲା ।

ନବରଙ୍ଗପୁର ଓ ଆଠଗଡ଼ ଉପନିର୍ବାଚନ:

ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନମଣ୍ଡଳୀ (୦୭୩- ଅନୁସୂଚିତ ଉପଜାତି)ର ବିଜେଡ଼ି ଦଳର ନିର୍ବାଚିତ ବିଧାୟକ ଶ୍ରୀ ଜଗବନ୍ଧୁ ମାଝିଙ୍କ ହତ୍ୟାପରେ ଆସନଟି ଖାଲି ପଡ଼ିଲା । ଫଳରେ ଏଥିପାଇଁ ଉପନିର୍ବାଚନର ଆବଶ୍ୟକତା ହେଲା । ୩୦-୧୧-୨୦୧୧ ତାରିଖରେ ଏହି ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଶତକଡ଼ା ୭୦ ଭାଗରୁ ଅଧିକ ଭୋଟଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କଲେ । ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ ସୁବାସ ଗଣ୍ଡ ୫୪,୭୧୩ ଭୋଟ ପାଇ ନିର୍ବାଚିତ ହେଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସତ୍ୟବ୍ରତ ଗଣ୍ଡ ୩୨,୮୭୬ ଭୋଟ ପାଇଥିବା ସ୍ଥଳେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀ ଧର୍ମୁ

ଗଣ୍ଡ ୩୩, ୬୫୨ ଭୋଟ ପାଇ ପରାଜିତ ହେଲେ ।

ଓଡ଼ିଶା ରାଜନୀତିର ଇତିହାସ . ୩୨୩