ପୃଷ୍ଠା:Odisha Rajanitira Itihasa.pdf/୩୨୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ଥିତ ଏକ ମାନବାଧିକାର ସଂଗଠନ 'ସର୍ଭାଇଭାଲ୍‍ ଇଣ୍ଟର ନ୍ୟାସନାଲ୍‍'ର ସୂଚନା ଅନୁଯାୟୀ, ଏହି ଆଲୋଚନାଚକ୍ରରେ କେତେକ ମାନବାଧିକାର କର୍ମୀଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦେଇ ଓଡ଼ିଶାରେ ଆଦିବାସୀ ଅଧିକାର ଉଲ୍ଲଙ୍ଘନ କରାଯାଉଥିବା ନେଇ ପ୍ରଶ୍ନକରି ତାଙ୍କୁ ଅଡ଼ୁଆରେ ପକାଇବାର ଯୋଜନା ଥିବାର ଖବର ପାଇ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ବାତିଲ୍ କରିଦେଇଥିଲେ । ନବୀନଙ୍କ ବ୍ରିଟେନ୍‍ ଗସ୍ତ ପୂର୍ବରୁ ସେଠାର କେତେକ ଛାତ୍ର ଓଡ଼ିଶାର ଆଦିବାସୀମାନଙ୍କ ଉପରେ ହୋଇଥିବା ଆକ୍ରମଣ ସଂପର୍କରେ ତ‌ଥ୍ୟ ସମ୍ବଳିତ ଫଟୋକୁ ପ୍ରଦର୍ଶିତ କରିିବାର ଜଣାଯାଏ । ସର୍ଭାଇଭାଲ୍‍ ନିର୍ଦ୍ଦେଶକ ଷ୍ଟିଫେନ୍‍ କୋରୀ କହିଛନ୍ତି "ଓଡ଼ିଶାରେ ଆଦିବାସୀମାନଙ୍କ ଉପରେ ପୁଲିସ୍‍ ଜୁଲମ ଅତ୍ୟନ୍ତ ଉଦ୍‍ବେଗଜନକ । ବିଭିନ୍ନ ପ୍ରକଳ୍ପପାଇଁ ଜମି ଦେଇ ନଥିବା ଆଦିବାସୀଙ୍କୁ ପୁଲିସର ଲାଠିମାଡ଼ଠାରୁ ଆରମ୍ଭ କରି ଗୁଳିମାଡ଼ ସହିବାକୁ ପଡ଼ୁଛି । ଆଦିବାସୀମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି ।"

ବିଜୁ ଜନତା ଦଳରେ ବିସ୍ଫୋରଣ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଣ୍ଡନ ଗସ୍ତରେ ଥିବା ସମୟର ଘଟଣା । ସେଦିନ ୨୦୧୨ ମସିହା ମଇ ମାସ ୨୯ ତାରିଖ । ବିଜୁ ଜନତା ଦଳର ମାର୍ଗଦର୍ଶକ ରୂପେ କଥିତ ଶ୍ରୀ ପ୍ୟାରୀମୋହନ ମହାପାତ୍ରଙ୍କ ସହିଦନଗର ବାସଭବନରେ ଅପରାହ୍‍ଣରୁ ବିଳମ୍ବିତ ରାତ୍ରି ଯାଏ ଚାଲିଥାଏ ତୁହାକୁ ତୁହା ବୈଠକ, ଜୋର୍‍ଦାର ଚର୍ଚ୍ଚା । ଏହା ଅଘୋଷିତ ବିଦ୍ରୋହ ନା ପ୍ୟାରୀବାବୁଙ୍କ ଶକ୍ତି ପ୍ରଦର୍ଶନ କିଛି ବୁଝି ହେଉନଥାଏ । ଜଣାଯାଏ, ପୂର୍ବରୁ ଦେଢ଼ ମାସ ହେବ ପ୍ୟାରୀବାବୁଙ୍କ ପାଖକୁ କୌଣସି ମନ୍ତ୍ରୀ କି ବିଧାୟକ ପ୍ରକାଶ୍ୟ ଭାବରେ ଆସୁ ନଥିଲେ । ତେଣୁ ସେ ଦଳୀୟ କାର୍ଯ୍ୟକ୍ରମରୁ କିଛିଦିନ ହେବ ବଞ୍ଚିତ ରହିିଥିଲେ ।

ମେ ୩୧ ତାରିଖରେ ହେବାକୁ ଥିବା ଭାରତ ବନ୍ଦପାଇଁ ବିଜୁ ଜନତା ଦଳର ବିଧାୟକମାନେ କିପରି ପ୍ରସ୍ତୁତ ହେବେ- ସେ ସଂପର୍କରେ ଆଲୋଚନାପାଇଁ ପ୍ୟାରୀବାବୁ ଏହି ବୈଠକ ଡାକିିଲେ ବୋଲି ସଫେଇ ଦିଆଗଲା । ପେଟ୍ରୋଲ ଦର ବୃଦ୍ଧିଯୋଗୁଁ ଏନ୍‍.ଡି. ଏ. ତରଫରୁ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦକୁ ବାମପନ୍ଥୀ ଦଳ ସମେତ ସମାଜବାଦୀପାର୍ଟି ଓ ରାଷ୍ଟ୍ରୀୟ ଜନତା ଦଳ ସମର୍ଥନ ଜଣାଇଲେ । ପ୍ୟାରୀମୋହନ ମହାପାତ୍ରଙ୍କ ବାସଭବନରେ ଏହି ଦିନ ବୈଠକରେ ଉପସ୍ଥିତ ଥିବା ମନ୍ତ୍ରୀମାନେ ହେଲେ, ମନ୍ତ୍ରୀ ସାରଦା ନାୟକ, ଅଞ୍ଜଳି ବେହେରା ଓ ସଂଜୀବ ସାହୁ ଏବଂ ଉପବାଚସ୍ପତି ସାନନ୍ଦ ମାରାଣ୍ଡି । ବିଧାୟକମାନେ ହେଲେ- ପ୍ରଭାତ ବିଶ୍ୱାଳ, ଖଗେଶ୍ୱର ବେହେରା, ସଂଜୀବ ପ୍ରଧାନ, ଜୀବନ ପ୍ରଦୀପ ଦାସ, ସୁଶାନ୍ତ ସିଂହ, ସୁଦର୍ଶନ ଜେନା, ଭଗବାନ କହଁର, ବିଭୂତି ବଳବନ୍ତ

ରାୟ, ଶ୍ରୀନାଥ ସୋରେନ୍‍, ବିଷ୍ଣୁ ଦାସ, ପ୍ରଶାନ୍ତ ମୁଦୁଲି, ଅରବିନ୍ଦ ଢାଲି, କମଳାକାନ୍ତ ନାୟକ,

ଓଡ଼ିଶା ରାଜନୀତିର ଇତିହାସ . ୩୨୫