ଦେବେନ୍ଦ୍ର କହଁର, ମନୋରଂଜନ ସେଠି ଓ ମୁକୁନ୍ଦ ସୋଢ଼ି ପ୍ରମୁଖ । ଭୁବନେଶ୍ୱର ମ୍ୟୁନିସ୍ପାଲ୍
କର୍ପୋରେସନର ପୂର୍ବତନ ମେୟର ମିହିର ମହାନ୍ତି, କିଛି କର୍ପୋରେଟର ଓ କିଛି ଛାମୁଆ
ନେତା ମଧ୍ୟ ସେଠାରେ ଉପସ୍ଥିତ ଥିବାର ଜଣାଯାଇଥିଲା । ସେଠାରେ ଏକ କାଗଜରେ
ପ୍ୟାରୀମୋହନ ମହାପାତ୍ର ବିଧାୟକ ଦଳର ନେତା ବୋଲି ଦସ୍ତଖତ ନିଆଯାଇ ସେମାନଙ୍କୁ
ନାୟକ ହୋଟେଲ୍କୁ ଯିବାପାଇଁ ନିର୍ଦ୍ଦେଶ ଦିଆଯାଉଥିଲା ବୋଲି କୁହାଗଲା । କେନ୍ଦୁଝର
ଏମ୍.ଏଲ୍.ଏ. ଶ୍ରୀ ସୁବର୍ଣ୍ଣ ନାୟକ ଏକା ଦେଖି ସେଠାରୁ ଚାଲି ଆସି ପୂର୍ବତନ ମନ୍ତ୍ରୀ ତଥା
ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଖବର ଦେଲେ । ସଙ୍ଗେସଙ୍ଗେ ଏହି ଖବର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇ ଦିଆଗଲା । ତୁରନ୍ତ ଫେରି ଆସିବା ପାଇଁ ତାଙ୍କୁ
ଅନୁରୋଧ କରାଗଲା । ଖବରପାଇ ମୁଖ୍ୟମନ୍ତ୍ରୀ ଫେରିଆସିବାକୁ ସମ୍ମତି ଜଣାଇଲେ ।
ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ତାଙ୍କ ଅନୁଗତ ନେତାମାନଙ୍କର ଏକ ବୈଠକ ନବୀନ ନିବାସରେ
ଅନୁଷ୍ଠିତ ହେଲା । ଏହି ବୈଠକରେ ଯେଉଁମାନେ ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରେ ଥିଲେ
ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଓ ଦେବୀ ପ୍ରସନ୍ନ ମିଶ୍ର । ବିଧାୟକମାନଙ୍କ ମଧ୍ୟରେ ଡାକ୍ତର ଦାମୋଦର
ରାଉତ, ସମୀର ରଞ୍ଜନ ଦାସ, ଅଶୋକ ପଣ୍ଡା, ଭାଗୀରଥି ବଡ଼ଜେନା, ସରସ୍ୱତୀ ହେମ୍ବ୍ରମ୍,
ବେଦପ୍ରକାଶ ଅଗ୍ରଓ୍ୱାଲା, ପ୍ରତାପ ଜେନା, ସିପ୍ରା ମଲ୍ଲିକ, ସଂଜୟ ଦାସବର୍ମା, କାଳିନ୍ଦୀ ବେହେରା,
ବିଜୟଶ୍ରୀ ରାଉତରାୟ, ଓ ପ୍ରଭାତ ତ୍ରିପାଠୀ ପ୍ରମୁଖ ଥିଲେ ।
ନବୀନ ନିବାସରେ ଘନଘନ ବୈଠକ ବସୁଥାଏ । ଏହି ବୈଠକରେ ଯୋଗଦେଇଥାନ୍ତି
ପ୍ରାୟ ୮୮ ଜଣ ବିଧାୟକ । କିନ୍ତୁ ପ୍ୟାରୀବାବୁଙ୍କ ଘରକୁ ଯାଇଥିବା ତିନିଜଣ ମନ୍ତ୍ରୀ ଅଞ୍ଜଳି
ବେହେରା, ସାରଦା ନାୟକ ଓ ସଂଜୀବ ସାହୁ ଏବଂ ବିଧାୟକ ବିଷ୍ଣୁ ଦାସ, ପ୍ରଭାତ ରଂଜନ
ବିଶ୍ୱାଳ ଓ ବିଭୂତି ବଳବନ୍ତ ରାୟ ପ୍ରମୁଖ ନବୀନ ନିବାସକୁୁ ଯାଇ ନଥିଲେ । ଅତନୁ
ସବ୍ୟସାଚୀ ନାୟକ ନିଜର ଅସୁସ୍ଥତା ଦର୍ଶାଇ ସେଠାକୁ ଯିବାପାଇଁ ମନା କରି ଦେଇଥିଲେ ।
ମନ୍ତ୍ରୀ ଅଞ୍ଜଳି ବେହେରା ସ୍ପଷ୍ଟ ଭାବରେ କହିିଲେ, "ମୁଖ୍ୟମନ୍ତ୍ରୀ ତ ନାହାନ୍ତି, ଆମେ ନବୀନ
ନିବାସ କାହିଁକି ଯିବୁ ?"
୩୧-୫-୨୦୧୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଆସି ପହଞ୍ଚିଲେ ।
ତାଙ୍କର ଅନୁଗତମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ଜଣାଇବାପାଇଁ ବିମାନଘାଟୀରୁ ନବୀନ ନିବାସ ଯାଏ ବହୁ ଲୋକ ରୁଣ୍ଡ ହୋଇଥିଲେ । ତାଙ୍କୁ
ବିମାନଘାଟୀରୁ ନିଜ ବାସଭବନକୁ ଆସିବାପାଇଁ ଦୀର୍ଘ ସମୟ ଲାଗିଯାଇଥିଲା । ସେ ଆସିବା
ପରେ ତାଙ୍କୁ ଭେଟିବାପାଇଁ ପ୍ୟାରୀବାବୁଙ୍କ ଅନୁଗତମାନଙ୍କ ମଧ୍ୟରୁ ଆସି ପହଞ୍ଚିିଲେ ବିଷ୍ଣୁ
ଦାସ, ସାନନ୍ଦ ମାରାଣ୍ଡି । ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଆସି ପହଞ୍ଚିିଲେ । ପ୍ୟାରୀବାବୁ
ଶୁଣିବାକୁ ପାଇଲେ ଯେ ତାଙ୍କୁ ସସ୍ପେଣ୍ଡ୍ କରାଯିବ । ଏ ସଂପର୍କରେ ପ୍ୟାରୀବାବୁ ପ୍ରତିକ୍ରିୟା
ପ୍ରକାଶ କରି କହିଲେ, "ମୋତେ ସସ୍ପେଣ୍ଡ୍ କରିବାପାଇଁ କାହାର ଦମ୍ ନାହିଁ । ଯିଏ ଦୀର୍ଘ
୩୨୬୩୨୬ . ଓଡ଼ିଶା ରାଜନୀତିର ଇତିହାସ
ପୃଷ୍ଠା:Odisha Rajanitira Itihasa.pdf/୩୨୬
Jump to navigation
Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
