ପୃଷ୍ଠା:Odisha Rajanitira Itihasa.pdf/୩୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରସନ୍ନ ଆଚାର୍ଯ୍ୟ : ଅର୍ଥ ଓ ସାଧାରଣ ଉଦ୍ୟୋଗ
ରଘୁନାଥ ମହାନ୍ତି : ଗୃହ ନିର୍ମାଣ, ନଗର ଉନ୍ନୟନ, ଆଇନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା
ସୂୂର୍ଯ୍ୟ ନାରାୟଣ ପାତ୍ର : ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
ଉଷା ଦେବୀ : ମହିଳା ଓ ଶିଶୁ କଲ୍ୟାଣ


ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) :

ଅରୁଣ କୁମାର ସାହୁ : ଶକ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗ
ବଦ୍ରି ନାରାୟଣ ପାତ୍ର : ଉଚ୍ଚ ଶିକ୍ଷା ବିଭାଗ
ପ୍ରତାପ କେଶରୀ ଦେଓ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ନିୟୋଜନ ଓ ବୈଷୟିକ
ଶିକ୍ଷା ପ୍ରଶିକ୍ଷଣ ବିଭାଗ
ରବିନାରାୟଣ ନନ୍ଦ : ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ
ରଜନୀକାନ୍ତ ସିଂ : ଇସ୍ପାତ ଓ ଖଣି ବିଭାଗ
ରମେଶଚନ୍ଦ୍ର ମାଝି : କ୍ରୀଡ଼ା, ଯୁବ ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ସାଧାରଣ
ଅଭିଯୋଗ ଓ ପେନ୍‍ସନ ବିଭାଗ ।
ସରୋଜିନୀ ହେମ୍ବ୍ରମ୍‍ : ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ
ସୁବ୍ରତ ତରାଇ : ବାଣିଜ୍ୟ ଓ ପରିବହନ ବିଭାଗ

ବିରୋଧୀ ଦଳ ନେତା - ଶ୍ରୀ ଭୂପିନ୍ଦର ସିଂହ; ସରକାରୀ ମୁଖ୍ୟ ସଚେତକ - ଶ୍ରୀ ପ୍ରଭାତ ତ୍ରିପାଠୀ; ସରକାରୀ ଉପମୁଖ୍ୟ ସଚେତକ- ଶ୍ରୀ ସଞ୍ଜୟ ଦାସବର୍ମା ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସୁରେନ୍ଦ୍ର ନାଥ ନାୟକ ।
ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତିଙ୍କ ଇସ୍ତଫା

ନଗର ଉନ୍ନୟନ, ଆଇନ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତି, ୧୫.୩.୨୦୧୩ରେ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ପୁତ୍ରବଧୂ ବର୍ଷା ସୋନୀ ଶ୍ରୀ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ମାମଲା ଦାଏର କରିଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ଶ୍ରୀ ମହାନ୍ତିଙ୍କ ହାତରେ ଥିବା ନଗର ଉନ୍ନୟନ ବିଭାଗର ଦାୟିତ୍ୱ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଓ ଆଇନ ବିଭାଗର ଦାୟିତ୍ୱ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତିଙ୍କୁ ପ୍ରଦାନ କରି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ମୁଖ୍ୟମନ୍ତ୍ରୀ ନିଜ ହାତରେ ରଖିଲେ ।

ଓଡ଼ିଶା ରାଜନୀତିର ଇତିହାସ . ୩୨୯