ପୃଷ୍ଠା:Odisha Rajanitira Itihasa.pdf/୩୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଯାଏଁ ହିସାବ କଲେ ନବୀନବାବୁ ମୁଖ୍ୟମନ୍ତ୍ରୀ ପଦରେ ଲଗାତର ଭାବରେ ୪,୮୯୮ ଦିନ ରହି ଜାନକୀବାବୁଙ୍କୁ ଟପି ଯାଇଛନ୍ତି । ନବୀନ ବାବୁଙ୍କ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକ ୧୯୬୧ ମସିହା ଜୁନ ୨୩ ତାରିଖ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ୧୯୬୩ ମସିହା ଅଗଷ୍ଟ ୨ ତାରିଖରେ ଏହି ପଦରୁ ଇସ୍ତଫା ଦେଇଥିଲେ । ପୁଣି ୧୯୯୦ ମସିହା ମାର୍ଚ୍ଚ ମାସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ୧୯୯୫ ମସିହା ମାର୍ଚ୍ଚ ୧୫ ତାରିଖ ଯାଏ ଏହି ପଦବୀରେ ଥିଲେ । ମାତ୍ର ଓଡିଶା ରାଜନୀତି ଇତିହାସରେ ସର୍ବାଧିକ ନିରବଚ୍ଛିନ୍ନ ଭାବରେ ସର୍ବାଧିକ କାଳ ଶାସନାମୁଖ୍ୟ ରହିବାର ଗୌରବ ହାସଲ କରିପାରିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ ।

ଓଡିଶା କଂଗ୍ରେସରେ ବିସ୍ଫୋରଣ : ଅଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଏ.ଆଇ.ସି.ସି. କର୍ତ୍ତୁପକ୍ଷ ଦଳର ପ୍ରାଥମିକ ସଭ୍ଯ ପଦରୁ ୬ ବର୍ଷ ପାଇଁ ବହିଷ୍କାର ଆଦେଶ ଜାହିର କଲେ ୧୯୧୩ ମସିହା ଅକ୍ଟୋବର ୧ ତାରିଖରେ ଗାନ୍ଧିଜୟନ୍ତୀର ଅବ୍ୟବହିତ ପୂର୍ବରୁ । ଜଣାଯାଏ, ପ୍ରଦେଶକଂଗ୍ରେସ କମିଟି ରିପୋର୍ଟ ଆଧାରରେ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡିଶା କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦଙ୍କ ସୁପାରିଶ କ୍ରମେ ଏ.ଆଇ.ସି.ସି. ତରଫରୁ ଏବହଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଓଡିଶା ରାଜନୀତିର ଇତିହାସ ୩୩୧