ପୃଷ୍ଠା:Odisha Rajanitira Itihasa.pdf/୩୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନବୀନଙ୍କ ଶାସନ କାଳରେ ଓଡ଼ିଶାରେ ବିକଳ୍ପ ଆଞ୍ଚଳିକ ରାଜନୈତିକ ଦଳ

ସମୃଦ୍ଧ ଓଡ଼ିଶା:

୨୦୦୭ ମସିହାରେ 'ସମୃଦ୍ଧ ଓଡ଼ିଶା' ନାମରେ ଏକ ଆଞ୍ଚଳିକ ରାଜନୈତିକ ଦଳର ଆବିର୍ଭାବ ଘଟିଲା । ଏହାର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ହେଲେ ଡକ୍ଟର ଯତୀଶ ଚନ୍ଦ୍ର ମହାନ୍ତି । ଡକ୍ଟର ମହାରି ଥିଲେ ଆନ୍ଧ୍ରପ୍ରଦେଶରେ ଭାରତୀୟ ପ୍ରାଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ । ସରକାରୀ ଚାକିରିରୁ ତ୍ୟାଗପତ୍ର ଦେଇ ସେ ଏହି ଆଞ୍ଚଳିକ ରାଜନୈତିକ ଦଳ ଓଡ଼ିଶାରେ ଗଠନ କଲେ । ଏଭଳି ଏକ ଆଞ୍ଚଳିକ ଦଳ ଗଠନର ଉଦ୍ଦେଶ୍ୟ ଥିଲା, ଓଡ଼ିଶାର ସମୃଦ୍ଧି, ସାମଗ୍ରିକ ବିକାଶ ତଥା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣ । ୨୦୦୭ ମସିହା ଅଗଷ୍ଟ ୧୮, ୧୯ ଦୁଇଦିନ ଧରି ଭୁବନେଶ୍ବରଠାରେ ଏହି ଦଳର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାରା ରାଜ୍ୟରୁ ଏହି ଦଳର କର୍ମୀମାନଙ୍କ ସମେତ ରାଜ୍ୟର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାହିତ୍ୟିକ, କଳାକାର, ସମାଜ ସେବୀ, ସଂସ୍କୃତିବିତ୍, ଅଭିନେତା ଓ ସଂଗୀତବିଶାରଦମାନଙ୍କୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଥିଲା । ଦଳର ଅଧ୍ୟକ୍ଷ ଏହି ସମ୍ମିଳନୀରେ ଘୋଷଣା କଲେ ଯେ ତାଙ୍କ ଦଳ ‘ସମୃଦ୍ଧ ଓଡ଼ିଶା କ୍ଷମତାକୁ ଆସିଲେ ପାଞ୍ଚବର୍ଷ ଭିତରେ ରାଜ୍ୟରୁ ଗରିବ ହଟିବ । ୨୦୦୯ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଏହି ଦଳ ଅଧିକାଂଶ ବିଧାନ ସଭା ଓ ୭ଟି ଲୋକସଭା । ଆସନରେ ପ୍ରାର୍ଥୀ ଠିଆ କରାଇଥିଲେ । ଦଳର ନିର୍ବାଚନ

ଯତୀଶ ଚନ୍ଦ୍ର ମହାନ୍ତି
୩୩୮ ଓଡ଼ିଶା ରାଜନୀତିର ଇତିହାସ