ପୃଷ୍ଠା:Odisha Rajanitira Itihasa.pdf/୩୩୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସଂକେତ ଥିଲା, 'ନାଗରା’ । ଦଳ ତରଫରୁ ଅନ୍ୟତମ ବିଶିଷ୍ଟ ରାଜନେତା ପୂର୍ବତନ ମନ୍ତ୍ରୀ, ପଞ୍ଚାନନ କାନୁନଗୋ ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ହେଲେ କୌଣସି ପ୍ରାର୍ଥୀ ବିଜୟୀ ହୋଇ ନଥିଲେ । ତଥାପି ଏହି ଦଳ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମମାନ ଚାଲୁ ରଖିଛନ୍ତି । ବର୍ତ୍ତମାନ ଏହି ଦଳର ନିର୍ବାଚନ ସଂକେତ ‘ଟର୍ଚ୍ଚ ଲାଇଟ୍' ।

କୋଶଳ କ୍ରାନ୍ତି ଦଳ :

ବୈଦ୍ୟନାଥ ମିଶ୍ର

୨୦୦୭ ମସିହାରେ ଏହି ଆଞ୍ଚଳିକ ରାଜନୈତିକ ଦଳର ସୃଷ୍ଟି । ଦଳର ମହାସଚିବ ହେଲେ ବୈଦ୍ୟନାଥ ମିଶ୍ର । ଏହି ଦଳ ନିର୍ବାଚନ କମିଶନଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ । ଏହି ଦଳର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା; ପଶ୍ଚିମ ଓଡ଼ିଶାର ଦଶଟି ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ୍ ଡିଭିଜନକୁ ନେଇ ଏକ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ; କୋଶଳ ଭାଷା ଓ ସଂସ୍କୃତିକୁ ସ୍ବୀକୃତି ପ୍ରଦାନ; ପଶ୍ଚିମ ଓଡ଼ିଶାରେ କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟର ଉନ୍ନତି; କୋଶଳ ଇତିହାସକୁ ସ୍ବୀକୃତିପ୍ରଦାନ ଓ ଓଡ଼ିଶା ରାଜ୍ୟରୁ ଅଲଗା ହୋଇ ଦ୍ବିତୀୟ ସ୍ବତନ୍ତ୍ର କୋଶଳ ରାଜ୍ୟଗଠନ ଇତ୍ୟାଦି । ସ୍ଥାନୀୟ ଲୋକଙ୍କ ଜନସମର୍ଥନରେ ଏହି ଦଳ ବ୍ୟାପକ କାର୍ଯ୍ୟକ୍ରମ ଚାଲୁ ରଖିଛି । ଆସନ୍ତା ୨୦୧୪ ସାଧାରଣ ନିର୍ବାଚନରେ ଏହି ଦଳ ପ୍ରାର୍ଥୀ ଦେବ ବୋଲି ଜଣାଯାଏ । ନିର୍ବାଚନ କମିସନ୍ ଏହି ଆଞ୍ଚଳିକ ଦଳକୁ ‘ନଡ଼ିଆ’ ନିର୍ବାଚନୀ ସଂକେତ ପ୍ରଦାନ କରିଛନ୍ତି ।

କଳିଙ୍ଗ ସେନା:

ହେମନ୍ତ ରଥ

୧୯୩୬ ମସିହା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରତି ଏହି ଦଳ ସୁଖୀ ନୁହେଁ । ସେତେବେଳେ ପଡ଼ୋଶୀ ପଶ୍ଚିମବଙ୍ଗ, ତତ୍କାଳୀନ ବିହାର, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ରହିଯାଇଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରକରି ବୃହତ୍ତର କଳିଙ୍ଗ ରାଜ୍ୟ ଗଠନ, ଭାରତୀୟ ସାମରିକ ବାହିନୀରେ, ‘କଳିଙ୍ଗ ରେଜିମେଣ୍ଟ' ସ୍ଥାପନ, କଳିଙ୍ଗସଂସ୍କୃତିର ପୁନରୁଦ୍ଧାର ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପରିଚାଳିତ ବିଜେଡ଼ି ସରକାରର ବିଫଳତାକୁ ଆଧାରକରି ଏହି ଦଳ

ଓଡ଼ିଶା ରାଜନୀତିର ଇତିହାସ ୩୩୯