ପୃଷ୍ଠା:Odisha Rajanitira Itihasa.pdf/୩୪୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ସୌମ୍ୟରଂଜନ ପଟ୍ଟନାୟକ

ଆମ ଓଡ଼ିଶା ପାର୍ଟି

୧୯୯୬ ମସିହା ପବିତ୍ର ରଥଯାତ୍ରା ଦିବସରେ ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି କ୍ଷେତ୍ର ରେ ପୁନର୍ଜାଗରଣ ଆଣିବା ପାଇଁ ‘ସମ୍ବାଦ’ର ସଂପାଦକ ତଥା ପୂର୍ବତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କଠାରୁ ଜନ୍ମ ନେଇଥିଲା ତାଙ୍କର ମାନସପୁତ୍ର 'ଆମ ଓଡ଼ିଶା’ । ଏହି ଅନୁଷ୍ଠାନ ପ୍ରତିଷ୍ଠା ହେବା ପରଠାରୁ ଭାଷାଜ୍ଞାନ, ରକ୍ତଦାନ, ମତଦାନ ଓ ପ୍ରକାଶନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ଅର୍ଜନ କରିଛି । ଓଡ଼ିଶାର ସାମଗ୍ରିକ ବିକାଶପାଇଁ ବିଜେଡ଼ି, କଂଗ୍ରେସ ଓ ବିଜେପିର ବିକଳ୍ପ ରାଜନୈତିକ ଦଳ ଭାବରେ ୨୦୧୩ ନଭେମ୍ବର । ୧୭ ତାରିଖ ଦିନ 'ଆମ ଓଡ଼ିଶା ପାଟି ଗଠିତ ହୋଇଛି ।

ଆମ ଓଡ଼ିଶା ପାର୍ଟି ତରଫରୁ ବିକଳ୍ପ ପାଇଁ ସଂକଳ୍ପ କ୍ରମରେ ପ୍ରଥମ ସଂକଳ୍ପ ସମାବେଶ ୨୦୧୩ ମସିହା ନଭେମ୍ବର ୨୫ ତାରିଖରେ ସୁବର୍ଣ୍ଣପୁରର ବୀରମହାରାଜପୁରଠାରେ ଅନୁଷ୍ଠିତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ସମାବେଶମାନ ଅନୁଷ୍ଠିତ ହେଉଛି । ୧ ଜାନୁଆରି ୨୦୧୪ ମସିହାଠାରୁ ଏହି ପାର୍ଟିର ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଆମ ଓଡ଼ିଶା'ର ଅଧ୍ୟକ୍ଷ ସୌମ୍ୟରଂଜନ ଦୃଢ଼ ଭାବରେ ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ରାଜ୍ୟର ତିନୋଟିଯାକ ରାଜନୈତିକ ଦଳ ଜନସାଧାରଣଙ୍କର ଆସ୍ଥା ସଂପୂର୍ଣ୍ଣ ଭାବରେ ହରାଇ ବସିଲେଣି । ଓଡ଼ିଶାରେ ବିପୁଳ ପରିମାଣରେ ଖଣିଜ ସଂପଦ ଥିବା ସନ୍ଦେ ସ୍ବାଧୀନତାର ଛୁଆ ଦଶନ୍ଧି ପରେ ବି ଓଡ଼ିଶା ରାଜ୍ୟ ଗରିବ ହୋଇ ରହିଛି । ନବୀନ ପଟ୍ଟନାୟକଙ୍କ ଚଉଦ ବର୍ଷ ଶାସନ କାଳରେ ଏହାର ସ୍ଥିତି ଆହୁରି ଖରାପ ହୋଇଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ । ନାରୀମାନେ ସୁରକ୍ଷିତ ନୁହଁନ୍ତି । ଲାଞ୍ଚ, ମିଛ ଓ ଭୟରୁ ମୁକ୍ତ ଏକ ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ 'ଆମ ଓଡ଼ିଶା ପାଟି’ର ସୃଷ୍ଟି । ନିର୍ବାଚନ କମିସନ ଏହି ଆଞ୍ଚଳିକ ଦଳକୁ ସ୍ବୀକୃତି ପ୍ରଦାନ ପୂର୍ବକ ‘ମାଠିଆ’ ନିର୍ବାଚନ ସଂକେତ ପ୍ରଦାନ କରିଛନ୍ତି ।

୩୪୨ ଓଡ଼ିଶା ରାଜନୀତିର ଇତିହାସ