ସମୟରେ ମହତାବ ବାବୁଙ୍କୁ କେନ୍ଦ୍ର କ୍ୟାବିନେଟ୍କୁ ମନ୍ତ୍ରୀ କରିନେବା ପାଇଁ ନେହେରୁଙ୍କ ପ୍ରଚେଷ୍ଟା ଚାଲିଲା ବୋଲି ନବବାବୁ କହନ୍ତି । (ଶ୍ରଦ୍ଧାଞ୍ଜଳି)
ରାଜ୍ୟପାଳ ଡକ୍ଟର କୈଳାସ ନାଥ କାଟ୍ଜୁଙ୍କର ପଶ୍ଚିମବଙ୍ଗ ରାଜ୍ୟପାଳ ଭାବରେ ବଦଳି ହୋଇଗଲା । ସେ ୧୯୪୮ ମସିହା ଜୁନ୍ ୨୦ ତାରିଖରେ ଓଡ଼ିଶାରୁ ବିଦାୟ ନେଇ ଚାଲିଗଲେ । ତାଙ୍କ ସ୍ଥାନରେ ଏମ୍. ଆସଫ୍ ଅଲ୍ଲୀ ଓଡ଼ିଶାକୁ ରାଜ୍ୟପାଳ ହୋଇ ଆସିଲେ ।
ଡଃ କୈଳାସ ନାଥ କାଟ୍ଜୁଙ୍କ ସମ୍ପର୍କରେ କିଛି ଏଠାରେ ଉଲ୍ଲେଖ କରିବା ଆବଶ୍ୟକ: ଡକ୍ଟର କାଟ୍ଜୁ ଥିଲେ ଜଣେ ନୀତିନିଷ୍ଠ, ଦୃଢ଼ମନା ଓ କଠୋର ବ୍ୟକ୍ତି । ଦୁର୍ବଳ ଓ ଅବହେଳିତ ଶ୍ରେଣୀର ଲୋକଙ୍କ ପାଇଁ ତାଙ୍କ ହୃଦୟ ଥିଲା ସଦା ବିହ୍ୱଳିତ । ସେ ଥିଲେ ଜଣେ ବିଶିଷ୍ଟ ଆଇନଜ୍ଞ, ସ୍ୱାଧୀନତା ସଂଗ୍ରାମୀ, ଦକ୍ଷ ପ୍ରଶାସକ ଓ ଜଣେ ଦକ୍ଷ ମନ୍ତ୍ରୀ । ୧୮୮୭ ମସିହା ଜୁନ୍ ୧୭ ତାରିଖରେ ସେ ଉତ୍ତର ଭାରତର ଜାଓରା ନାମକ ଏକ ଅବହେଳିତ ଗଡ଼ଜାତ ରାଜ୍ୟରେ ଜନ୍ମଗ୍ରହଣ କରିିଥିଲେ । ତାଙ୍କ ପରିବାରରେ ସେ ଥିଲେ ପ୍ରଥମ ଇଂରାଜୀ ପଢ଼ୁଆ ବ୍ୟକ୍ତି । ତାଙ୍କ ପିତା ଥିଲେ ସେହି ରାଜ୍ୟର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ୧୯୦୦ ମସିହାରେ ସେ ଜାଓରାରୁ ଶିକ୍ଷା ସମାପନ କରି ୧୯୦୫ ଫର୍ମାନ୍ ଖ୍ରୀଷ୍ଟିୟାନ୍ କଲେଜରୁ ବି.ଏ. ପାସ୍ କଲେ । ତା'ପରେ ସେ ଏହ୍ଲାବାଦର ମୁର୍ ସେଣ୍ଟ୍ରାଲ୍ କଲେଜରେ ନାମ ଲେଖାଇଲେ ଆଇନ ଅଧ୍ୟୟନ କରିବା ପାଇଁ । ସେଠାରେ ସେ ହିନ୍ଦୁ ହଷ୍ଟେଲର ସଭ୍ୟ ହୋଇ ଏଲ୍.ଏଲ୍.ବି ଶ୍ରେଣୀରେ ନାମ ଲେଖାଇଲେ । ୧୯୦୭ରେ ଏଲ. ଏଲ. ବି ପାସ୍ କଲେ ପ୍ରାଦେଶିକ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି । ୧୯୦୮ ମସିହାରେ ସେ ଏହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍.ଏ. ପାସ୍ କରି ଜନ୍ମସ୍ଥାନ ଜାଓରାକୁ ପ୍ରତ୍ୟାବର୍ତ୍ତନ କଲେ ।
ଏହିପରି ଭାବରେ ସେ ଉଚ୍ଚଶିକ୍ଷା ଲାଭ କରି କୌଣସି ସ୍ଥାନରେ ଚାକିରି ଖଣ୍ଡିଏ ପାଇବା ଇଚ୍ଛାରେ ଅପେକ୍ଷା କରି ରହିଲେ । ଶେଷରେ ୧୯୦୮ ମସିହାରେ ସେ କାନ୍ପୁର ଚାଲିଯାଇ ସେଠାରେ ଆଇନ୍ ବ୍ୟବସାୟ ଆରମ୍ଭ କଲେ । ୧୯୧୪ ମସିହାରେ କାନପୁର ତ୍ୟାଗ କରି ଏହ୍ଲାବାଦ ଯାଇ ସେଠାରେ ଓକିଲାତି କଲେ । ଏଠାରେ ତାଙ୍କର ଖ୍ୟାତି ଦିନକୁ ଦିନ ବଢ଼ିବାରେ ଲାଗିଲା । ସେ ରାଜନୀତି ପ୍ରତି ଆଗ୍ରହୀ ହେଲେ । ର।ଜନୀତିରେ ଯୋଗଦାନ କରି ଉତ୍ତରପ୍ରଦେଶର ତତ୍କାଳୀନ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ମନ୍ତ୍ରିମଣ୍ଡଳରେ ଆଇନ୍ ଓ ବିଚାର ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ ନିର୍ବାହ କଲେ । ଦ୍ୱିତୀୟ ମହାଯୁଦ୍ଧ ପରେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କଲେ । ଫଳରେ ସେ ବ୍ରିଟିଶ ସରକାର ହାତରେ ବନ୍ଦୀ ହେଲେ । ୧୯୪୩ ମସିହାରେ ସେ ଖଲାସ ହୋଇ ପୁନର୍ବାର ନିଜର ଆଇନ ବ୍ୟବସାୟରେ ମନନିବେଶ କଲେ । ୧୯୪୬ ମସିହାରେ ସେ ପୁନର୍ବାର ସ୍ୱାଧୀନତା ପୂର୍ବବର୍ତ୍ତୀ ପ୍ରାଦେଶିକ ସରକାରରେ ଯୋଗଦେଇ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ । ଦେଶ ସ୍ୱାଧୀନ ହେଲା । ସେ ଓଡ଼ିଶାର ରାଜ୍ୟପାଳ ଭାବରେ ୧୫.୮.୧୯୪୭ରେ ଯୋଗଦାନ କରି ୨୦.୬.୧୯୪୮ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ବଦଳି ହୋଇଗଲେ । ଏହା
ଓଡ଼ିଶା ରାଜନୀତିର ଇତିହାସ . ୭୭