ଓ ପାଠ୍ୟପରିପୂରକ (Co- curricular) କାର୍ଯ୍ୟକଳାପର ସଂଗଠନ କରୁଥିଲେ । ଅନ୍ୟମାନଙ୍କ ସାହାଯ୍ୟରେ ନିଜେ ଶିକ୍ଷା ଲାଭ କରିବାରୁ ସେ ଅଭାବଗ୍ରସ୍ଥ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ସାହାଯ୍ୟ ପ୍ରଦାନ କରୁଥିଲେ । ତାଙ୍କ ସଂପର୍କରେ ପ୍ରଫେସର ଆଚାର୍ଯ୍ୟ ଯଥାର୍ଥରେ ଲେଖିଛନ୍ତି ,"ଶିକ୍ଷକତା ରାମଚନ୍ଦ୍ରଙ୍କ ପାଇଁ କେବଳ ଜୀବିକାର୍ଜନର ପନ୍ଥା ନଥିଲା , ଏକ ଜାତୀୟ ଦାୟିତ୍ୱ ଥିଲା ।ଏହି ଦାୟିତ୍ୱକୁ ସୁଚାରୁ ରୁପେ ସଂପନ୍ନ କରିବା ପାଇଁ ସେ ଆଜୀବନ ସାଧନା କରି ଯାଇଛନ୍ତି (୧୯୯୦ ପୃ-୧)
ସାରସ୍ବତ କୃତିତ୍ବ
ରାମଚନ୍ଦ୍ରଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ଯରେ 'ବୀର ଓଡ଼ିଆ', ଅଭାଗିନୀ', 'ପାଦୁକାପୁଜା', ' ବୀରାଙ୍ଗନା', 'ପୀୟୂଷ ପ୍ରବାହ ', 'କମଳ କୁମାରୀ ', ଉପନ୍ୟାସମାନ ଓ ମହାନ ସଂସ୍କୃତ ଗଦ୍ୟଗ୍ରନ୍ଥ 'କାଦମ୍ବରୀ'ର ମୁକ୍ତ ଅନୁବାଦ , ପ୍ରଣୟ ପ୍ରବାହ ' ପ୍ରଧାନ । ବହୁ ପାଠ୍ୟପୁସ୍ତକ ଓ ଇଂରେଜୀ ଓଡ଼ିଆ ଅଭିଧାନର ସେ ଥିଲେ ପ୍ରଣେତା । ଷ୍ଟୁଡେଣ୍ଟସ୍ ଷ୍ଟୋରର ଅଂଶୀଦାରମାନଙ୍କ ମଧ୍ୟରେ ମତପାର୍ଥକଘଟି ଏହା ବିଭାଜିତ ହୋଇଥିଲା । ଏବଂ ସୁରକ୍ଷା ଅଭାବରୁ ରାମଚନ୍ଦ୍ରଙ୍କ ଲିଖିତ ଅନେକ ମହାର୍ଘ ପାଣ୍ଡୁଲିପି ନଷ୍ଟ ହୋଇ ଯାଇଥିଲା । ତଙ୍କ ଲିଖିତ ବହୁ ଉପାଦେୟ ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି ପ୍ରବନ୍ଧ ଗୁଡ଼ିକ ଐତିହାସିକ , ସାଂସ୍କୃତିକ ଜୀବନୀମୂଳକ, ଆଧ୍ୟାତ୍ମିକ, ଦାର୍ଶନିକ, ସ୍ବାସ୍ଥ୍ୟବିଷୟକ ଏବଂ ସେଗୁଡ଼ିକ ଉତ୍କଳ ସାହିତ୍ୟ ସହକାର, ପ୍ରଦୀପ, ସ୍ବାସ୍ଥ୍ୟ ଆଦି ପତ୍ରିକାରେ ପ୍ରକାଶିତ । ସେ କେତେକ ଉତ୍କୃଷ୍ଟ ଇଂରେଜୀ ସାହିତ୍ୟ ପତ୍ରିକାରେ ଆତ୍ମପ୍ରକାଶ କରିଥିଲେ ।
ରାମଚନ୍ଦ୍ରଙ୍କ ସାରସ୍ବତ ସିଦ୍ଧିମାନଙ୍କ ମଧ୍ୟରେ ସର୍ବାଧିକ ଗୁରୁତ୍ବପୂର୍ଣ ହେଉଛି ଶିଶୁ କିଶୋର ସାହିତ୍ୟ । ପ୍ରଫେସର ଆଚାର୍ଯ୍ୟ (ପୃ-୧୩) ଙ୍କ ମତରେ ତାଙ୍କର ଉଲ୍ଲେଖନୀୟ ଶିଶୁ ଓ କିଶୋର ଉପଯୋଗୀ ପୁସ୍ତକମାନ ହେଲା -
୧• ଅକ୍ଷର ପରିଚୟ
୨• ସରଳ ସାହିତ୍ୟ (୧ମ ରୁ ୪ର୍ଥ ଭାଗ)
୩•ସାହିତ୍ୟାଙ୍କୁର (୧ମ ରୁ ୩ୟ ଭାଗ )
୪• ସାହିତ୍ୟ ସଂଗ୍ରହ (୧ମ ଓ ୨ୟ ଭାଗ)