ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

୫• ଭୂଗୋଳ ଶିକ୍ଷା (୧ମ ରୁ ୩ୟ ଭାଗ)

 ୬•         ମହାତ୍ମାଗାନ୍ଧି ପ୍ରଣୀତ  ସ୍ବ୍ଯସ୍ଥ୍ଯ ସୋପାନ
 ୭•         ପାରମ୍ଭିକ  ଅଙ୍କଶିକ୍ଷା
 ୮•          ଇଂରାଜୀ- ଇଂରାଜୀ, ଓଡ଼ିଆ ଅଭିଧାନ
 ୯•         ହିତ କଥା (୧ମ ରୁ ୪ର୍ଥ ଭାଗ)

୧୦• ଶିଶୁ ଭକ୍ତ

୧୧•    ଲବକୁଶ
 ୧୨•   ମାର୍କଣ୍ଡେୟ
  ୧୩•   ଅନସୂୟା
  ୧୪•  ବେତାଳ କଥା
  ୧୫•   Stories   from betal  pancha binsati
 ୧୬•     ଭୀମ
  ୧୭•  ତୁଳସୀ  ଦାସ
   ( ଶେଷ ଦୁଇଟି ପ୍ରକାଶିତ ହୋଇପାରି ନାହିଁ)

ଓଡ଼ିଆ ଶିଶୁ ସାହିତ୍ଯର ସର୍ବପ୍ରଥମ ଗବେଷକ ଡ଼କ୍ଟର ମନିନ୍ଦ୍ର ମହାନ୍ତି (୧୯୯୨ ପୃ ୨୮୭)ଙ୍କ ମତରେ ରାମଚନ୍ଦ୍ରଙ୍କ ଶିଶୁ ଗଳ୍ପ ମଧ୍ଯରେ ପୌରାଣିକ ଚରିତ୍ର 'ଭୀମ' (୧୯୨୯), ସଚିତ୍ର ବାଲ୍ମୀକି (୧୯୩୧), ଅନସୂୟା (୧୯୩୫), ଶିଶୁଭକ୍ତ (୧୯୪୨), ସାଧୂପୁରୁଷ ଚରିତ୍ର,ତୁଳସୀ ଦାସ (୧୯୨୯) ଓ ଐତିହାସିକ ଚରିତ୍ର ପଦ୍ମିନୀ (୧୯୩୦) ପ୍ରଭୃତି ଉଲ୍ଲେଖଯୋଗ୍ଯ ।

ଜଣେ ଅନୁଭୂତି ସମ୍ପନ୍ନ ଶିକ୍ଷକଙ୍କ ନାମରେ ରାମଚନ୍ଦ୍ରଙ୍କ ରଚିତ ଶିଶୁ ଓ କିଶୋର ମାନଙ୍କ ପାଇଁ ଉପଯୁକ୍ତ କେତୋଟି ଗଳ୍ପ ପୁସ୍ତକ ଖୁବ୍ ଲୋକ ପ୍ରିୟ ହୋଇଥିଲା । ନୀତିକଥା ୧ମ ,୨ଯ ଓ୩ୟ ଭାଗ ସଫଳ ଶିଶୁ ସାହିତ୍ଯ । ଏଗୁଡ଼ିକ ଶିଶୁ ମାନଙ୍କ ପାଇଁ ଉପଯୁକ୍ତ ସରଳ ଭାଷା ଓ ଆକର୍ଷଣୀୟ ଶୈଳୀରେ ରଚିତ ହୋଇଥିଲା । ସେମିତି ପୂରାଣ କଥା ଚାରୋଟି ଭାଗରେ ପ୍ରକାଶ ପାଇଥିଲା ଏବଂ ଏହାର ଆଙ୍ଗିକ ଓ ଆତ୍ମିକ ବିଭବ ପିଲା ମାନଙ୍କ ପାଇଁ ଥିଲା ବିଶେଷ ଉପଜୋଗୀ: