ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୁଧୀବୃନ୍ଦ, ମୁଁ ଯେଉଁ ଶିକ୍ଷକଙ୍କ ସଂପର୍କରେ ବର୍ତ୍ତମାନ ଆଲୋଚନା କରିବାକୁ ଯାଉଛି, ସେ ମୋର ଶିକ୍ଷକ ନଥିଲେ । ମୋର ଜନ୍ମ ହେବାର ପ୍ରାୟ ୫ ବର୍ଷ ପୂର୍ବରୁ , ୧୯୫୧ରେ ସେ ଶିକ୍ଷକତାରୁ ଅବସର ନେଇଥିଲେ । ତାହାଙ୍କ ସଂପର୍କରେ ଆସିଲା ବେଳକୁ ତାଙ୍କ ବୟସ ୯୦ ବର୍ଷ । ସେହି ଶିକ୍ଷକଙ୍କର ଥିଲା ଏକ ଅନୁପମ ବ୍ୟକ୍ତିତ୍ବ । ତାହାର ମୁଲ୍ୟାୟନ ପାଇଁ ମୋ ପଖରେ ଭାଷା ବା କାହିଁ । ମୁଁ କେବଳ ସୂଚନା ହିଁ ଦେଇପାରେ । ପ୍ରଦତ୍ତ ସୂଚନାର ଆଧାରରେ ସେହି ବ୍ୟକ୍ତିତ୍ବର ଆକଳନ ଭାର ଆପଣମାନଙ୍କ ଉପରେ ନ୍ୟସ୍ତ କରୁଛି ।

ସେହି ପୂଜ୍ୟ ଶିକ୍ଷକ ହେଉଛନ୍ତି ଅନନ୍ତ ପଦ୍ମନାଭ ପଟ୍ଟନାୟକ । ଜଣେ କବି , ସାହିତ୍ୟ ସମାଲୋଚକ ତଥା ଐତିହାସିକ । 'କବିସମ୍ରାଟ ଉପେନ୍ଦ୍ରଭଞ୍ଜ' ଆଲୋଚନା ଗ୍ରନ୍ଥ ଏବଂ ' ମହାବୀର ଦୋହରାବିଷୋୟୀ' ଓ 'ବୀର ଚକରା' ର ଲେଖକ ଭାବରେ ସେ ଓଡ଼ିଶାରେ ସୁପରିଚିତ ।

ଅନନ୍ତ ପଦ୍ମନାଭଙ୍କ ଜନ୍ମ ୧୮୯୬ ମସିହା ଏପ୍ରିଲ ୪ ତାରିଖ, ଗ୍ରାମ ତନରଡ଼ା । ଭଂଜନ ଗର ଠାରୁ ବେଲଗୁଣ୍ଠା ରାସ୍ତାରେ ତିନି କିଲୋ ମିଟର । ନିଜ ଗ୍ରାମରେ ବାଲ୍ୟଶିକ୍ଷା ସମାପ୍ତି ପରେ ଭଂଜନଗର ତତ୍ କାଳୀନ ବୋର୍ଡ଼ସ୍କୁଲ୍ ବର୍ତ୍ତମାନର ଉପେନ୍ଦ୍ରଭଂଜ ହାଇସ୍କୁଲ୍ ରେ ତାଙ୍କର ପାଠ ପଢ଼ା । ଛାତ୍ରଜୀବନରେ ସେଥିରେ ଅମନୋଯୋଗୀ । ଅନ୍ୟ ମନସ୍କତା ତାଙ୍କର ସହଚର ଥିଲା । ଏକ ସାକ୍ଷାତ୍ କାରରେ ସେ କହନ୍ତି- "ଯଦିଓ ତତ୍କାଳିନ ଶିକ୍ଷକ ମାନେ ଛାତ୍ର ବତ୍ସଳ ତ ଥା ଜ୍ଞାନୀ ଥିଲେ , ମୋର ଅନ୍ୟମନସ୍କତା ଯୋଗୁଁ ପାଠ ପଢ଼ାରେ ମନୋଯୋଗୀ ହୋଇ ପାରୁନ ଥିଲି । " ୧୯୧୩ ମସିହାରେ ସେ SSLC ପାସ୍ କଲେ । ଭଂଜନଗର ବୋର୍ଡ଼ସ୍କୁଲ୍ ର ପ୍ରଥମ ବ୍ୟାଚର ସେ ଛାତ୍ର । ତତ୍ ପରେ ଏଫ ଏ ଅଧ୍ୟୟନ ପାଇଁ ତାଙ୍କର ବ୍ରହ୍ମପୁର ଗମନ । ସେ ସମୟରେ ବ୍ରହ୍ମପୁର ଯିବା ଥିଲା ଅତି ଦୁରୂହ ସାଧ୍ୟ ।ଶଗଡ଼ରେ ଦୀର୍ଘ ପଥ ଯିବା ପାଇଁ ହେଉଥିଲା । ବୋଧହୁଏ, ଏଫ ଏ ପଢ଼ିବା ତାଙ୍କ ଭାଗ୍ୟରେ ନଥିଲା । ଅଧ୍ୟୟନ ସମୟରେ ଚକ୍ଷୁ ଖରାପ ଯୋଗୁଁ ସେ କଲିକତା ଯାତ୍ରା କଲେ । ସେଠାରେ ପରିସମାପ୍ତି ଘଟିଲା ଉଚ୍ଚଶିକ୍ଷାର ।

୧୯୨୩ ମସିହାରେ ଭଂଜନଗର ହାଇସ୍କୁଲ୍ ରେ ଶିକ୍ଷକ ରୁପରେ ନିଯୁକ୍ତ ହୋଇ ଚତୁର୍ଥଶ୍ରେଣୀ ପଢ଼ାଇବାର ଦାଇତ୍ୱ ସେ ଗ୍ରହଣ କଲେ । ଉଚ୍ଚଶିକ୍ଷିତ ଥିବା ସତ୍ତ୍ବେ ତତ୍କାଳୀନ ହେଡ଼ମାଷ୍ଟର ତାଙ୍କୁ ନିମ୍ନଶ୍ରେଣୀରେ ପଢ଼ାଇବାର ଦାଇତ୍ୱ ଦେଇଥିବାରୁ ସେ ଗଭୀର ଭାବରେ