ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମର୍ମାହତ ହୋଇଥିଲେ । ଏପରିକି କ୍ରୋଧବଶତଃ ଚାକିରୀ ପରିତ୍ଯାଗ କରିବାର ସିଦ୍ଧାନ୍ତ ନେଇଥିଲେ ।କିନ୍ତୁ ତତ୍ କାଳୀନ ସମାଜରେ ଶିକ୍ଷକର ମର୍ଯ୍ଯାଦା ଖୁବ୍ ଉଚ୍ଚରେ ଥିଲା । ଶିକ୍ଷକଟିଏ ହେବାରେ ଯେଉଁ ଆନନ୍ଦ ଥିଲା ବ୍ରିଟିଶ ସରକାର ଅଧିନରେ ଅନ୍ଯ କୌଣସି ଉଚ୍ଚ ପଦବୀରେ ତାହା ଥିଲା ଅନନୁଭୂତ । ପୁଣି ବ୍ରିଟିଶ ସରକାରର ଗୁଲାମ ହୋଇ ତା'ର ନିର୍ଦ୍ଦେଶ ମତେ ନିଜ ଲୋକଙ୍କ ଉପରେ ହାକିମାତିକୁ ସାବ୍ଯସ୍ତ କରିବା - ତାଙ୍କର ନା ପସନ୍ଦ ଥିଲା । ନିଜ ପିତାଙ୍କର ଅଚଳା ଚଳ ସଂପତ୍ତି, ଗାଁ ପାଖ ଚାକିରୀ, ଅଧ୍ଯୟନର ପ୍ରବଳ ପିପାସା ଏବଂ ଲେଖକଟିଏ ହେବାର ଆକାଂକ୍ଷା ଶିକ୍ଷକଟିଏ ହେବା ପାଇଁ ତାଙ୍କୁ ବାଧ୍ଯ କରିଥିଲା ।
ଶିକ୍ଷକଭାବରେ ଅନନ୍ତ ବାବୁଙ୍କ ଖୁବ୍ ସୁଖ୍ଯାତି ଥିଲା । ବାହ୍ଯ ଓ ଅନ୍ତର ଉଭୟ ଦୃଷ୍ଟିରୁ ସେ ଥିଲେ ଆକର୍ଷଣୀୟ । ଫିନ୍ ଫିନ୍ ଧଳା ଧୋତି ଓ ଜାମା ପିନ୍ଧା ଜାମାରେ ମାଳେ ସୁନା ବୋତାମ ଲଗାଇ England BSA ସାଇକେଲରେ ଠିକ୍ ୧୦ ଘ ସମୟରେ ପହଞ୍ଚୁଥିବା ସେହି ଶିକ୍ଷକଙ୍କୁ ମନେପକାଇ ଆଜି ମଧ୍ଯ ତାଙ୍କ ଛାତ୍ରମାନେ ଆଳୋଡ଼ନ କରୁଛନ୍ତି ସେମାନଙ୍କ ସ୍ମୃତିସବୁକୁ । ୬ଷ୍ଠ , ୭ମ ଓ ୮ମ ଶ୍ରେଣୀରେ ସେ ପଢ଼ାଉ ଥିଲେ ଇଂରାଜୀ, ଓଡ଼ିଆ ଓ ଇତିହାସ । ଅତି ଚମତ୍କାର ଥିଲା ତାଙ୍କର ଶିକ୍ଷାଦାନ । ଇତିହାସ ପଢ଼ାଇଲା ବେଳେ ସତେ ଯେମିତି ଚରିତ୍ରମାନେ ଓହ୍ଲାଇ ଆସୁଥିଲେ ଶ୍ରେଣୀ କକ୍ଷ ମଧ୍ଯକୁ । ଆସି ପହଞ୍ଚୁଥିଲେ ଆଲେକଜାଣ୍ଡାର,ଆସୁଥିଲେ ପୁରୁ , ଜୟଚନ୍ଦ୍ର ଓ ପୃଥ୍ବୀରାଜ ପ୍ରଭୃତି । ଗୁଞ୍ଜରିତ ହେଉଥିଲା ସେମାନଙ୍କର କଥୋପକଥନ । ତଳନା ଦିଆଜାଉ ଥିଲା ପୁରୁଣା ଓ କିମ୍ବଦନ୍ତୀରୁ । ଉପସ୍ଥାପନ କୌଶଳ ଥିଲା ନାଟକୀୟ । ପିଲା ମାନଙ୍କୁ ବିଭିନ୍ନ ଚରିତ୍ରରେ ଅଭିନୀତ କରାଇ ବିଷୟ ପରିବେଷଣରେ ଲାଗିଯାଉଥିଲେ ସେ ।

ତାଙ୍କର ଓଡ଼ିଆ ସାହିତ୍ଯ ଶିକ୍ଷାଦାନ ସମୟରେ କବି ପରିଚିତ , କବିତାର ଭାବଭୂମିର ସୂଚନା , ସମୀକ୍ଷା ଓ ତୁଳନାତ୍ମକ ବିଚାର ପ୍ରଭୃତିର ଉପସ୍ଥାପନା ଉଚ୍ଚକୋଟିର ଥିଲା । ଇଂରାଜୀ ସାହିତ୍ଯରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା । ସେଲି , କିଟସ୍, ୱାଡ଼ସୱାର୍ଥ କିମ୍ବା ଲଙ୍ଗଫେଲୋଙ୍କର କବିତା ପଢ଼ାଇବା ବେଳେ ଖୁବ୍ ତନ୍ମୟହୋଇ ଯାଉଥିଲେ ସେ । ଇଂରାଜୀ କବିତାର ଓଡ଼ିଆ ପଦ୍ଯାନୁବାଦ ମଧ୍ଯ ତାଙ୍କ ଦ୍ବାରା ପରିବେଷଣ କରାଯା ଉଥିଲା । ସେ ସମୟରେ ପାଠ୍ଯ କ୍ରମରେ ପ୍ରଚଳିତ Sing bird କବିତାର ଅନନ୍ତ ବାବୁକୃତ ଭାବାନୁବାଦ ଦେଖନ୍ତୁ ।

୯୮