ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୧୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ହେ ଭାଇ ତୁମେ ଦେଖି ପାରକି ପଥ ?
ରାତ୍ରରେ ଦେଖାଯାଅ ଯାହା ନକ୍ଷତ୍ର
ଦିବସେ ପଥ ଦିଶେ ଉଜ୍ବଳତର
ଯେହେତୁ ଜଳୁଛନ୍ତି ନଭେ ଭାସ୍କର ।

ଶିକ୍ଷକଟିଏ କବିପ୍ରାଣ ହୋଇଥିଲେ ଛାତ୍ର ସମାଜର କି ଉପକାର ହୁଏ, ବୁଝାଇ କହିବାର ଆବଶ୍ଯକତା ନାହିଁ ।

ଶ୍ରୀଯୁକ୍ତ ପଟ୍ଟନାୟକ ଥିଲେ ନିତାନ୍ତ ଛାତ୍ର ବତ୍ସଳ । ବିଦ୍ଯୋନ୍ନତି ଷିତ ସେମାନଙ୍କର ଚରିତ୍ର ଗଠନ ପ୍ରଚେଷ୍ଟା ଥିଲା ତାଙ୍କର କାମ୍ଯ । କଔଣସି ଛାତ୍ରର ଚରିତ୍ର ଓ ବ୍ଯବହାରରେ ତ୍ରୁଟି ଦେଖିଲେ ସେ ସୁଧାରିବା ପାଇଁ ଆଗଭର ହେଉଥିଲେ । ପ୍ରଥମେ ବୁଝାଇସୁଝାଇ ତାକୁ ବାଟକୁ ଆଣିବାରେ ବିଫଳ ହେଉଥିଲେ, ତା'ପ୍ରତି ଏକ ବିଶେଷ ଦଣ୍ଡର ପ୍ରୟୋଗ କରୁଥିଲେ । ତାହା ଶାରୀରିକ ଦଣ୍ଡ ନୁହେଁ , ବ୍ଯଙ୍ଗ ବା ବିଦ୍ରୁପବାଣୀ ଥିଲା ତାଙ୍କର ଅମୋଘ ଅସ୍ତ୍ର । ତତ୍ କାଳୀନ ଦୁଇ ଗୋଟି ଅମାନିଆ ଓ ଅହଂକାରୀ ଛାତ୍ରଙ୍କୁ ଲକ୍ଷକରି ସେ ଲେଖିଥିଲେ ଏକ ବ୍ଯଙ୍ଗ କବିତା -ସ୍କୁଲ ପିଲା ସାକ୍ଷାତକାରରେ କହନ୍ତି- ଏ ଦୁଇଟି ପିଲା ସ୍କୁଲକୁ ଆସିଲେ କ୍ଲାସରେ ବିଭିନ୍ନ ପ୍ରକାର ବିଶୃଖଂଳା ସୃଷ୍ଟି କରୁଥିଲେ । ଶିକ୍ଷକମାନଙ୍କ ପ୍ରଟି ସେମାନଙ୍କର ବ୍ଯବହାରରେ ନମ୍ରତା ନଥିଲା ଏବଂ ସ୍କୁଲ ବାରଣ୍ଡାରେ ଚାଲିଲାବେଳେ ସେମାନେ ଭାରି ବୁଟ୍ ପିନ୍ଧି, ପ୍ରଚଣ୍ଡ ଶବ୍ଦ କରି ଶିକ୍ଷାଦାନରେ ବ୍ଯାଘାତ ସୃଷ୍ଟି କରିବା ପାଇଁ ପଛାଉନଥିଲେ । କୌଣସି ଶିକ୍ଷକ ଏବିଷୟରେ ସେମାନଙ୍କୁ କହିଲେ, ସତର୍କ ହେବା ଦୂରେ ଥାଉ, ଶିକ୍ଷକ ମାନଙ୍କୁ ଅପମାନ ସୂଚକ କଥା କହି, ସେମାନଙ୍କୁ ତାତ୍ସଲ୍ଯ କରି ପୁନର୍ବାର ସେପରି ଆଚରଣ ପ୍ରଦର୍ଶନରୁ ସେମାନେ ବିରତ ହେଉନଥିଲେ । ତା'ର ପ୍ରତିକ୍ରିୟା ସ୍ବରୁପ 'ଏଇ ସ୍କୁଲପିଲା' ଶୀର୍ଷକ କବିତାରେ ସେ ଦେଖିଥିଲେ :

ସ୍କୁଲ ପିଲାଟିଏ ମୁହଁରେ ମୁଁ ତ ମୋହରି ପରି
ଇନ୍ଦ୍ରଚନ୍ଦ୍ରକୁ କି ମୋଚିତ୍ତର , ତିଳେ ନାହିଁ ଖାତିରି ।
ମୋ ଯୋତା ଘାତରେ ଅବନୀ କମ୍ପେ ଜଗତ ସାରା
school student ସମାଜେ, ମୁଁ ତ ଦୁଷ୍ଟ ପସରା
ସୁଝୀନ ଶୁକଳ ବସନ ଯଦି ପିନ୍ଧେ ମୁଁ ଆଞ୍ଚି
ଖରତରେ ଧାଏଁ ଗହଳେ ଭଲ ମନ୍ଦ ନ ପାଞ୍ଚି ।