ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୧୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯଦି ପ୍ଯାଣ୍ଟ, Hat ମୋ ଦେହେ ଥାଏ ଆଉ କି ଡର
ମାଷ୍ଟ୍ର ଫାଷ୍ଟ୍ର ଥିଲେ ଥାଆନ୍ତୁ ହୁଏ ଗତି ପ୍ରଖର
ବାପ ଭାଇ ଥିଲେ କାହିଁକି ଚିନ୍ତା ଭୟ ବା ଡର,
ସେମାନେତ ମୋର ସର୍ବଦା ଯେହ୍ନେ କିଣା କିଙ୍କର ।

ଜାଣି ନ ଜାଣିତ ବସିଲି Master ଆସନେ
ଯାହା ସେ ସେଦିନ କ‌ହିଲେ ଫରଫର ବଦନେ ।
ଆମ ପରା କ୍ଷତ୍ରି ତାହାକି ସ‌ହିପାରେ ନୀରବେ
ଯାହା ହଇରାଣ କଲି ମୁଁ ଶୁଣା ନଥିବେ ଭବେ ।
ଦେଖୁ ଦେଖୁ ମାଷ୍ଟ୍ର ଚଞ୍ଚଳେ ଗଲେ ଆସନ ଛାଡ଼ି
ଦ୍ବାରଦେଶେ ଥାଇ ଚାହାନ୍ତି ଓଷ୍ଠଜିଭ କାମୁଡି ।
ପରାଣ‌‌ଠୁଁ ବଳି ଅଧିକ ହାତେ ଜର୍ମାନ ବାଡି
ଦେଖିଦେଖି principal ତ ଯାଇଛନ୍ତି ସାଙ୍କୁଡି ।" ଇତ୍ଯାଦି

ଏହିପରି ବ୍ଯଙ୍ଗାତ୍ମକ ବର୍ଣ୍ଣନାରେ ଭରପୂର ୧୧ ପୃଷ୍ଠା ର ଏହି ପୁସ୍ତକ ତ‌ତ୍‌କାଳିନ ଛାତ୍ର ସମାଜରେ ଏକ ନିଶ୍ଚିତ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଯାହାଫଳରେ ଛାତ୍ରମାନେ ସ୍କୁଲ ପରିସରେ ବିଶୃଙ୍ଖଳିତ ହେବାର ଅପଚେଷ୍ଟାରୁ ଯଥା ସମ୍ଭବ ନିବୃତ ରହିଥିଲେ । ଏପରିକି ଓଡିଶାର ତ‌ତ୍‌କାଳିନ ଶିକ୍ଷିତ ତ‌ଥା ଲେଖକ ଗୋଷ୍ଠୀ ମଧ୍ୟରେ ଏ ପୁସ୍ତକର ଆଲୋଚନା କିଛି କମ୍ ହୋଇନଥିଲା । 'ସ‌ହକାର 'ପୃଷ୍ଠାରେ ଲକ୍ଷ୍ମୀନାରାୟଣ ସାହୁ ଅନନ୍ତ ବାବୁଙ୍କ ସଂପର୍କରେ ଏକ ଆଲୋଚନାରେ ଲେଖିଥିଲେ-

'ସ୍କୁଲ‌ପିଲା' ପୁସ୍ତକଟି ମଧ୍ଯରେ ଇଂରାଜୀ ମିଶା କବିତା ବ୍ଯଙ୍ଗ ମୂଳାତ୍ମକ ଓ ଶିକ୍ଷଣୀୟ। କେହି ଆମକୁ ସମାଲୋଚନା କରି କ‌ହିଲେ "ଅନନ୍ତ ବାବୁଙ୍କର ପ୍ରଥମେ ସ୍କୁଲ୍‌ଶିକ୍ଷକ" ଲେଖିବାର ଉଚିତ ଥିଲା । କାରଣ ସେ ନିଜେ ଜଣେ ସ୍କୁଲ୍ ଶିକ୍ଷକ ।

ଏହାଥିଲା ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ଛାତ୍ରମାନଙ୍କୁ ସଜାଡିବାର ଏକ ଅବଲମ୍ବନ ।

ଅଥଚ ସେ ଛାତ୍ରମାନଙ୍କୁ ଦଣ୍ତ ଦେବାରେ କିମ୍ବା ଅପମାନିତ କରିବାର କେବେ ବି ପକ୍ଷ‌ପାତୀ ନଥିଲେ ।ସେମାନେ ଶିଷ୍ଠ, ଭଦ୍ର ତ‌ଥା ଉତ୍ତମ ଗୁଣସଂପନ୍ନ ଯେପରି ହୋଇ ପାରିବେ ସେଥିପାଇଁ ନୀତି

୧୦୧