ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୧୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ବଳିତ ପୁସ୍ତକ ରଚନାକରି ସେ ପ୍ରକାଶ କରିଥି‌ଲେ ।ଜଣେ ଛାତ୍ରର ଯେଉଁ ସବୁ ଗୁଣ ରହିବା କଥା,ତାହାଦ୍ବାରା ଜାତିର ଉନ୍ନତି ସାଧନ ଏବଂ ସେବା ଓ ତ୍ଯାଗ ଦ୍ବାରା ଦେଶମଙ୍ଗଳ ଭାବନାର ପ୍ରକାଶ କରି ସେ ରଚନା କରିଥିଲେ ମୁଁ 'ଛାତ୍ର' କବିତା ପୁସ୍ତକ ।ସେଥିରେ ଲେଖାଥିଲା :

ଅସାର ସଂସାରେ ସାର ଦରବ ମୁଁ

ଏ ମରତଧାମେ ମୋ ନାମ ଛାତ୍ର ।
ସ୍ବର୍ଗ ରାଇଜେ ମୁଁ ନନ୍ଦନ କାନନ

ନନ୍ଦନ କାନନେ ମୁଁ ପାରିଜାତ ।
ଦେଶ ସେବକର ସତ‌ତ ସଖା ମୁଁ

ମଙ୍ଗଳ ଉତ୍ସବେ ମୋତେ ଡାକରା
ଦୁର୍ଦ୍ଦଷ ଅରାତି ଭୟଦ ବୀର ମୁଁ

ଆର୍ଯ୍ଯବୀର ମଧ୍ଯେ ମୁଁ ଋଣରଙ୍କା
ସମ୍ପଦେ ବିପଦେ ସଭିଠକ ସଖା ମୁଁ

ସାକ୍ଷୀ ସେଥିପାଇଁ କୋଟି ସେବତା ।
'ଅଧ୍ଯବସାୟ' ମୋ ଅଟଇ ସମ୍ବଳ

'ଧୈର୍ଯ୍ଯ ' ଅହର୍ନିଶ ବଢ଼ାଏ ଟେକ ।
ମନ୍ତ୍ରୀ ରୂପେ ଅଟେ ବିବେକ ବାପୁଡା

ସାହସ ପ୍ରହରୀ ସବୁ କ୍ଷେତ୍ରରେ
ମନ, ଜ୍ଞାନ, ଧ୍ୟାନ,ଚପରାସି ତିନି

ଖଟନ୍ତି ବସି ମୋ ସିଂହ ଦୁଆରେ ।

ଉତ୍ତମ ନାଗରିକସଂମ୍ପନ୍ନ ଏକ ସମାଜ ଗଢ଼ିବାର ଦାୟିତ୍ବ ଶିକ୍ଷକର ଏକଥା ସେ ଖୁବ୍ ହୃଦୟଙ୍ଗମ କରିଥିଲେ ।ଏକ ସୁସ୍ଥ ସମାଜ ମଧ୍ଯରେ ଶୃଙ୍ଖଳିତ ବାତାବରଣ ଥିଲା ତାଙ୍କର କାମ୍ଯ ।ଏଥିପାଇଁ ପୁରୁଷମାନଙ୍କ ସ‌ହିତ ନାରୀମାନଙ୍କର ଭୂମିକା ରହିଛି ନିଶ୍ଚୟ । ନାରୀଶିକ୍ଷାର ଅଗ୍ରଗତିରେ ସମାଜର ଅଗ୍ରଗତି ।ଶ୍ରୀଯୁକ୍ତ ପଟ୍ଟନାୟକ ତେଣୁ ନାରୀ ସମାଜକୁ ସଚେତନ କରିଛନ୍ତି ନିଜ ରଚନା ମାଧ୍ଯମରେ ।'କୁମାରୀ ନୀତିଶିକ୍ଷା' ଏପରି ଏକ ଗ୍ରନ୍ଥ,ଏହାର ପ୍ରଥମ ନାମ ଥିଲା ଯୌତୁକ ପୋଥି ।ଯାହାକି କନ୍ଯାଟିଏ ଶାଶୁଘର ଯିବା ସମୟରେ ଯୌତୁକ ସମ୍ଭାର ମଧ୍ଯରେ ପ୍ରଥମେ ନେବ ଏବଂ ଏକ ମୂଲ୍ଯବାନ ଧନ ଭାବରେ ସାଇତି ରଖିଥିବା ନାରୀଟିଏ

୧୦୨