ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୧୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିଜର ଦରିଦ୍ର, ସ୍ବଭାବ ତ‌ଥା ଉତ୍ତମ ଗୁଣ ସଂପନ୍ନ ହୋଇ କିପରି ସାଂସାରିକ ଜୀବନ ବିତାଇବ ଏବଂ ପରିବାରକୁ ସୁନ୍ଦର କରି ଗଢ଼ିପାରିବ ତାହା ଏଥିରେ ବର୍ଣ୍ଣିତ

ଉଦାହରଣ ସ୍ବରୂପ :-
ନଥିଲେ ନମିଳୁ ଭଲ ବସନ ଭୋଜନ
ଯଦି ଆଳଙ୍କାର ନାହିଁ ନ‌କର ଗୁମାନ
ସୁଖେ ଦୁଃଖେ ଚଳୁଥିବୁ ଦୁଃଖ ନ ବିଚାରି
ସ୍ବାମୀକୁ ଛାଡି ଏକାକୀ ନ‌ଯିବୁ କୁମାରୀ
କ୍ରୋଧବେଳେ କର୍କଶେ ନ କ‌ହିବୁ ଦୁହିତା
କ୍ରୋଧ ଶାନ୍ତ କରି ଧୀରେ ଧୀରେ କ‌ହ କଥା
ପରମ ଚଣ୍ଡାଳ କ୍ରୋଧ,କ୍ରୋଧୁଁ ତୁଟେ ଶିରୀ,
ଭଲମନ୍ଦ ପାଞ୍ଚି ଧୀରେ ଧୀରେ କ‌ହିବୁ କୁମାରୀ"

ଏତ୍‌ଦ ବ୍ୟତୀତ ଆମ ନାରୀସମାଜ ଯେପରି ଶିକ୍ଷିତା, ଧର୍ମ‌ପରାୟଣ ଓ ସୁଗୁଣ ସଂପନ୍ନା ହୋଇପାରିବେ ସେଥିପାଇଁ ସେ ବିଭିନ୍ନ ଓଷା, ବ୍ରତ କାହାଣୀକୁ ସୁନ୍ଦର ଓ ସାବଲୀଳ ଭାଷାରେ ପ୍ରକାଶ କରିଥିଲେ । ଯାହା ଆଜି ମଧ୍ୟ ଆଦୃତ । ସେଥି ମଧ୍ୟରୁ-ପୁର୍ଣ୍ଣମୀ ଓଷା , ଧାନମାଣିକା ଓଷା, ସୁଦଶାବ୍ରତ ପ୍ରଧାନ ।

ଓଡିଶା ହେଉଛି କୃଷିଜୀବୀର ରାଜ୍ୟ । ଅଧିକାଂଶ ଚାଷବାସ ଓ ବିଲବାଡିରେ ପରିଶ୍ରମ କରି ,ପଶୁପାଳନ ଓ ବ୍ୟବସାୟ କରି ଜୀବିକା ନିର୍ବାହ କରନ୍ତି । ବର୍ତ୍ତମାନ ସମ୍ମତ ଭାବରେ ଆମେ କିଛିଟା ଅଗ୍ର‌ଗତି କରିଛୁ ନିଶ୍ଚୟ । କିନ୍ତୁ ଅର୍ଦ୍ଧଶତାବ୍ଦୀ ପଛକୁ ଫେରି ଚାଲନ୍ତୁ ,ଆମ ଆଖି ଆଗରେ ଭାସି ଉଠିବ ଆମର ଶୋଚନୀୟ ଅବସ୍ଥା । ନିଜ ଗ୍ରାମ ତ‌ଥା ଆଖ ପାଖରେ ଚାଷୀମାନଙ୍କ ଅବସ୍ଥା ଲକ୍ଷ୍ୟ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ, ରୀତିମତ ପରିଶ୍ରମ କରି ମଧ୍ୟ କୃଷକ ମୁଠାଏ ଖାଇବା‌କୁ ପାଉନାହିଁ, ଭରଣ ପୋଷଣ ପାଇଁ ସେ ଭିଟାମାଟି ଛାଡି ସୁଦୁର ରେଙ୍ଗୁନ ରାଜ୍ୟକୁ ଯିବାକୁ ବାଧ୍ୟ ହୋଇଛି,କିଛି ଉ‌ପାର୍ଜନ କରି ଫେରିବା ବେଳକୁ ସମାଜ ତାକୁ ଗ୍ରହଣ କରିବାକୁ ନାରାଜ ,ସେ ହୋଇଛି,ଅଜାତିଆ । ତାକୁ ପ୍ରାୟଶ୍ଚିତ୍ତର କରିବାକୁ ହେବ । ଜାତିଆଣ ଭୋଜି ଦେବାକୁ ପଡିବ -ଏହା ମନ‌ଗଢ଼ା କଥା ନୁହେଁ ଅନନ୍ତବାବୁଙ୍କ ଅଙ୍ଗେନିଭା କଥା,ଯାହା

୧୦୩