ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେ ବ୍ୟକ୍ତ କରିଛନ୍ତି 'ଚଷା ଭାଇ' କବିତା ପୁସ୍ତକରେ । ଏସବୁ ହୁଏ କାହିଁକି  ? ଏତେ ବିଲବାଡି ଥାଉଁ ଥାଉଁ ଚଷାପୁଅ ଭୋକଉପା‌ସରେ ମରୁଛି କାହିଁକି  ? ଏହାର କାରଣ ସେ ଅନୁଧ୍ୟାନ କରିଛନ୍ତି, ଯାହା ହେଉଛି ଚଷାଜାତିର ଶିକ୍ଷାହୀନତାର ଫଳ ।କୃଷକ କେଉଁ ସମୟରେ ଚାଷ କରିବ ,ସମୟାନୁସାରେ ଫସଲ ଲଗାଇବ, କିପରି ବିହ‌ନ ସାଇତି ରଖିବ, କିପରି ଗୋରୁ , ଗାଈଆଦି ଗୃହ ପାଳିତଙ୍କର ଯତ୍ନ ନେବ ଇତ୍ୟାଦି ବ‌ହୁ ବିଷୟଗର୍ଭିତ ଏକ ପୁସ୍ତକ ସେ ପ୍ରଣୟନ କରିଥିଲେ ।ଏହାର ନାମ 'କୃଷକ ସଙ୍ଖାଳି' ୧୯୩୦ ମସିହାରେ ଏହା ପ୍ରକାଶିତ । ତାହା କିପରି ବିଜ୍ଞାନ ସମ୍ମତ,ନିମ୍ନୋକ୍ତ ବିଷୟ ସୂଚୀରୁ ଅନୁମେୟ  :

୧: କୃଷିର ପ୍ରାଥମିକ ଅବସ୍ଥା

୨: କୃଷକ ଭାରି ଦରିଦ୍ର

୩:‌ ସ‌ହ‌ଯୋଗ ଋଣ ସମିତି

୪: ମୂଳ ଉପାଦାନ

୫: ସାର

୬: ଚାଷ ସଜ

୭: ଅନିଷ୍ଟକାରୀ ଜୀବାଣୁ

୮: ଗୋପାଳନ

୯: କୃଷକର ଶିକ୍ଷା

୧୦: କୃଷି ପ୍ରବାହ

୧୧: ବିବିଧ ଫସଲ


ଏଠାରେ ତାଙ୍କରି ଦ୍ବାରା ସଂଗୃହୀତ ତ‌ଥା ଲିଖିତ କୃଷି ପ୍ରବାଦରୁ ଗୋଟିଏ ଦୁଇଟି ଉଲ୍ଲେଖ କରାଯାଇପାରେ-

"ଫ‌ଗୁଣେଚାଷ ସୁନା କଷ

ଚିଇ‌ତେ ଚାଷ କୁଟୁମ୍ବ ପୋଷ

ବୈଶାଖେଚାଷ ହାକିମ ପୋଷ

ଜ୍ୟେଷ୍ଠେ ଚାଷ ମୂଲିଆପୋଷ

ଆଷାଢ଼େ ଚାଷ ବେଳହୁଁ ଖସ ।

୧୦୪