ଗୋଟିଏ ବୃତ୍ତି ଦୁଇବର୍ଷ ପାଇଁ ସେ ଲାଭ କରିଥିଲେ । ପରବର୍ତ୍ତୀ ବର୍ଷ ସେ ଆଇ . ଏ. ପାଶ କଲେ । ୧୯୨୧ ମସିହାରେ ସେ ଗଣିତ ଓ ଅର୍ଥନୀତି ବିଷୟ ଆଉ ବି. ଏ .ପାଶ କଲେ । ଓଡିଶାରେ ସେ ସମୟରେ ଏମ୍.ଏ ପରୀକ୍ଷାର ବ୍ଯବସ୍ଥା ନଥିଲା । ଫଳତଃ ସମ୍ବଳ ଅଭାବରୁ ସେ ଓଡିଶା ବାହାରକୁ ଯାଇ ଅଧୀକ ପଢ଼ିପାରିଲେ ନାହିଁ । ଏଣୁ ଅନିଛାସତ୍ବେ କର୍ମକ୍ଷେତ୍ରର ପ୍ରବେଶ କଲେ ।
ବି• ଏ• ଚତୁର୍ଥ ବାର୍ଷିକ ଶ୍ରେଣିରେ ଅଧ୍ଯୟନ କରୁଥିବା ବେଳେ ସେ ରେଭେନ୍ସା କଲେଜର ଅର୍ଥନୀତି ସଂସଦର ସମ୍ପାଦକ ଭାବେ ' କଲେଜ ସମବାୟ ଭଣ୍ଡାର ' ପ୍ରତିଷ୍ଠା ବିଭାଗରେ କାର୍ଯ୍ଯ କରିଥିଲେ । ଅଧ୍ଯୟନ କାଳ ମଧ୍ଯରେ ' ଭାରତ ସେବକ ସମାଜ ଓଡିଶା' ର ଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ତତ୍ତ୍ବାବଧାନରେ ' ସେବା ସମବାୟ ଭଣ୍ଡାର' ସ୍ଥାପନ କରି ସେ ଏହାର ସଭାପତି ରୁପେ କାର୍ଯ୍ଯ କରିଥିଲେ । ଏହାଥିଲା ସେ ସମୟର ଉଲ୍ଲେଖନୀୟ କାର୍ଯ୍ଯ।
ଉଚ୍ଚବିଦ୍ଯାଳୟରେ ଅଧ୍ଯୟନ କରୁଥିବା ସମୟରେ ପର୍ଶୁରାମ ବର୍ମାଙ୍କ ସହିତ ତାଙ୍କର ପ୍ରତ୍ଯକ୍ଷ ସମ୍ପର୍କ ଥିଲା । ଏଥିପାଇଁ ସେ ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଓ ଦେଶପ୍ରେମୀ ଗୋଦାବରିଶ ମିଶ୍ରଙ୍କର ସାନିଧ୍ଯ ଲାଭ କରିଥିଲେ । କଲେଜ ଜୀବନରେ ସ୍ବାମୀ ବିଚିତ୍ରାନନ୍ଦ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ ,ଦେଶହିତୈଷୀ ବ୍ରଜସୁନ୍ଦର ଦାସ , ବରେଣ୍ଯ ନେତା ଭୁବନାନନ୍ଦ ଦାସ , ଯୁବନେତା ନିରଞ୍ଜନ ପଟ୍ଟନାୟକଙ୍କ ନିକଟ ସମ୍ପର୍କରେ ଦେଶାତ୍ମ ବୋଧରେ ଅନୁପ୍ରାଣିତ ହୋଇଥିଲେ । ଏତଦ୍ ବ୍ଯତିତ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ୍ ଥିଲେ ତାଙ୍କର ସ ହପାଠୀ ଓ ବନ୍ଧୁ ଏବଂ ଓଡ଼ିଶା ବିଧାନସଭାର ପ୍ରଥମ ଉପ- ବାଚସ୍ପତି ଯଦୁମଣି ମଙ୍ଗରାଜ ମଧ୍ଯ ଥିଲେ ତାଙ୍କ ଘନିଷ୍ଠ ବନ୍ଧୁ । ସେଥିପାଇଁ ଏମାନଙ୍କ ସହ ସେ ବିଭିନ୍ନ ଜାତୀୟ କାର୍ଯ୍ଯକ୍ରମରେ ଜଡ଼ିତ ରହୁଥିଲେ । ଉତ୍କଳ ସମ୍ମିଳନୀ ଦ୍ବାରା ପରିଚାଲିତ ପ୍ରବେଶ ମିଶ୍ରଣ ଆନ୍ଦୋଳନ ଉପଲକ୍ଷେ କଟକ ଓ ପୁରୀଠାରେ ଅନୁଷ୍ଠିତ ହେଉଥିବା ସମ୍ମିଳନୀଗୁଡ଼ିକରେ ସେ ସ୍ବେଚ୍ଛାସେବକ ଭାବେ ବହୁ ଗୁରୁଦାୟିତ୍ବ ବହନ କରି ପ୍ରଶଂସାଭାଜନ ହୋଇପାରିଥିଲେ ।
ପୁରୀ ଜିଲ୍ଲାର ଅଠାନ୍ତର ଘାଇ ଭାଙ୍ଗିବା ଯୋଗୁଁ ପ୍ରବଳ ବନ୍ଯା ଏବଂ ଏହା ପରେ ଅନାବୃଷ୍ଟି ଯୋଗୁଁ ଦେଶରେ ଅନଟନ ସୃଷ୍ଟି ହୋଇଥିଲା । ଏହାର ମୁକାବିଲା ପାଇଁ ସେ ଲୋକ ସେବକ ମଣ୍ଡଳ ଓ ହିନ୍ଦୁ ସେବକ ସମାଜ ମଣ୍ଡଳ ପକ୍ଷରୁ ବିଭିନ୍ନ ବିପନ୍ନ ଅଞ୍ଚଳକୁ ଯାଇ ସାହାଯ୍ଯ