ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆନ୍ଧ୍ରକେଶରୀ ଟି • ପ୍ରକାଶମ୍ ଙ୍କ ସହାୟତାରେ ତେଲୁଗୁମାନଙ୍କର ବ୍ରହ୍ମପୁରକୁ ମାନ୍ଦ୍ରାଜ ପ୍ରଦେଶରେ ଅନ୍ତର୍ଭୂକ୍ତ କରିବା ପ୍ରଚେଷ୍ଟା ବିରୁଦ୍ଧରେ ପ୍ରକାଶମ୍‌ଙ୍କ ବ୍ରହ୍ମ ପୁର ଆଗମନ ବେଳେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆସିକାରୁ ବିକ୍ଷୋଭକାରୀମାନଙ୍କୁ ମୋଟର ସାଇକେଲରେ ବ୍ରହ୍ମ ପୁର ପଠାଇବାରେ ଦିବ୍ଯସିଂହ ବାବୁଙ୍କର ବ୍ଯାପକ ବ୍ଯବସ୍ଥା ଓ ଉଦ୍ଯମ ଓଡ଼ିଶା ପ୍ରଦେଶ ଗଠନରେ ସ ହାୟକ ହୋଇଥିଲା ।

ଚୈତ୍ରମାସ ମଙ୍ଗଳବାରରେ ଠାକୁରାଣୀପୁଜା ନାମରେ ଗଞ୍ଜାମ ଜିଲ୍ଲାରେ ସହସ୍ର ସହସ୍ର ଛାଗବଳି ଦିଆଯାଉଥିଲା । ଏହି ବଳି ପ୍ରଥା ବିରୁଦ୍ଧରେ ଜନମତ ସଂଗ୍ରହ କରି ସେ କିଛି ମାତ୍ରାରେ ସଫଳ ହୋଇଥିଲେ । ଏତଦ୍ ବ୍ଯତୀତ ଅସ୍ପୃଶ୍ଯତା ନିବାରଣ କଳ୍ପେ ନୈଶ ବିଦ୍ଯାଳୟ ସ୍ଥାପନ ପରି ଅନେକ ଗଠନମୂଳକ କାର୍ଯ୍ଯ ସେ ସମ୍ପାଦନ କରିଥିଲେ । ତାଙ୍କ ଦ୍ବାରା ବିରଚିତ ଏକ ଉଷାପ୍ରାର୍ଥନା ଭଜଗୋବିନ୍ଦ ସେ ଅଞ୍ଚଳରେ ଧର୍ମଭାବର ଲହରୀ ସୃଷ୍ଟି କରିଥିଲା , ୧୯୩୫ ମସିହାରେ ତାଙ୍କର 'ହରିଜନ ନନ୍ଦ' ପୁସ୍ତକ ଷଷ୍ଠ ଓ ସପ୍ତମ ଶ୍ରେଣୀର ଅତିରିକ୍ତ ପାଠ୍ଯପୁସ୍ତକ ରୂପେ ମଞ୍ଜୁରୀଲାଭ କରିଥିଲା । ହରିଜନମାନଙ୍କ ଉନ୍ନତି କଳ୍ପେ ତାଙ୍କର ପ୍ରଗାଢ଼ ଉଦ୍ଯମ ବାସ୍ତବିକ୍ ଅଭିନନ୍ଦନୀୟ ଓ ପ୍ରଶଂସନୀୟ ।

ସୋରଡ଼ା ଉଚ୍ଚବିଦ୍ଯାଳୟରେ ଶିକ୍ଷକତା କରୁଥିବା ବେଳେ ସେଠାରେ ଏକାଦଶଶ୍ରେଣୀ ପାଇଁ ସେ ଏକ ଗୃହ ନିର୍ମାଣ କରାଇଥିଲେ । ଖଲ୍ଲିକୋଟ ମର୍ଦ୍ଦରାଜ ଉଚ୍ଚବିଦ୍ଯାଳୟରେ ଥିଲାବେଳେ ତାଙ୍କ ଉଦ୍ଯମରେ ଏକ ସୁବିସ୍ତୀର୍ଣ୍ଣ କ୍ରୀଡ଼ାପ୍ରାଙ୍ଗଣ ନିର୍ମିତ ହୋଇଥିଲା ।ଏଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା କ୍ରୀଡ଼ାସଂଘର ଦ୍ବିତୀୟ ବାର୍ଷିକ ଅଧିବେଶନରେ ତତ୍କାଳୀନ ଡ଼ି• ପି• ଆଇ ସ୍ବର୍ଗତ ଶ୍ଯାମଚରଣ ତ୍ରିପାଠି ପୁରୋଧା ରୁପେ ଯୋଗଦେଇ ପ୍ରଧାନ ଶିକ୍ଷକ ଦିବ୍ଯସିଂହ ବାବୁଙ୍କର କର୍ମଯୋଜନା ଓ କାର୍ଯ୍ଯ ଦକ୍ଷତାର ଭୁୟସୀ ପ୍ରଶଂସା କରିଥିଲେ । ଭଞ୍ଜନଗର ଉଚ୍ଚବିଦ୍ଯାଳୟରେ ସେ ଅନେକ ସାମାଜୀକ ଓ ସାଂସ୍କୃତିକ କାର୍ଯ୍ଯକ୍ରମ ହାତକୁ ନେଇଥିଲେ ।

ତାଙ୍କର ସ୍ମୃତିଚାରଣ କରି କେତେକ ପ୍ରାକ୍ତନ ଛାତ୍ର କହନ୍ତି - ବହୁ ସମୟରେ ସାର୍‌ଙ୍କୁ ଆମେ ରାତ୍ରିର ମଧ୍ଯଭାଗରେ ସ୍କୁଲପ୍ରାଙ୍ଗଣରେ ଘୁରିବୁକୁଥିବାର ଦେଖିଛୁ । ନୂତନ ରୋପିତ ବୃକ୍ଷର ଚାରା , ନବ ପଲ୍ଲବିତ ପୁଷ୍ପ ଉଦ୍ଯାନ ଯେପରି ଗୋମହିଷୀଙ୍କ ଦ୍ବାରା ନଷ୍ଟ ହୋଇନଯାଏ । ନୂତନ ନିର୍ମିତ ହେଉଥିବା ସ୍କୁଲଗୃହର କାନ୍ଥଗୁଡ଼ିକର ଯେପରି ଠିକଭାବରେ ପାଣି ଦିଆଯାଏ , ସେ ରାତି ରାତି ବୁଲି ତାହା ପରୀକ୍ଷା କରୁଥିଲେ ।

୧୧୩