ବଣ୍ଟନ କରିଥିଲେ । ୧୯୨୦ ମସିହାରେ ବ୍ରାହ୍ମଣୀ ନଈବଢ଼ିରେ ସେ ଗୋପବନ୍ଧୁ ଦାସଙ୍କ ସହିତ ଜେନାପୁର ଯାଇ ବନ୍ୟାଳିଷ୍ଟ ଲୋକଙ୍କ ସେବା ଓ ସାହାଯ୍ୟରେ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଉତ୍କଳ ଛାତ୍ର ସମ୍ମିଳନୀର ଯୁଗ୍ମ ସମ୍ପାଦକ ରୂପେ ସେ ମଧ୍ୟ ବହୁ ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।
ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ପଠନସ୍ପୃହା ଅତୀବ ଉଚ୍ଚ କୋଟୀର ଥିଲା । ବୁଦ୍ଧିମତ୍ତା ଓ ଯୋଗ୍ୟତା ଦୃଷ୍ଟିରୁ ଉଚ୍ଚ ପ୍ରଶାସନିକ ରାଜକର୍ମ ନିମିତ୍ତ ଉପଯୁକ୍ତ ଥିଲେ ମଧ୍ୟ ଜାତି ଗଠନ ମୂଳକ କାର୍ଯ୍ୟସ୍ୱରୂପ ଶିକ୍ଷାଦାନକାର୍ଯ୍ୟପ୍ରତି ସେ ଅଧିକ ଆକୃଷ୍ଟ ହୋଇଥିଲେ । ସେ ସମୟରେ ଗଞ୍ଜାମ ଜିଲ୍ଲାରେ ଓଡିଆ ଶିକ୍ଷକଙ୍କ ଅଭାବ ବିଶେଷଭାବେ ଅନୁଭୂତ ହେଉଥିଲା । ଉତ୍କଳୀୟ ଚେତନାର ଜାଗରଣ ଓ ପ୍ରସାରଣ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରତି ଆକୃଷ୍ଟ ହୋଇଥିଲେ ।
୧୯୨୧ ମସିହା ଜୁଲାଇ ମାସରେ ସେ ପାରଳାଖେମୁଣ୍ଡି ହାଇସ୍କୁଲରେ ସହକାରୀ ଶିକ୍ଷକ ରୂପେ ଯୋଗ ଦେଇଥିଲେ । ସେଠାରେ ତାଙ୍କର କାର୍ଯ୍ୟ କାଳ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ସେତେବେଳେ ପାରଳାଖେମୁଣ୍ଡି ଅଞ୍ଚଳର ସମସ୍ତ ବିଦ୍ୟାଳୟ ଓ ପାଠଶାଳାରେ ଶିକ୍ଷକ ଓ କର୍ମଚାରୀ ଥିଲେ ତେଲୁଗୁ ଭାଷାଭାଷୀ । ଓଡିଆ ସାହିତ୍ୟ ଶ୍ରେଣୀରେ ତେଲୁଗୁ ଶିକ୍ଷକମାନେ ଅତି ବିକୃତ ଉଚ୍ଚାରଣ ପୂର୍ବକ ଓଡିଆ ଭାଷାକୁ ପଢ଼ାଉ ଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ବିଦ୍ୟାଳୟରେ ଯୋଗଦାନ କରି ଶୁଦ୍ଧ ଓଡିଆଭାଷାରେ ଯେଉଁ ମଧୂର ସମ୍ଭାଷଣ କଲେ , ତାହା ଲଙ୍କାରେ 'ହରିଶବ୍ବ' ପରି ଛାତ୍ରମାନଙ୍କ ମନ ମୋହିନେଇଥିଲା । ପାରଳାଖେମୁଣ୍ଡିର ଉପାନ୍ତ ଅଞ୍ଚଳରେ ଓଡିଆ ଛାତ୍ରମାନଙ୍କ ଗହଣରେ ବୁଲି ଓଡିଶା ଗଠନ ସପକ୍ଷରେ ସେ ଦସ୍ତଖତ ସଂଗ୍ରହ କରିଥିଲେ ।
୧୯୨୪ ମସିହା ଜାନୁୟାରୀ ମାସରେ ଶ୍ରୀଯୁକ୍ତ ପଟ୍ଟନାୟକ ଆସିକା ହାଇସ୍କୁଲ୍ର ସହକାରୀ ଶିକ୍ଷକ ରୂପେ ଯୋଗଦାନ କରିଥିଲେ । ଏହି ସମୟରେ ଭାରତ ସରକାରଙ୍କ ଗଠିତ ଫିଲି୍ଫ୍ଡ୍ଫ୍ କମିଶନ୍ ଗଞ୍ଜାମ ପରିଦର୍ଶନ କରିଥିଲେ । ସମସ୍ତ ସ୍କୁଲ୍ ଶିକ୍ଷକ ଏବଂ ଛାତ୍ର ସମାଜ ସହ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରେ ଓଡିଶା ପ୍ରଦେଶ ଗଠନ ନିମିତ୍ତ ସେ ଯେଉଁ ଜନ ଜାଗରଣ ସୃଷ୍ଟି କରିଥିଲେ, ତାହାର ଫଳସ୍ୱରୂପ କମିଶନ୍ ଓଡିଶା ପ୍ରଦେଶ ଗଠନ ପାଇଁ ଅନୁକୂଳ ମତପୋଷଣ କରିଥିଲେ । ୧୯୩୧-୩୨ ମସିହାରେ ଓଡ଼୍ନେଲ କମିଶନର ପରିଦର୍ଶନ ବେଳେ ସେ ଅନୁରୂପ ବ୍ୟବସ୍ଥାମାନ କରିଥିଲେ ।
୧୧୨