ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରନ୍ତି । ଅମାନିଆଁ ପିଲା ଆପେ ଆପେ ନଇଁଯାଏ, ବୋଲମାନେ, ତାଙ୍କର ଜୀବନରେ ସୃଷ୍ଟ ହଜାର ହଜାର ପିଲାଙ୍କ ମଧ୍ୟରୁ କିଏ ଜଣେ ହେଲେ ତାଙ୍କର କିଛି ଅବିଗୁଣ ଥିବାର କହିପାରିବ ନାହିଁ । ତାଙ୍କ ଛାତ୍ର ମାନଙ୍କ ମଧ୍ୟରୁ କେତେକ ସମାଜରେ ସୁପ୍ରତିଷ୍ଠିତ । ସେମାନେ ସର୍ବଦା ସ୍ୱୀକାର କରନ୍ତି ଯେ ପଣ୍ଡିତଙ୍କ ପ୍ରେରଣା ହିଁ ସେମାନଙ୍କ ଜୀବନର ଉନ୍ନତିର ଭିତ୍ତିଭୂମି ।

ପଣ୍ଡିତେ ଜୀବନରେ କାଜୁଏଲ ଛୁଟି ମଧ୍ୟ ନେବାର ଦେଖାଯାଏ ନାହିଁ । ସ୍କୁଲ୍ ତଥା ଶ୍ରେଣୀରେ ତାଙ୍କର ପହଞ୍ଚିବାରେ ଆଦୌ ବିଳମ୍ବ ଘଟି ନ ଥାଏ । ସେ ଶ୍ରେଣୀକୁ ଆସିବାବେଳେ ପାଠ୍ୟପୁସ୍ତକ, ଶିକ୍ଷାଦାନ ଟିପ୍ପଣୀ ସାଙ୍ଗକୁ ଚକ୍‌ଷ୍ଟିକ ନେଇ ଆସିଥାନ୍ତି । ପାଠ୍ୟ ପୁସ୍ତକର ସବୁ ବିଷୟ ତାଙ୍କର ମୁଖସ୍ଥ ଥାଏ । ସେ ନିୟମିତ ଭାବେ ରସାଳ ଭଙ୍ଗୀରେ ପଢ଼ାନ୍ତି । ତାଙ୍କ ଶ୍ରେଣୀରେ ଛାତ୍ର ଛାତ୍ରୀ ଅମନୋଯୋଗୀ ହେବାର ସୁଯୋଗ ନଥାଏ । ପାଠ ସାଙ୍ଗକୁ ସେ ଅନେକ ଉଦାହରଣ ଯୋଡ଼ି ଦିଅନ୍ତି । ସେ ନିୟମିତ ପଢ଼ା ଦିଅନ୍ତି । ଆଜି ଖାତା ନେଇଥିଲେ ସବୁ ଖାତା ଟିକିନିଖି ଭାବରେ ଦେଖିସାରି ତାଙ୍କ ଆଖିରେ ପଡ଼ିଥିବା ଭୁଲ ଗୁଡ଼ିକ ଶ୍ରେଣୀରେ ପରଦିନ ଆଲୋଚନା କରନ୍ତି । ତାଙ୍କ ନିର୍ଦ୍ଦେଶ ମତେ ଭୁଲ୍ ଗୁଡ଼ିକ ଠିକ୍ କରି ଆଉ ଥରେ ଖାତା ଦେବାକୁ ହୁଏ । ତାହା ମଧ୍ୟ ସେ ଦେଖନ୍ତି ଓ ସେଥିରେ ଭୁଲ ଭଟକା ଥିଲେ ତାହା ମଧ୍ୟ ସଂଶୋଧନ କରନ୍ତି ।

କେବଳ ସଂସ୍କୃତ ନୁହେଁ ସାହିତ୍ୟ, ଗଣିତ ଓ ଇତିହାସ ଆଦି ପଢ଼ାଇବାରେ ତାଙ୍କର ଦକ୍ଷତା ପାଶୋରିବାର ନୁହେଁ । ପାଠ ଛାଡ଼ି ପିଲାଙ୍କର ଶ୍ରେଣୀ ପତ୍ରିକା ପାଇଁ ଲେଖା ମଧ୍ୟ ସେ ସଂଶୋଧନ କରିଦିଅନ୍ତି । ସେତେବେଳେ କୌଣସି ଶିକ୍ଷକଙ୍କର ବିଦାୟକାଳୀନ ସଭାରେ ଗୀତ ହେବାକୁ ଥିବା ସଂଗୀତ ମଧ୍ୟ ପିଲାଙ୍କ ଭିତରୁ କେହି କେହି ଲେଖନ୍ତି । ଗଣେଶ ପୂଜା ସରସ୍ୱତୀ ପୂଜା ପାଇଁ ଗୀତ ଲେଖିଦେଲେ ସେ ତାହା ଆଗ୍ରହରେ ସଂଶୋଧନ କରନ୍ତି । ତାଙ୍କ ନାଲିଗାର, ବାଜିଥିବା ସଂଗୀତକୁ ସଂଗୀତ ଶିକ୍ଷକ ପିଲାଙ୍କ କଣ୍ଠରେ ଗାନ କରାନ୍ତି । ପ୍ରତି ଶନିବାରର ତର୍କ ସଭାରେ, କୌଣସି ଶିକ୍ଷକଙ୍କର ବିଦାୟକାଳୀନ ସଭାରେ ସେ ଯେପରି ସାରଗର୍ଭକ ଭାଷଣ ଦିଅନ୍ତି, ତାହା ଭୁଲି ହେବନାହିଁ ।

ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟଭାବେ ପିଲାଙ୍କର ଖାଇବା ପିଇବା ଦେଖନ୍ତି, ହିସାବ ରଖନ୍ତି, କେହି ନଖାଇଲେ ତାଙ୍କୁ ବଳେଇ ବଳେଇ ଖୁଆନ୍ତି । ସ୍କୁଲ୍‌ର କେବଳ ହଷ୍ଟେଲ ନୁହେଁ, ସମବାୟ ଷ୍ଟୋର କଥା ସେ ମଧ୍ୟ ବୁଝନ୍ତି ।

ପଣ୍ଡିତମାନେ ଯେପରି ସାଧାରଣତଃ ରକ୍ଷଣଶୀଳ ଓ ଖପରାଡ଼ିଆଁ ସ୍ୱଭାବର ହୁଅନ୍ତି, ତାଙ୍କର ସେଭଳି ଅବିଗୁଣ ଆଦୌ ନଥାଏ । ବ୍ରାହ୍ମଣ, କରଣ, ତେଲି , ଗୁଡ଼ିଆଠାରୁ ଆରମ୍ଭ

୧୨୭