କେନ୍ଦୁଝରର କୁଳବୃଦ୍ଧ ଶିକ୍ଷକ
ବୃନ୍ଦାବନ ଦାଶ
ଶ୍ରୀ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ
ମଣିଷ ଜୀବନ ଘଟଣା ବହୁଳ । ସବୁ ଘଟଣାକୁ କେହି ମନେ ରଖିପାରିବା ସମ୍ଭବପର ନୁହେଁ । କିନ୍ତୁ କୀବନରେ ଅଳ୍ପ କେତୋଟି ସ୍ମରଣୀୟ ଘଟଣା ମନରେ ଏଭଳି ଛାପ ପକାଇଥାଏ ଯେ ତାହା ଆଦୌ ମନରୁ ପାଶୋରି ଯାଏନାହିଁ । ସେହିଭଳି ଏକ ଅଭୁଲା ଘଟଣାର ସ୍ମୃତିଚାରଣ କରୁଛି କେନ୍ଦୁଝର ଗଡ଼ଜାତର ଜଣେ ମହନୀୟ ଶିକ୍ଷକଙ୍କ ଜୀବନ ପ୍ରବାହ ମଧ୍ୟରୁ ।
ଉଣେଇଶିଶହ ପଇଁଚାଳିଶି ମସିହା ମଇ ମାସର ମଧ୍ୟଭାଗ । ଅଟୋପର ନିମ୍ନପ୍ରାଥମିକ ବିଦ୍ୟାଳୟରେ ତା'ପର ଦିନଠାରୁ ଗ୍ରୀଷ୍ମାବକାଶ ଆରମ୍ଭ ହେବ । ପୂର୍ବଦିନଠାରୁ ସ୍କୁଲ୍ର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ସ୍କୁଲ୍ର ଶ୍ରେଣୀ କୋଠରୀ ଗୁଡ଼ିକୁ ଅଧାକାନ୍ଥ । ତେଣୁ ଶ୍ରେଣୀ କୋଠରୀ ମାନଙ୍କ ମଧ୍ୟରେ ଥିବା କଳାପଟା, ଟେବୁଲ, ଚୌକି, ଷ୍ଟୁଲ ଓ ଲୋଡେସ୍କ ଗୁଡ଼ିକୁ ପିଲାମାନେ ବୋହି ଆଣୁଛନ୍ତି ଅଫିସ କୋଠରୀ ପାଖରେ ଥିବା ହାତକାମ ଘରକୁ । ସହକାରୀ ଶିକ୍ଷକ ଦ୍ୱୟ ଏ କାର୍ଯରେ ଲାଗିଛନ୍ତି । ଅଫିସ ଘରେ ପ୍ରଧାନ ଶିକ୍ଷକ ପରୀକ୍ଷାଫଳ, ବାର୍ଷିକ ବିବରଣୀ ଓ ଅନ୍ୟାନ୍ୟ ଆବଶ୍ୟକୀ ରିପୋର୍ଟ, ରିଟର୍ଣ୍ଣ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ପ୍ରାୟ ପୂର୍ବାହ୍ନ ଘ. ୯.୦୦ ପାଖାପାଖି ହେବ । ହଠାତ୍ ଶିକ୍ଷାମନ୍ତ୍ରୀଙ୍କ ପିଅନ ପୂରା ପୋଷାକରେ ଆସି ହେଡ଼ ମାଷ୍ଟରଙ୍କୁ ଭେଟି ସଲାମ କଲା । ଜଣାଇଲା "ଶିକ୍ଷାମନ୍ତ୍ରୀ ତାଙ୍କୁ ସ୍ମରଣ କରିଛନ୍ତି । ଶୀଘ୍ର ଯିବାକୁ ହେବ ।" ପ୍ରଧାନ ଶିକ୍ଷକଙ୍କର ସଂକ୍ଷିପ୍ତ ଉତ୍ତର - "ଅଳ୍ପ କାମ ଅଛି । କାମ ସାରି ଆସୁଛି ।" ଚପରାଶୀ ବିଦାୟ ନେଲା । ଶିକ୍ଷାମନ୍ତ୍ରୀ ମହୋଦୟ ପ୍ରଧାନ ଶିକ୍ଷକଙ୍କୁ ହଠାତ ଡ଼ାକିବାର ଅଭିପ୍ରାୟ ସେ ବେଶ୍ ମନେ ମନେ ଠଉରେଇ ନେଲେ । ସାଙ୍ଗରେ ପରୀକ୍ଷାଫଳ ରେଜିଷ୍ଟର, ପରୀକ୍ଷାରେ ଫେଲହୋଇ ଥିବା ମନ୍ତ୍ରୀଙ୍କ ପୁଅର ବାର୍ଷିକ ପରୀକ୍ଷାର ସମସ୍ଥ ଉତ୍ତରଖାତା ଓ ବାର୍ଷିକ ପରୀକ୍ଷାର ସେ ଶ୍ରେଣୀର ସମସ୍ତ ପ୍ରଶ୍ନପତ୍ରସବୁ ବ୍ୟାଗ୍ରେ ପୂରାଇଲେ । ପ୍ରୋଗ୍ରେସ ରିପୋର୍ଟ ଆଦି ବ୍ୟାଗରେ ରହିଲା ସ୍କୁଲ୍ର ଡାକ ବହି ସହିତ । ସେସବୁ ଡେପୁଟୀ ଇନ୍ସପେକ୍ଟରଙ୍କ ଅଫିସରେ ଦାଖଲ ହେବ । ଆଗ ମନ୍ତ୍ରୀଙ୍କ ପାଖକୁ ଗଲେ । କାର୍ଯ ବ୍ୟସ୍ତ ମନ୍ତ୍ରୀ
୧୩୦