ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ଓଡ଼ଶାରେ ଆଧୁନିକ ପ୍ରଶିକ୍ଷଣର
ଭାଗୀରଥୀ ଦ୍ୱାରକାନାଥ ଚକ୍ରବର୍ତ୍ତୀ

ଡ଼କ୍ଟର ଜଗନ୍ନାଥ ମହାନ୍ତି


ଯେତେବେଳେ ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ସଂକଟାପନ୍ନ, ସେତେବେଳେ ଜଣେ ବଙ୍ଗୀୟ ଶିକ୍ଷକ ଏଠାକୁ ଆସି ତତ୍କାଳିନ ଓଡ଼ିଶାର ପ୍ରାଣକେନ୍ଦ୍ର କଟକରେ ନବପ୍ରତିଷ୍ଠିତ ଏକ ଶିକ୍ଷାନୁଷ୍ଠାନରେ ଏକବର୍ଷ ନୁହେଁ କି ଏକ ଦଶନ୍ଧି ନୁହେଁ, ଦୀର୍ଘ ୨୫ ବର୍ଷ କାଳ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ପୁଣି ଉକ୍ତ ବିଦ୍ୟାଳୟରେ ବଂଗଳା ପରିବର୍ତ୍ତେ ଓଡ଼ିଆକୁ ପ୍ରଥମ ଭାଷା ରୂପେ ପଢ଼ାଇଥିଲେ । ସଂସ୍କୃତ, ପ୍ରାକୃତିକ ବିଜ୍ଞାନ, କୃଷି, ଚିତ୍ରାଙ୍କନ ଆଦିର ଶିକ୍ଷା ପ୍ରଦାନ ପ୍ରଚଳନ କରାଇଥିଲେ । ଜଣେ ଆଫଗାନ ଅଧିବାସୀଙ୍କଠାରୁ ଖଣ୍ଡେ ଜମିକିଣି ମାତ୍ର ଚାରି ହଜାର ଟଙ୍କାରେ ବିଦ୍ୟାଳୟ ପାଇଁ ବିରାଟ ଗୃହ ନିର୍ମାଣ କରିଥିଲେ । ପୁଣି ଅଧିକ ଆଶ୍ଚର୍ଯ୍ୟର କଥା ସେହି ବଙ୍ଗୀୟ ଶିକ୍ଷକ କନ୍ଧମାଳର ଘନ ଜଙ୍ଗଲ ମଧ୍ୟରେ ପଶି କନ୍ଧମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଏବଂ ଲୁଗା ପିନ୍ଧାଇବା ପର୍ଯ୍ୟନ୍ତ ଶିଖାଇଥିଲେ । ୧୮୭୨-୭୩ ମସିହାର