ଭାବେ ଶିକ୍ଷାଦାନକୁ ଦେଖୁଥାନ୍ତି । ଶିକ୍ଷାଦାନ ଉପକରଣ ସାଙ୍ଗକୁ କଳାପଟା କାର୍ଯ୍ୟ ଠିକ୍ ଭାବରେ ଚାଲିଥାଏ । ପାଠ ଦାନ ପରେ ସରଳ ପ୍ରଶ୍ନ ଛଳରେ ପଠିତ ପାଠର ଉତ୍ତର ଆଦାୟ ହେଉଥାଏ । ସାହେବଙ୍କ ମନକୁ ପାଇଲା ।
ପରାଧୀନ ଭାରତ ରେ ସ୍କୁଲ୍ ପରିଦର୍ଶନ ଉପରେ ଯେପରି ଦୃଷ୍ଟି ଦିଆଯାଉଥିଲା ଏବେ ଆଉ ତାହା ନାହିଁ । ଡ଼ି. ପି ସାହେବ ତାଙ୍କ ପରିଦର୍ଶନ ବେଳେ ଶିକ୍ଷକମାନଙ୍କର କେବଳ ଦୋଷ, ତ୍ରୁଟି ଦେଖୁନଥିଲେ । ଗୁଣର ମଧ୍ୟ ଆଦର କରୁଥିଲେ । ଡ଼ି.ପି ସାହେବ ବୃନ୍ଦାବନ ବାବୁଙ୍କ କାର୍ଯ୍ୟ ଦକ୍ଷତାରେ ମୁଗ୍ଧ ହୋଇ ତାଙ୍କୁ ମାସିକ ୧୫ ଟଙ୍କା ବେତନ ଦେବାକୁ ସୁପାରିସ କଲେ । ଏହା ଏକ ଅର୍ଥନୈତିକ ସୁପାରିସ । ସେତେବେଳେ ଅନଟ୍ରେଣ୍ଡ୍ ଶିକ୍ଷକଙ୍କ ପାଇଁ ମାସିକ ୬ ଟଙ୍କା ଓ ଟ୍ରେଣ୍ଡ ଶିକ୍ଷକଙ୍କର ମାସିକ ୯ ଟଙ୍କା ବେତନ ଧାର୍ଯ୍ୟ ହୋଇଥାଏ । ତେଣୁ ଜଣେ ପ୍ରାଥମିକ ଶିକ୍ଷକଙ୍କୁ ଅଧିକ ବେତନ ଦେବାକୁ ହେଲେ ତାହା ପଲିଟିକାଲ୍ ଏଜେଣ୍ଟଠାରୁ ମଞ୍ଜୁରୀ ଆଣି ଷ୍ଟେଟ୍ ବଜେଟ୍ ରେ ଅନ୍ତର୍ଭୁକ୍ତ କରା ନ ଗଲେ ଅଡ଼ିଟ୍ ଧରିବା କଥା । କିଛିଦିନ ଧରି ଏହାପଡ଼ି ରହିଥିଲା । ପରେ ଏସବୁ ଅସୁବିଧା ଦୂର କରାଇ ତାଙ୍କୁ ନୂତନ ଧାର୍ଯ୍ୟ ବେତନରେ କେନ୍ଦୁଝର ଗଡ଼କୁ ଅଣାହେଲା । ଏହି ସମୟରେ ଗୁପ୍ତ ରାଜକୁମାର ଏମ୍ .ଇ ସ୍କୁଲ୍ରୁ ପ୍ରାଥମିକ ଶ୍ରେଣୀଗୁଡ଼ିକୁ ଅଲଗା କରାଯାଇ ମଡ଼େଲ୍ ନି.ପ୍ରା. ସ୍କୁଲ୍ ଗଠିତ ହେଲା । ଆଟୋପରଠରେ ଅନ୍ୟ ଏକ ସ୍କୁଲ୍ ଖୋଲିଲା ।
ସେତେବେଳଙ୍କୁ ପ୍ରାଥମିକ ସ୍କୁଲ୍ କେବଳ ସବ୍ଇନ୍ସ୍ପେକ୍ଟର ମାନଙ୍କ ତତ୍ତ୍ୱାବଧାନରେ ରଖାନଯାଇ ଡ଼େପୁଟି ଇନ୍ସ୍ପେକଟରଙ୍କ ଅଧୀନରେ ରଖାଗଲା । ସେ ସମୟରେ କେନ୍ଦୁଝରରେ ପ୍ରାଥମିକ ଶିକ୍ଷାର ରୂପରେଖ ଅଲଗା ଥିଲା । ଉପଯୁକ୍ତ କାରଣ ନ ଥାଇ ଛାତ୍ରମାନେ ଅନୁପସ୍ଥିତ ହେଲେ ଅନୁପସ୍ଥିତ ଦିନ ପ୍ରତି ଏକ ପଇସା (ତିନି ପାହୁଲା) ଜୋରିମାନା ଦେବାକୁ ପଡ଼ୁଥିଲା । ଗାଆଁ ଲୋକେ ବେଠିରେ ସ୍କୁଲ୍ଘର ଛପର ଓ ହତା ବାଡ଼ାବନ୍ଦି କରିଦେଉଥିଲେ । ଗ୍ରାମର ପ୍ରଶାସନିକ ମୁଖ୍ୟ ପ୍ରଧାନ ଏଥି ପାଇଁ ଦାୟୀ ରହୁଥିଲେ। କେନ୍ଦୁଝରଗଡରେ ପ୍ରାଥମିକ ସ୍କୁଲ୍ଗୁଡିକ ପକ୍କା ଗୃହ ହୋଇଥିବାରୁ ଛାଉଣି ଛପର ସମସ୍ୟା ନଥିଲା । ତଳ ଶ୍ରେଣୀରେ ସଂଖ୍ୟା ଗଣନ, ମିଶାଣ, ଫେଡାଣ, ସଂଖ୍ୟା ବିଶ୍ଳେଷଣ ଓ ସଂଶ୍ଳେଷଣ ନିମନ୍ତେ କାଠିବିଡ଼ା ନେବାକୁ ହୁଏ । ରଙ୍ଗ ବେରଙ୍ଗ କରି ଶର କାଠି, ବାଉଁଶ କାଠିରେ ଦଶୋଟି କରି ପ୍ରତି ବିଡ଼ାରେ କାଠିଥାଏ । ନଅଟି ବିଡା ବନ୍ଧା ହୋଇ ଗୋଟିଏ କାଠି ବିଡାର ଦଶଟି କାଠି ଖୋଲା ଥାଏ । କାଠି ସାଙ୍ଗକୁ ଗୋଟିଏ ଛୋଟ ଥଳୀରେ
୧୩୪