ରାଜା ସରକାର ଅମଳରେ ବାର୍ଷିକ ଶିକ୍ଷକ ସମ୍ମିଳନୀରେ ଗଡ଼ର ସମସ୍ତ ପ୍ରାଥମିକ ସ୍କୁଲ୍ ଛାତ୍ରମାନଙ୍କୁ ପୁରସ୍କାର ଦିଅଯାଏ । ବୃନ୍ଦାବନ ବାବୁ ସବୁ ପ୍ରାଥମିକ ସ୍କୁଲ୍ର ବାଛା ବଛା ପିଲାଙ୍କୁ ଅଣାଇ ଗୀତ ଓ ଅଭିନୟ ଶିଖାନ୍ତି । ଶିକ୍ଷକ ସମ୍ମିଳନୀରେ ପ୍ରଦର୍ଶନୀ କରାଯାଏ । ଶିକ୍ଷା ସଂକ୍ରାନ୍ତୀୟ ଅଲୋଚନାଚକ୍ର ଅନୁଷ୍ଠିତ ହୁଏ । ଜାକଜମକରେ ସଭା ହୁଏ, ରାଜ୍ୟ ବାହାରୁ ବେଳେ ବେଳେ ଶିକ୍ଷାବିତ୍ ଓ ଅନ୍ୟ କେତେକ ଜ୍ଞାନୀଗୁଣୀ ଲୋକ ନିମନ୍ତ୍ରିତ ହୋଇ ଅସି ଉଦ୍ବୋଧନ ଦିଅନ୍ତି । ଏହି ବାର୍ଷିକ ଶିକ୍ଷା ସମ୍ମିଳନିରେ ବୃନ୍ଦବନ ବାବୁ ସକ୍ରିୟ ଅଂଶ ଗ୍ରହଣ କରିବା ସାଙ୍ଗକୁ ଷ୍ଟେଟର ଶ୍ରେଷ୍ଠ ଶିକ୍ଷକ ନା ଭାବେ ବହୁବାର ସମ୍ବର୍ଦ୍ଧନ ପାଇଛନ୍ତି । ସେ ଗୁରୁ ଟ୍ରେନିଂ ବ୍ୟତୀତ ସ୍କାଉଟ୍ ଟ୍ରେନିଂ ହାତକାମ ଟ୍ରେନିଂ ଓ ମୌଳିକ ଶିକ୍ଷା ଟ୍ରେନିଂ ନେଇ ଏସବୁର ନିଜ ସ୍କୁଲ୍ରେ ସଫଳ ରୁପାୟଣ କରିଥିଲେ । କେନ୍ଦୁଝର ଇତିହାସ ସେ ସ୍ୱର୍ଗତ ବନମାଳୀ ପଟ୍ଟନାୟକଙ୍କଠାରୁ ଶୁଣି ଶୁଣି ଲେଖିଥିଲେ। ତାହା ପରେ କେତୋଟି ବିଷୟ ଯୋଡ଼ାଯୋଡ଼ି କରି ସ୍କୁଲ୍ ଡ଼େପୁଟୀ ଇନ୍ସ୍ପେକ୍ଟର କ୍ଷେତ୍ରମୋହନବାବୁ ତାକୁ ନିଜ ନାମରେ ଛପାଇଥିଲେ । ସେତେବେଳେ 'ଜନବୀଣା' ନାମକ ଏକ ତ୍ରୟମାସିକ ସାହିତ୍ୟ ପତ୍ରିକା ପ୍ରକାଶ ପାଉଥିଲା । ବୃନ୍ଦାବାନବାବୁ ଏଥିରେ ନିୟମିତ ଲେଖା ଲେଖି କରୁଥିଲେ । ବଳଭଦ୍ର ନାଟ୍ୟ ପରିଷଦରେ ବିଭିନ୍ନ ନାଟକରେ ସେ ଅଭିନୟ ମଧ୍ୟ କରିଥିଲେ । ଚାକିରି ପରବର୍ତ୍ତୀ ଜୀବନରେ ସେ କଟକ ଡ଼ଗରପଡ଼ା ପ୍ରାଥମିକ ସ୍କୁଲ୍ର ପ୍ରଧାନ ଶିକ୍ଷକ ଲୋକନାଥ ନନ୍ଦଙ୍କ ସହ ସାମାଜିକଶିକ୍ଷା ପୁସ୍ତକ ରଚନା କରିଥିଲେ। ତାହା ଶିକ୍ଷକ ତଥା ଛାତ୍ର ମହଲରେ ବେଶ୍ ଅଦୃତ ହୋଇଥିଲା ।
ରାଜାଙ୍କ ଅମଳରେ ଅଦିବାସୀମାନେ ଶିକ୍ଷା ପାଇବା ପାଇଁ ଅଗ୍ରହୀ ନ ଥିଲେ । ସେତେବେଳେ ସେ ସାନ୍ତାଳ ସଂପ୍ରଦାୟର କେତେକ ପିଲାଙ୍କୁ ଡାକି ଡାକି ଆଣି ଅଟୋପର ସ୍କୁଲ୍ରେ ନାମ ଲେଖାଇ ପଢ଼ାଇଥିଲେ । ତାଙ୍କର ଅଦିବାସୀ ଛାତ୍ର ଦିଲ୍ଲୀ ସଭାରେ ସାଂସଦ ହୋଇଛନ୍ତି । କିନ୍ତୁ ତାଙ୍କୁ ମନେ ପକାଇ ତାଙ୍କର ସ୍ମୃତିରକ୍ଷା ପାଇଁ କିଛି ବ୍ୟବସ୍ଥା ଅବଧି କରାଯାଇପାରି ନାହିଁ । ସ୍ୱଧୀନତା ପ୍ରାପ୍ତିର ୨୦ବର୍ଷ ଆଗରୁ ଡିପି ସାହେବଙ୍କର ସେ ଅନୁଗ୍ରହ ଲାଭ କରିଥିଲେ । ରାଜା ସରକାର ତାଙ୍କୁ ଏକାଧିକବାର ରଜ୍ୟର ଶ୍ରେଷ୍ଠ ଶିକ୍ଷକ ଭାବେ ପୁରସ୍କୃତ ତଥା ସମ୍ବର୍ଦ୍ଧିତ କରିଥିଲେ । ଯେତେବେଳେ ଜାତୀୟ ସ୍ତରରେ କୃତୀ ଶିକ୍ଷକମାନଙ୍କୁ ସ୍ୱୟଂ ରାଷ୍ଟ୍ରପତି ସମ୍ବର୍ଦ୍ଧନା ଜଣାଇ ପୁରସ୍କାର ଦେବାର ବ୍ୟବସ୍ଥା ୧୯୬୩ ମସିହାରେ ହେଲା। ସେ ମଧ୍ୟ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ହେଲେ। ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଲାଭ କରିବା ଅବସରରେ ସେ ହିନ୍ଦୀଭାଷାରେ ଏକ ଭାଷଣ ପ୍ରଦାନ କରି ସମବେତ ବିବୁଧ ମଣ୍ଡଳୀଙ୍କୁ ଚମତ୍କୃତ କରିପରିଥିଲେ । ତାଙ୍କ ପ୍ରଦତ୍ତ ଭାଷଣର ଭାଷା
୧୩୬