ଲାଗ୍ଲା ଲସି ବ ଉଲ୍ -ଜସି ମହୁଲ୍- ଫୁଲ୍ ଗାଲେ । କାନର୍ କଲି ଅଙ୍ଗେନ୍- କଲା ମାନିକ୍ ଟପୋଟପୋ ଚୁମକ୍- ଲଗା- ଆଁଖିର ସାକ୍ଷୀ ଭରଗା ସପୋ ସପୋ ଗହ୍ମା ପୁନେର୍ ଚକେଲ୍ ପିଲା ଚାକୁଲ୍ ଚାକୁଲ୍ କେନ୍ତା ମିଠା ପେଟ ପୁର୍ ଲେ ସବୁ ମିଠା ଗଗ୍ଗମାଗମ୍ ଝାଲେ । (୧)
ଟୀକା : ନନୀ-ତରୁଣୀ, ହଲିଆ- ମୂଲିଆ, ଲରିଆ - ଛୋଟ ଲୁଗା, ଭରିଆଛନା- ଏକାନ୍ତ ନ ଛାଟିଅ, ଅକର୍ ଲରା - ଅତ୍ଯଧିକ, ଅଙ୍ଗନ୍ - ଯେଉଁ ତେଲମିଶା କଳା ଯୋଗୁଁ ଗାଡ଼ି ତକ୍ ସୁରୁଖୁର୍ ରେଚାଲେ । ତୁମ୍ କି-ଧୋବଲା ରଙ୍ଗର ବୃତ୍ତାକାର ଜରିର ପଦାର୍ଥ ବିଶେଷ ଜରିକାମରେ ସେଗୁଡ଼ିକ ଖଞ୍ଜା ହେଲେ ତାହାର ଆଭା ଆହୁରି ଫୁଟି ଉଠେ । ବରଗା ;କ୍ଲାନ୍ତି ସପୋ, ସପୋ =ବୃନ୍ତ ରୁ ଅମ୍ବକଷି ଛିଣ୍ଡାଇ ଦେଲେ ଯେଉଁ ରସ ବାହାରେ । ବାସ୍ତବ ଚି୍ତ୍ର ସମ୍ବଳିତ ଏହି ମଧୁର କବିତାର କବୁଇ ସତ୍ଯନାରାୟଣ କ ହିବାର ସେତେବେଲେ ସମ୍ବଲପୁର ଜିଲ୍ଲା ସ୍କୁଲ ରେ ସ ହକାରୀ ଶେକ୍ଷକ ରୂପେ କାର୍ଯ କରୁଥିଲେ । ପୂର୍ବତନ ଗଡ଼ଜାତ ସୋନପୁରର ସଦର ମହକୁମା ସୋନପୁର ସ ହରରେ ତାଙ୍କର ଜନ୍ମ । ପିତାଙ୍କ ନାମ ମିତ୍ର ଭାଅନୁ ଓ ମାତାଙ୍କ ନାମ ବିଳାସବାତୀ । ତାଙ୍କିର ପିଲାଦିନରୁ ପାଠ ପଢ଼ିବ ପାଇଁ ପ୍ରବଳ ଅଗ୍ରହ ଥିଲା । ସୋନ ପୁରରେ ସେକାଳରେ ମାଧ୍ଯମିକ ବିଦ୍ଯାଳୟ ନଥିବାରୁ ପ୍ରାଥମିକ ଶିକ୍ଷା ଶେଷକରି ସେ ସମ୍ବଲପୁର ଆସିଥିଲେ ଓ ସମ୍ବଲପୁର ଜିଲ୍ଲାସ୍କୁଲ୍ ରୁ ୧୯୩୦ ମସିହାରେ ମ୍ଯାଟ୍ରିକ୍ ପାସ କରିଥିଲେ । ଉଚ୍ଚଶିକ୍ଷା ପାଇଁ ପ୍ରବଳ ଆକାଙ୍କା ଥିଲେ ମଧ୍ଯ ଘରର ବିଦ୍ଯାଳୟରେ ନାମ ଲେଖାଇ ସେଠାରୁ ୧୯୩୨ମସିହାରେ କୃତ୍ତିତ୍ବରେ ଷ ଉତ୍ତୀର୍ଣ୍ଣ ହୋଇଥିଲେ । ତାହାପରେ ସେ ସମ୍ବଲପୁର ଜିଲ୍ଲା ସ୍କୁଲ୍ ରେ ଶିକ୍ଷକ ରୂପ୍ପେ ଯୋଗ ଦେଉଥିଲେ । ଆଜିକାଲି ଗଙ୍ଗାଧର ମେହେର କଲେଜ ଯେଉଁଠାରେ କାର୍ଯ କରୁଅଛି, ସେତେବେଲେ ସେହିଠାରେ ସମ୍ବଲପୁର ଜିଲ୍ଲା ସ୍କୁଲ କାର୍ଯ୍ଯ କରୁଥିଲା । ନିଜର ଅଧ୍ଯବସାୟ ବଳରେ ସେ ଘରୋଇ ଭାବରେ ପରୀକ୍ଷା ଦେଇ ଦି ଏ ଓ ବି ଇଡ଼ି ଡ଼ିଗ୍ରୀ ହାସଲ କରିଥିଲେ।