ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହେଉ, ବର୍ଷା ହେଉ-ସେଥିପ୍ରତି ଭ୍ରୁକ୍ଷେପ ନଥିଲା । ବାତ୍ୟା ଓ ବର୍ଷାରେ ସମ୍ବଲପୁର ସହର ଜଳାର୍ଣ୍ଣବ ହୋଇଥାଏ । ଅଧିକାଂଶ ଶିକ୍ଷକ ବିଦ୍ୟାଳୟକୁ ଆସିନଥାନ୍ତି । କିନ୍ତୁ ସତ୍ୟନାରାୟଣ ବାବୁ ଠିକ୍ ସମୟରେ ବିଦ୍ୟାଳୟରେ ହାଜର । ପ୍ରଧାନ ଶିକ୍ଷକ ରେନି ଡେ ପାଇଁ ଛୁଟି ଘୋଷଣା କରିବା ପରେ ସେ ଛତାଖଣ୍ଡିଏ ଧରି ଧୀରେ ବିଦ୍ୟାଳୟରୁ ଫେରିଯାଇଛନ୍ତି ।

ସେ ଥିଲେ ପୂ୍ର୍ଣ୍ଣତାବାଦି । ପ୍ରବନ୍ଧ ହେଉ , ସରଳାର୍ଥ ହେଉ ବା ପିଲାଙ୍କର କୌଣସି ରଚନା ହେଉ, ସେ ସେଥିରେ ଆଦୌ ସନ୍ତୁଷ୍ଟ ହେଉନଥିଲେ । ସେ ଚାହୁଁଥିଲେ ରଚନାଟିରେ ପ୍ରସିଦ୍ଧ କବି ଓ ଲେଖକମାନଙ୍କର ଉଦ୍ଧୃତ ରହି ତାହା ସର୍ବାଙ୍ଗସୁନ୍ଦର ହେଉ । ଗୋଟିଏ ବଡ ଖାତାରେ ପାଠ୍ୟକ୍ରମରେ ଥିବା ପ୍ରବନ୍ଧ,ବିଭିନ୍ନ ବିଷୟରେ ଥିବା କଠିନ ଭାବସମ୍ଭଳିତ ବାକ୍ୟ ଓ ପଦମାନଙ୍କର ସରଳାର୍ଥ ଆଦି ନିଜେ ସେ ଲେଖି ରଖିଥନ୍ତି । ଅନେକ ସମୟରେ ଛାତ୍ରମାନଙ୍କୁ ସେଥିରେ ଉତାରିନେବାକୁ କ ହିଥନ୍ତି । ସେତେବେଳେ ସାମ୍ବଲପୁର ଜିଲ୍ଲାର ସ୍କୁଲ ଗଙ୍ଗାଧର ମେହେର କଲେଜର ଅଧ୍ଧକ୍ଷଙ୍କର ସାସନାଧୀନ ଥାଏ ।  ସୁପ୍ରତିଠିତ କବି , ଓ ସାହିତ୍ୟିକ ଓ ଶିକ୍ଷାବିତ୍ ଡକ୍ଟର ମାଯାଧର ମାନ ସିଂ  ଅଧ୍ଧକ୍ଷ ଥାନ୍ତି । ସେଥରେ ବିଦ୍ୟାଳୟ ପରିଦର୍ଶନରେ ଆସି  ସତ୍ୟ ନାରାୟ ବାବୁଙ୍କର ଖାତାଅତିକୁ ଆବିଷ୍କାର କଲେ । ରଚନା ଲିଖନରେ ପିଲାମାନେ ଅନ୍ୟର ଲେଖାରୁ ଉତ୍ତାରିନେଲେ ସେମାନଙ୍କର ସୃଜନଶୀଳତା ; ବ୍ୟାହତ ହୁଏ ତେଣୁ ଏପରି କରିବା ଉଚିତ ନୁହେଁ ବୋଲି କ ହି ସତ୍ୟନାରାୟଣ ବାବୁଙ୍କ ଉପରେ   ବିରକ୍ତି ପ୍ରକାସ କରିଥିଲେ ସତ , କିନ୍ତୁ ତାଙ୍କର ଶିକ୍ଷାଦାନରେ  ନିଷ୍ଠା ଓ ଅଧ୍ଧବସାୟକୁ ପ୍ରଶଂସା କରିଥିଲେ । ତ ତ୍ କାଳିନ  ଛାତ୍ର  ଶ୍ରୀ ମାନ  ଲଳିକେନ୍ଦୁ ମାନ ସିଂହ ବର୍ତ୍ତମାନ  ଭାରତ ବୌଦେଶିକ ସେବାରେ ଉଚ୍ଚ ପଦବୀରେ ଅଧିଷ୍ଠିତ । ସେ ସତ୍ୟନାରାୟଣ  ବାବୁଙ୍କ  ସମ୍ବନ୍ଦରେ ଲେଖିଛନ୍ତି;   -Most of the teachers under whom I had the privilege of studing were highly competent and sincere and some of them were highily competent and sincere and some of them were individualistic . There was ,for example . sri Satyanarayan Bohider , who used to teach us M.I.L. (Oriya)..... Satyanaran babu used to insist on our writing essays in elegant, ornate Oriya, replete with quotations from the master poets. (Sketehes of school life, by Lalitendu Mansingha, I .F.S.)