ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ପ୍ରତି ତାରକାରେ ଥରି ଉଠ ତୁମେ
ମୋହରି ବେଦନା ହେରି
ଦିଅ ଦିଅ ନାଥ ଆହୁରି ଦୁଃଖ
ନେବି ମୁଁ ସକଳ ବରି ।
ଆସାମ କୃପାରେ ଠେଲି ଦେବ ଯସି
କରୁଣା - ବିମଳ ପଦେ
ଗଡି ଗଡି ଶେଷେ ତୁମରି ପୟରେ
ପଡିବି ହେ ଗଦଗଦେ ।
ନମ୍ରୁଶିରେ ମୁଁ ବ୍ୟାଥା - ଭରା ପ୍ରାଣେ
ଜୀବନରେ ଜେବେ ଅନ୍ତିମ - ଗାନେ
ତୁମରି ପକ୍ଷରେ ବନ୍ଦନା କରି
ଚାହିଁବି ବଦନ - ଶଶୀ ,
ଖ ନାଥ ମୋର , କୋଳପରି ତେବେ
ସେବିନି କି ଥରେ ହସି
(୧) ଉପରୋକ୍ତ ଘଟନାଟି କାଳ୍ପନିକ ନୁହେଁ । ମୁଁ (ଭାଗୀରଥି ନାୟକ ) ସେତେବେଳେ ଚନ୍ଦରଶେଖର ବେହେରା ଜିଲ୍ଲା ସ୍କୁଲରେ ଶିକ୍ଷକ ଥିଲି ଓ ତାଙ୍କ ଷିତ ଫେରୁଥିଲି । ତେଣୁ ଏ ଘଟଣା ପ୍ରତ୍ୟକ୍ଷଦର୍ଶୀ ଭାବରେ ଏଠାରେ ବର୍ଣଣା କଲି
(୨) ଶ୍ରୀ ଭାଗୀରଥି ନାୟକ