ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସେ ସ୍କୁଲମାନଙ୍କରୁ ଆଠ ଦଶଜଣ ଲେଖାଏଁ ଛାତ୍ରଛାତ୍ରୀ ଯୋଗ ଦେଇଥାନ୍ତି ସେହି ଉତ୍ସବରେ । ସବୁ ସ୍କୁଲର ଶକ୍ଷକମାନେ ଆସନ୍ତି । ଫରିଙ୍ଗିଆର ସମସ୍ତ ସରକାରି କର୍ମଚାରୀ , ବ୍ୟବସାୟୀ ଓ ଜନସାଧାରନ ଜମି ଯାଇଥାନ୍ତି ଖେଳ ଦେଖିବାକୁ । ଫିରିଙ୍ଗିଆ ଉ ପ୍ରା ସ୍କୁଲର ହେଡ ପଣ୍ଡିତଙ୍କୁ ବେଖ ନଥାଏ । ସବୁ କାମର ତ ତ୍ତାବଧାନ ସେ କରୁଥାନ୍ତି । ସବୁପିଲା , ମୁରବୀ ଓ ଶିକ୍ଷକଙ୍କମାନଙ୍କର ଖିଆପିଆରେ ଯେତେ ଖର୍ଚ୍ଚ , ସବୁ ତୁଳାଇଥିଲେ ବଦାନ୍ୟ ବ୍ୟବସାୟୀ ସ୍ୱର୍ଗତ ଜଗନ୍ନାଥ ଚୌଧୁରୀ ।


                          ତା ପରଦିନ ପୁରଷ୍କାର ବିତରଣୀ ସଭରେ ପୌରୋହିତ୍ୟ କରିଥିଲେ ଫଲବାଣୀର ଜିଲ୍ଲାପାଳ ସ୍ୱର୍ଗତ ବିନୋଦ ଚନ୍ଦ୍ର ତ୍ରୀପାଠୀ ଆ ଇ ଏ ଏସ୍ ।  ମଞ୍ଚରେ ଆସୀନହେଲେ  ଜିଲ୍ଲାପାଳ ଓ  ପ୍ରଧାନ ଶିକ୍ଷକ  , ଯେତେବେଳେ ଉତ୍ସବର ଉଦ ବୋଧନୀ ସଂଗୀତ ବୋଲିବା ଆରମ୍ଭ ହେଲା କୁଇଭାଷାରେ  ଜିଲ୍ଲାପାଳ ପ୍ରଧାନ ଶିକ୍ଷକଙ୍କ ଆଡକୁ ବଡ ବଦ ଆଖିକରି ଚାହିଁଲେ ।  ପ୍ରଷାନ ଶିକ୍ଷକ ନିମ୍ର ସ୍ୱରେ ସୂଚନା ଦେଲେ , ଏହାର ଓଡିଆ  ଅନୁବାଦ ମଧ୍ଧ ଆପଣ ଶୁଣିବେ 
                                       ଗୀତଟି ହେଲା
                                         ବାଦୁ ବାଦଲା ଗଇ
                                           ସାଙ୍ଗଳା ଯୁଇଜାଇ
                                        ମେହେଦୁ ଇ   ପିରାକନ
                                      ଏସେ ସାଞ୍ଜା ମାନାରା ।
                                         ଓଡିଆ ଅନୁବାଦ;-
                                         ଆସ ଆସଲୋ ସହି
                                         ସଙ୍ଗାତ ସଙ୍ଗ ହୋଇ
                                          ଦେଖୋଏ ଏ ପିରିଙ୍ଗିଆ
                                            ଆନନ୍ଦେ ଉଲ୍ଲସଇ ।
                            ଗୀତରେ ଗୀତରେ  ଓଡିଶାର ଜଗନ୍ନାଥ , ମହୋଦଧି , ବଡ ବଡ ନ୍ଦୀ, ପର୍ବତ, କଳକାରଖାନା , ବନ୍ଧ ,ତେର ଜିଲ୍ଲାର ବର୍ଣନା । ଦାଣ୍ଡିଆ ନାଚରେ କାଠିମାନଙ୍କର ତାଳ ସାଙ୍ଗକୁ ପିଲାଙ୍କ ନାଚ କେବଳ ଜିଲ୍ଲାପାଳ ନୁହନ୍ତି  ଆବା ଳବୃଧ୍ଧବଳନିଅତା ସମସ୍ତଙ୍କ ପ୍ରାଣରେ  ଆନନ୍ଦ