ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଭରି ଦେଇଥାଏ । କୁଇ ଓ ଓଡିଆ ଉଭୟ ଭଷାରେ ଲେଖାଯାଇଥିବା ଶିକାର ଗୀତ , ନାଚ ଓ ଅଭିନୟ ମଧ୍ଧରେ ଗାନ କରାଗଲାବେଳେ ସମସ୍ତ ଉତ୍ଫୁଲ୍ଲ ହୋଇ ଉଠୁଥିଲେ । ପୁରଷ୍କାର ବିତରଣ କରିସାରି ଜିଲ୍ଲାପାଳ ତାଙ୍କ ଭାଷଣରେ ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଅନେକ ବଧାଇ ଜଣାଇଲେ । ଫିରିଙ୍ଗିଆ କ୍ରୀଡା ଉତ୍ସବର ସଫଳତା ସମ୍ପକରେ ସେ ଅନେକ ସଭାସମିତିରେ ତାଙ୍କର ସ୍ମୁତି ରୋଛନ କରି ଅନ୍ୟ ଶିକ୍ଷାନୁଷ୍ଠାମାନେ ଏଭଳି ଉତ୍ସବ ମାନ କରିବା ନିମନ୍ତେ ଆହ୍ୱାନ ଦେଥିଲେ ।
ଫିରିଙ୍ଗିଆ ଉଚ୍ଚ ପ୍ରାଥମିକ ସ୍କୁଲର ସେହି ହେଡ୍ ମାଷ୍ଟର ହେଉଛନ୍ତି ସ୍ୱର୍ଗତ ହୋବିନ୍ଦ ଚନ୍ଦର ମହାନ୍ତି । ସେ ସୁଖରେ ଉଲ୍ଲସିତ ହୁଅନ୍ତିନାହିଁ , ଦୁଃଖ ତାଙ୍କର ମନୋବଳକୁ ଭାଙ୍ଗିପାରେ ନାହିଁ। ତାଙ୍କୁ ଯେଥରେ ଦେଖିଛି , ତାଙ୍କ ସ ହିତ ମିଶିଛି ସେ କଦାପି ଭୁଲି ପାରିବ ନାହିଁ । ରାତି ପ ହରେ ଥା ଉଣୁ ସେ ଶଯ୍ୟା ତ୍ୟାଗ କରନ୍ତି । ସେତିକି ବେଳୁ ତାଙ୍କର କର୍ତ୍ତବ୍ୟ ଆରମ୍ଭ ହୋଇଥାଏ ପୁଣି ରାତିଦଶଟା ବେଳେ ଶୋଇବାପ୍ରଯ୍ୟନ୍ତ । ତାଙ୍କ ସ୍କୁଲରେ ଆଜିକାଲି ଭଳି ନାନାଦି ଉପକରନ ନଥାଏ । କେତୋଟି କଳାପଟା ମାତ୍ର ଥାଏ । ସେ ନିଜେ ଚାନ୍ଦା ଭେଦା କରି କେତୋଟି ମାନ ଚିତ୍ର ଓ ଗ୍ଲୋବ ; ରଖିଥାନ୍ତି। କେଉଁ ପୁରାତନ ଯୁଗର ଅବ୍ୟହୃତ ଡାକବଙ୍ଗଳା ଘରେ ସ୍କୁଲ କାମ ଚାଲିଥାଏ । ଆଗରେ ପ୍ରସସ୍ତ ବାରଣ୍ଡା , ଦୁଇ ବଖରା ବଡଘରେ ଶ୍ରେଣୀ କାମ ହୁଏ । ସ୍କୁଲରେ ଖୁବ୍ ଛୋଟ ଛୋଟ ଦୁଇଟି କୋଠରି ଥାଏ । ଗୋଟିଏ ଶାକ୍ଷା ଡାକଘର ରୂପେ ବ୍ୟବ ହୃତ ହୁଏ । ଅନ୍ୟ ଛୋଟ କଠୋରିଟି ସ୍କୁଲର ଗୋଦାମଘର କାମ ଚଳାଏ । ଫରିଙ୍ଗିଆ ସ୍କୁଲର ହଷ୍ଟେଲ ଦେୟ ବାବଦ ମାସକୁ କେତେ ଚା ଉଳ ପିଲାଏ ଦେବେ କେତେ ଟଙ୍କାଦେବା କୁ ପଡିବ , ସେହିପରି କିଛି ନିୟମ ନଥିଲା । ହଷ୍ଟେଲ ହାଜିରା ଖାତାଟିଏ ଥାଏ । ମିଲ୍ ହିସାବ , ହଷ୍ଟେଲ ଖର୍ଚ୍ଚ ହିସାବଖାତା ବୋଲି କିଛି ନଥାଏ । ପୂଅରୀ ଚାକର କେହିନଥାନ୍ତି । ସକାଳୁ ଖାଦ୍ୟ ମନ୍ରୀଜିମାରେ ପ୍ରତେକ ଅନ୍ତେବାସୀ ଡବେଲେଖାଏଁ ଚା ଉଳ, ଡାଲି ଦେଇଦିଅନ୍ତି । ହେଡମାଷ୍ଟେ ପଚାରନ୍ତି ଆଜି କେତେ ଜଣ ଚା ଉଳ ଦେଇପାରିନହାନ୍ତି । ଗୋବିନ୍ଦ ମାଷ୍ଟରଙ୍କ ବାକ୍ସରୁ ଚା ଉଳବାହାରେ ତାଙ୍କପାଇଁ ଓ ଯେଉଁ ପିଲାଚା ଉଳ ନ ଦେଇଥାନ୍ତି ସେମାଙ୍କପାଇଁ ଅଧିକ ଦି ତିନି ଡବା , କାହାର ବିରିଡାଲି ତ ଆଉ କାହାର ଝୁଡଙ୍ଗ ଡାଲି , ହରଡ ମସୁର , କାନ୍ଦୁଲ , ଶିମ୍ବ ମନ୍ଜି ,ଏପରି ପଞ୍ଚୁବର୍ଣ ଡାଲିରେ ପରିବା ଯାହାଥାଏ ମିଶିଯାଇ ଅଗ୍ଙ୍କାନ ଘାନ୍ଟୋ ଡାଲମା ହୁଏ , ପିଲାଙ୍କସାଙ୍ଗରେ ହେଡ ମାଷ୍ଟେ ବସନ୍ତି ଖାଇବାକୁ ।