ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ରାତି ଚାରିଟାରୁ ଉଠିବା ପରେ କେବଳ ମୁହଁ ଧୋଇଦେଇ ପ୍ରାଥନା କରନ୍ତି ପିଲାମାନେ । ଅଖିଳ ବ୍ରହ୍ମଣ୍ଡପତି ମୋ ଜୀବନ ସ୍ୱାମୀ । ତା'ପରେ ଆରମ୍ଭ ହୁଏ ପଢାପଢି । ସେତେବେଳେ ପଣକିଆ ଡକାଡକି ଚାଲେ । ମାଷେଟ୍ର ମାନଷାଙ୍କ ପଚାରନ୍ତି । ଗୀତ ବୋଲାକରନ୍ତି ପିଲାଙ୍କୁ । ଅନ୍ଧାର ଥିଲେ ପଦାକୁ ପିଲାମାନେ ଯାଇପାରିବେ ନାହିଁ । କାରନ ବାଘ ଭାଲୁ ଭୟ ଥାଏ । ଗୋବିନ୍ଦ ବାବୁଙ୍କର ଗୋଟିଏ ଦ ଉଡିଆ ଖଟିଆ , ପିଲାମାନେ ପଟିଆ ପାରି ଶୁଅନ୍ତି । ଶୀତ ଦିନେ ହିଦ ଭଙ୍ଗୀ ଜାଡ । ହେଡ୍ ମାଷ୍ଟର ଙ୍କ ଉହେଁଇ ସାଙ୍ଗକୁ ପିଲାମାନ ଙ୍କର ନିଆଁ ଗଦା । ଶୀତ ଲୁଗା ମିଳିବ କୁଆଡୁ ? ଖରାଦିନେ ହିଂସ୍ର ଜନ୍ତୁଙ୍କ ଭୟରେ ବାହାରେ ଶୋଇବାର ପ୍ରଶ୍ନ ଉଠେନା । ବର୍ଷାଦିନେ ଆସିଲେ ଗାଆଁଗଣ୍ଡାରେ ଲୋକଙ୍କର ଅଭାବ ଅନଟନ ବଢିଯାଏ । ପିଲାମାନେ ନିଜ ପାଇଁ ଡାଲି ଚାଉଳ ଆଣିପାରନ୍ତି ନାହିଁ । ହଷ୍ଟେଲରୁ ପ୍ରାୟ ତିନି ମାସ ଘରକୁଯାନ୍ତି । କେତେ ପିଲା ସ୍କୁଲକୁମଧ୍ଧ୍ୟ ଆସିପାରନ୍ତି ନାହିଁ । ପେଟରେ ତାଡନାରେ ମଗୁଶୀର ପୁଷ ମାସ ବେଳକୁ ହଷ୍ଟେଲ ଜମେ । ଇମିତି ଅଭାବ ଅନତଙ୍କ୍ଲୀନ୍ତ ପିଲାଙ୍କୁ ନେଇ ଫିରିଙ୍କଗିଆରେ ସ୍କୁଲ ଚଳେଇବା କଷ୍ଟ , ତାହା ଅନୁଭାବୀ ହିଁ ଜାଣିପାରେ ।

                              ଏଇ ଗୋବିନ୍ଦ ମାଷ୍ଟେଙ୍କ ନାମ ଗୋବିନ୍ଦ ଚନ୍ଦ୍ର ମହାନ୍ତି । ତାଙ୍କ ଜନ୍ମ ସ୍ଥାନ ଫୁଲବାଣୀ ସାହିରେ । ସେ ଆଉ ଇହ ଜଗତରେ ନାହାନ୍ତି । ତାଙ୍କର ପିତାଙ୍କର ନାମ ରଘୁନାଥ ମହାନ୍ତି  ଓ ମାତା କୌଶଲ୍ୟା ଦେବୀ । ୧୯୦୨ ମସିହାରେ ତାଙ୍କର ପ୍ରକୃତ ଜନ୍ମ  ହୋଇଥିଲେ ମଧ୍ଧ୍ୟ ସ୍କୁଲ କାଗଜପତ୍ର ରେ ତାଙ୍କର ଜନ୍ମ ୧୯୦୬ ବୋଲି ଉଲ୍ଲେଖଥିଲା । ସେତେବେଳେ ଫୁଲବାଣୀରେ କେବଳ ମାଇନର  ସ୍କୁଲଟିଏ ଥିଲା ଓ ଗୋବିନ୍ଦ ବାବୁ ମାଇନର ପ୍ର୍ଯଯନ୍ତ ପଢିଥିଲେ । ପଢାସରିବାପରେ ଅମୀନ ଚାକିରୀ କିଛି ଦିନ କରିଥିଲେ ।ତାଙ୍କୁ ସେ କାମ ଭଲ ଲାଗୁ ନଥିଲା । ବାରବୁଲା  କାମକୁ ସେ  ପସନ୍ଦ କରୁନଥିଲେ । ସେତେବେଳେ କନ୍ଧମାଳରେ କେତୋଟି ପ୍ରାଥମିକ ଶିକ୍ଷକ  ପଦବୀ ଖାଲିଥିଲା ଥିବାରୁ ଗୋବିନ୍ଦ ବାବୁ ପ୍ରାଥମିକ ଶିକ୍ଷକ ହେବାପାଇଁ ଆବେଦନ କଲେ । ସେତେବେଳେ ସପ୍ତମ ଶ୍ରେଣୀ ପାସ୍ କରିଥିଲେ  ସିକ୍ଷକ କାମ ମିଳିବାରେ  ବାଧାନଥିଲା । କିନ୍ତୁ  କନ୍ଧମାଳ ରେ ଶିକ୍ଷକମାନଙ୍କ ପାଇଁ  କନ୍ଦମାନଙ୍କର କଥିତ କୁଇ ଭାଷା  ରେ ଦକ୍ଷତା ଥିବା ବାଧ୍ଧତା ମୂଳକ ଥିଲା । କାରଣ କନ୍ଧମାଳର  ପ୍ରାଥମିକ ଶିକ୍ଷା  କୁଇ ଭାଷାରେହିଁ ଦିଆଯା ଉଥିଲା । ନିଜେ ଏସ୍ ଡି ଓ ଏଜେ ଓଲେନ୍ ବ୍ୟଚ୍ କୁଇ ଭଷା ପରୀକ୍ଷା ନେବେ । ଠକାଠିର ପ୍ରଶ୍ନ ନାହିଁ । ଗୋବିନ୍ଦ ବାବୁ କୁଇ ଭାଷା ଭଲ ଭାବରେ ଜାଣିଥିଲେ । ତେଣୁ ଶିକ୍ଷକ ଚାକିରି ମିଳିଗଲା ।