ସାଙ୍ଗରେ ବେଶୀ ସଂଖ୍ଯକ ଉଚ୍ଚ ଜାତିର ପିଲା ପଢ଼ନ୍ତି ।ତେଣୁ ବିଶିପଡ଼ା ଉ,ପ୍ରା ସ୍କୁଲ ରେ ଗୋବିନ୍ଦ ବାବଜ ଙ୍କ କକ୍ଷତା ଅଧିକ ପରିମାଣରେ ପ୍ରତିପାଦିତ ହେଲା । ବଶିପଡ଼ାରେ ପିଲାମାନେ ବାର୍ଷିକ ବୃତ୍ତି ପାଇଲେ । ନୂଆ ହଷ୍ଟେଲ ଘର ତିଆରି ହେଲାଡ଼ । ଲୋକ ସ ହ ଯୋଗ ଆ ଗ ଅପେକ୍ଷା ବଢ଼ିଲା । ଛାତ୍ର ଉପସ୍ଥାନ ବଢ଼ିଲା । ସେଠାରେ ୧୯୪୯ ଶେଷ ସଦ୍ଧା ସେ ହେଡ଼୍ ମାଷ୍ଟର ଥିଲେ । ଫିରିଙ୍ଗିଆ ସ୍କୁଲ୍ ଗୋବିନ୍ଦ ବାଜୁଙ୍କ ଅନୁସ୍ଥିତିରେ ଦିନ କୁ ଦିନ ଖରାପ ଆଢ଼କୁ ଗତି କରିବାକୁ ଲାଗିଲା । ସେଠାରେ ପ୍ରଧାନ ଶିକ୍ଷକଙ୍କର ବାରମ୍ବାର ଦେହ ଖରାପ ହୁଏ । ତେଣୁ ସ୍ବାସ୍ଥ୍ଯଗତ କରଣରୁ ସିକ୍ଷକ ଲମ୍ବା ଛୁଟିରେ ରହିଲେ । ସ୍କୁଲ ବନ୍ଦ ହେଲେ ଥାନାବାବୁ ପାରା ଡ଼ାକ ଯୋଗେ ଏସ୍ ,ଜି,ଓଡ଼ଙ୍କୁଜଣାଇ ଦିଅନ୍ତି । ସ୍କୁଲ ସବ ଇସ୍ ପେ କ୍ଟରଙ୍କର ଫିରିଙ୍ଗିଆ ଉ, ପ୍ରା, ସ୍କୁଲରେ ହେଡ଼ ପଣ୍ଡିତ ଙ୍କ ଅବସ୍ଥା ପନ ନେଇ ଚିନ୍ତା ଚାଲିଲା । ଏଠାକାର ଖରାପ ଜଳବାୟୁରେ କିଏ ଚଳିପାରିବ ? ନାନା ଦି ଅସୁବିଧା ଭିତରେ ଘନ ଘନ ବଦଳି ପାଇଁ କିଏ ଅନୁରୋଧ କରିବ ନାହିଁ ? କର୍ତ୍ତୃପକ୍ଷ ବିଚାର କଲେ ଗୋବିନ୍ଦ ଚନ୍ଦ୍ର ମହାନ୍ତିଙ୍କୁ ବିସିପଡ଼ାରୁ ଆଉଥରେ ଫିରିଙ୍ଗିଆ ଉ,ପ୍ରା , ସ୍କୁଲରେ ଅବସ୍ଥାପିତ କରିଦେଲେ ସମସ୍ଯାର ସମାଧାନ ହୋଇଯିବ। ତାହା ହିଁ ହେଲା । ୧୯୫୦ ମସିହା ଆରମ୍ବରେ ଫଗିରିଙ୍ଗିଆ ଉ,ପ୍ରା, ସ୍କୁଲରେ ଗୋବିନ୍ଦବାବୁଙ୍କର ପୋଷ୍ଟି ହେଲା ।
ସେ ସ୍କୁଲ୍ ସଂଲଗ୍ନ ଛାତ୍ରାବାସରେ ଆସି ରହିଲେ । ତାଙ୍କର ଚିନ୍ତା, କରିପରି ମୁମୂର୍ଷୁ ବିଦ୍ଯାଳ୍ୟଟିର ଉନ୍ନତି ସାଧନ କରାଇବେ । ଗାଆଁରେ ମୁଖୁଆ ମୁଖିଆ ଲୋକଙ୍କୁ ଭେଟିଲେ । ଛାତ୍ରଛାତ୍ରୀ ଙ୍କ ମୁରବୀମାନଙ୍କୁ ଭେଟଲେ । ସ୍କୁଲ ସମୟ ପୂର୍ବରୁ ଗାଆଁକୁ ଯାଇ ଘରେ ଘରେ ଫଞ୍ଚି [ପିଲାମାନଙ୍କୁ ସ୍କୁଲ କୁ ଡ଼ାକି ଆଣିଲେ । ୩ୟ ଶ୍ରେଣୀ ପଢ଼ିସାରି ପାଖ ଆଖ ଗାଆଁଗଣ୍ଡାରେ ଯେଉଁ ପିଲା ସବୁ ଅଧିକ ପାଠ ନପଢ଼ି ବୁଲୁଥିଲେ ସେମାନଙ୍କୁ ଆଣି ନାଆଁ ଲେଖାଇଲେ । ଛାତ୍ରସଂଖ୍ଯା ବଢ଼ିଲା , ଉପସ୍ଥାନ ବଢ଼ିଲା ,ପାଠପଢ଼ା ଆଗଠାରୁ ଆଗେଇଲା। ସ୍କୁଲ ସାନ୍ଦ ଙ୍କୁ ଛାତ୍ରାବାସ ଜବେଶ ଜମି ଉଠିଲା । ଗୋବିନ୍ଦ ବାବୁଙ୍କର ସ୍କୁଲରେ ରହିଲାବେଳେ ଘର କଥା ମନେ ପଡ଼େନାହିଁ । ସ୍କୁଲ ତାଙ୍କର ନିଜ ଘରଥରୁ ଅଧିକ ମାୟା ମମତାରେ ପୀଠସ୍ଥଳ । ସେ ସ୍କୁଲର କାର୍ଯ ଆରମ୍ବ ରୁ ସଫେଇ, ପ୍ରାର୍ଥନା ଘଣ୍ଟା ଠାରୁ ଆରମ୍ବ କରି ଛୁଟି ଘଣ୍ଟା ବାଜିବା ପର୍ଯ୍ଯନ୍ତ ପ୍ରାୟ ସ୍କୁଲ ଛାଡ଼ନ୍ତି ନାହିଁ । ସେ କୁହ ନ୍ତି, ଅନୁନ୍ନତ ମାଳ ଅଞ୍ଚଳରେ