ପିଲା ମାନଙ୍କୁସ୍କିମ୍ ଅନୁସାରେ ପାଠ ପଢ଼େଇବା ସମ୍ଭବ ନହେଁ । ସ ହରାଞ୍ଚଳରେ ଯେଉଁଠାରେ ଛାତ୍ର ଉପସ୍ଥାନ ପାଇଁ ଶିକ୍ଷକମାନେ ଚିନ୍ତା କରନ୍ତି ନାହିଁ ,ଛାତ୍ରମାନେ ବ ହିଖାତା ନିୟମିତ ଆଣନ୍ତି, ଘରକୁ ଦିଆଯା ଉଥିବା ପାଠ ପ୍ରସ୍ତୁତ କରି ଆସନ୍ତି ସେଠରେ ସ୍କିମ୍ ଅନୁଯାୟୀ ପାଠ ପଢ଼େଇ ହେବ , ତେଣୁ ସେ ନିଜେ ପିଲାଙ୍କୁ ନିଖନ ,ପଠନ, ଓ ଗଣିତ ଉପରେ ପ୍ରାଧାନ୍ଯ ଦେଇ ପଢ଼ାନ୍ତି , ପିଲାଙ୍କ ମୂଳଦୁଆକୁ ଏ ବିଷୟରେ ମଜଭୁତ୍ କରନ୍ତି । ସେ କନ୍ଧ ଭାଷାରେ ଲିଖିତ "କୁଇ କେରଣ୍ଡୀ" (କନ୍ଧ କାହାଣୀ) ଠାରୁ ଆରମ୍ଭ କରି "ମୋ ଛବି ବ ହି" ଓ ମୋ ପାଠବ ହି" ପର୍ଯ୍ଯନ୍ତ ଅନେକ ପୁସ୍ତକ ପିଲାଙ୍କୁ ପଢ଼ାଇଛନ୍ତି । ଜାତୀୟକରଣ ପୁସ୍ତକ ପିଲାଙ୍କୁ ପଢ଼ାଇଛନ୍ତି । ଜାତୀୟକରଣ ପୁସ୍ତକମାନେ ପ୍ରଚଳନ ପୂର୍ବରୁ ଓଡ଼ିଶାପାଠ୍ଯ ପୁସ୍ତକ କମିଟି ଦ୍ବାରା ମଞ୍ଜୁରୀପ୍ରାପ୍ତ ବିଭିନ୍ନପୁସ୍ତକ ପଢ଼ାଇଥାନ୍ତି । ପିଲାଙ୍କୁ ପୁସ୍ତକର ବିଷୟବସ୍ତୁ ନିଜେ ପଢ଼ାନ୍ତି । ବିଷୟର ଲକ୍ଷ୍ଯ ହୃଦୟଙ୍ଗମ କରି ତଦନୁଯା୍ୟୀ ଶିକ୍ଷାଦାନ କରନ୍ତି । ଏ ସଂପର୍କରେ ଗୋଟିଏ ନମୁନା ଦେଉଛି । ୩ୟ ଶ୍ରେଣୀ ପାଇଁ ଡ଼ଃ ମାୟାଧର ମାନସିଂ ହ ଙ୍କ ଲିଖିତ " ନାଗରିକ ପାଠମାଳା" ପୁସ୍ତକ ଫୁଲବାଣୀ ଜିଲ୍ଲାରେ ପ୍ରଚଳିତ ହେଲା । ଏ ବ ହିର ପ୍ରାର୍ଥନା ଥିଲା " ଅତି କ୍ଷୁଦ୍ର ଶିଶୁ ମୁହିଁ, ଭଲ ମନ୍ଦ ନ ଜାଣି, ପ୍ରଭୁ ତୁମେ ଭଲ ବାଟ ଦିଅ ବତାଇ ।
ଏହି ପୁସ୍ତକର ଦ୍ବିତୀୟ ପଦ୍ଯରେ କବି କ ହ ନ୍ତି ରାବଣ ଯେ ଘେନିଗଲା ସୀତା ଙ୍କିଉ ରଥରେ ରାମ ଲିକ୍ଷଣ କେହି ନାହାନ୍ତି ପାଶରେ ସୀତା କାନ୍ଦନ୍ତି ବିକଳେ, ଥିଲେ ମୁଁ ଥାଆନ୍ତି ଲଢ଼ି ରାବଣ ସାଥିରେ ।
ଦ୍ବିତୀୟ ପଦର ଭାବାର୍ଥ ହେଲା ଦୁଃଶାସନ ଦ୍ରୌପଦୀଙ୍କର କେଶ ବାସ ଝିଙ୍କି କୌରବମାନଙ୍କ ରାଜସଭାକୁ ଆଣିଲା । ସେତେବେଳେ ଦୌପାଦୀ ଅସ ହାୟା ଅବସ୍ଥାରେ କ୍ରନ୍ଦନ କରୁଥାନ୍ତି । ମୁଁ ଯଦି ସଠାରେ ଥାନ୍ତି ତେବେ ଦୁଃଶାସନ ସ ହିତ ଲଢ଼େ କରି ଦ୍ରୌପଦୀଙ୍କୁ ଉଦ୍ଧାର କରିଥାଆନ୍ତି । ଇମିତି ଆହୁରି ଚାରି ପାଞ୍ଚ ପଦ ଗୀତ । ପଦ୍ଯର ଶେଷରେ ଥିଲା ମୁଁ ସେଠାରେ ଥିଲେ ଲଢ଼େଇ କରିଥାନ୍ତି ।
ପାଠ୍ଯବର୍ଷର ଆରମ୍ଭରେ ତାଙ୍କ କେନ୍ଦ୍ରର ଶିକ୍ଷକ ସମ୍ମିଳନୀ ବସିଥାଏ । କେନ୍ଦ୍ର ପ୍ରଧାନ ଶିକ୍ଷକ ଗୋବିନ୍ଦବାବୁ ଶିକ୍ଷକମାନଙ୍କୁ ପ୍ରସ୍ନ କଲେ " ଏ ପଦ୍ଯରେ ମୁଁ ଲଢ଼େଇ କରିଥାନ୍ତି ।