ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସବୁଠାରେ ମଣିଷ ମରି ଶୋଇଲା । ସେଇ ବଙ୍ଗୀୟ ଶିକ୍ଷକ ନିଜ ବେତନରୁ ଖାଦ୍ୟ ଦ୍ରବ୍ୟ କ୍ରୟ କରି ଦୁଃସ୍ଥ ନିରନ୍ନ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ତାପରେ ଅନୁଗୋଳକୁ ଶିକ୍ଷା ବିଭାଗୀୟ ଡେପୁଟୀ ଇନିସ୍‌ପେକ୍ଟର ଭାବରେ ବଦଳି ହୋଇଥିଲେ ଏବଂ ୧୮୬୯ ମସିହାରେ କଟକରେ ନୂଆ ହୋଇ ସ୍ଥାପିତ ହୋଇଥିବା ନର୍ମାଲ ଟ୍ରେନିଂ ସ୍କୁଲ୍‌ର ସୁପରିନ୍‌ଟେନଣ୍ଡେଣ୍ଟ ବା ବିଦ୍ୟାଳୟର ତ‌ତ୍ତ୍ୱାବଧାରକ ଭାବରେ ନିଯୁକ୍ତି ପାଇଥିଲେ । ଶଣିବାକୁ ମିଳେ, ସେ ଗୋଟିଏ ଜମିକୁ ଜଣେ ଆଫଗାନ ଭଦ୍ରଲୋକ ଆମଜାନ ଖାଁଙ୍କ ଠାରୁ କିଣି ମାତ୍ର ଚାରିହଜାର ଟଙ୍କା ଖର୍ଚ୍ଚ କରି ଗୋଟିଏ ବିରଟ ପକ୍କାଘର ଠିଆ କରାଇଥିଲେ । ଏଥିପାଇଁ ତ‌ତ୍କାଲୀନ ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ୧୮୯୨ ମସିହାରେ ନିର୍ମିତ ଏହି ପକ୍କାଘରଟି ଏବେ ବିପଜ୍ଜନ‌କ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ତାର ରକ୍ଷଣାବେକ୍ଷଣ ଏକ ଜାତୀୟ ଦାୟିତ୍ୱ ।

ପୂର୍ବେ ଓଡ଼ିଶାରେ ଶିକ୍ଷକମାନଙ୍କ ପାଇଁ କୌଣସି ତାଲିମର ବ୍ୟବସ୍ଥା ନଥିଲା । ୧୮୬୯ ମସିହାରେ କଟକରେ ସର୍ବପ୍ରଥମେ ଶିକ୍ଷକ ତାଲିମ ବିଦ୍ୟାଳୟଟି ପ୍ରତିଷ୍ଠିତ ହେଲା । ଉକ୍ତ ଶିକ୍ଷାପ୍ରେମୀ ଦ୍ୱାରକାନାଥ ଚକ୍ରବର୍ତ୍ତୀ ହୋଇଥିଲେ ପ୍ରଥମ ପ୍ରଧାନ ଶିକ୍ଷକ ।