ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ବେଶ ଏମିତି ତାଙ୍କର ଥିଲା ପରିଧେୟ । ଅଳଗୋଣି ଛଡା ଏଗୁଡିକ ବାକ୍ସ ଦେଖନ୍ତି ନାହିଁ । ତାହାକୁ ସେ ଧୋଇ ଶୁଖାଇ ପିନ୍ଧନ୍ତି । ସବୁଦିନେ ସମାନ ବେଶ ପରିପାଟୀ । ଆଡମ୍ବରର ପ୍ରଶ୍ନ ନାହିଁ ।
ସେ ସମୟରେ ଅନ୍ୟ ସ୍କୁଲମାନଙ୍କରେ ସାଧାରଣତଃ ଶିକ୍ଷକମାନଙ୍କର ଅଲଗା ରୋଷେଇ ହୁଏ । ପୁଝାରୀଥାଏ । ସେ ରାନ୍ଧେ । କିନ୍ତୁ ଗୋବିନ୍ଦବାବୁଙ୍କ ପିଲାମାନେ ରନ୍ଧା ବଢା କରନ୍ତି । ଜଙ୍ଗଲ ସ୍କୁଲ କୁ ଲାଗିଛି । ସେଠାରୁ ଜାଳ କାଠ ଆଣନ୍ତି । ପିଲାମାନେ ପାଣି ଆଣନ୍ତି , ଗୋବିନ୍ଦ ମାଷ୍ଟୋରଙ୍କର ସ୍ଥାନୀୟ ଡାକ୍ତର , କମ୍ପୌଣ୍ଡର, ଥାନା ବାବୁ ,ରେଞ୍ଜର, ଅର୍ ଆଇ , ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ସମସ୍ତଙ୍କ ସାଙ୍ଗେ ଘନିଷ୍ଟ ସମ୍ପ୍ରର୍କ । ହଷ୍ଟେଲରେ କୋଣସି ପିଲାର ଦେହ ଖରାପ ହେଲେ ଡାକ୍ତର ବାବୁ , କମ୍ପା ଉଣ୍ଡର ବାବୁ ଆସି ଚିକି୍ସ୍ୟା କରନ୍ତି । ଔଷଧ ଇଞ୍ଜେକ୍ସନ ଯାହା ଥାଏ ଦିଅନ୍ତି । ନିଜେ ହେଡ୍ ମାଷ୍ଟରର ବାବୁ ବୋଲି ଶାଗୁ ତିଆରି ଦିଅନ୍ତି । କାରନ ପିଲା ମାନେ ଏହା ପ୍ରସ୍ତୁତ କରିପାରିବେ ନାହିକ୍ଷ । କେବଲ ହଷ