ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଜଗନ୍ନାଥବାବୁ [କାଲା କମ୍ପା ଉଣ୍ଡର] ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଆଦି ନିୟମିତ ଦେଇ ଚାଲିଥାନ୍ତି ।୧୯୬୬ ନଭେମ୍ବର ୧୧ ତାରିଖରେ ଗୋବିନ୍ଦ ବାବୁ ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କଲେ । ଫୁଲବାଣୀରେ ହାହାକାର ପଡ଼ିଗଲା ଶୋକର ଛାୟା ଖେଳିଗଲା ।

                      ଗୋବିନ୍ଦ  ମାଷ୍ର୍ଟେ   ଏ  ଭବସଂସାରର ସବୁ ମାୟାବନ୍ଧନ   ତୁଟାଇ ଚିରଦିନ ପାଇଁ ଚାଲିଗଲେ  ସତ, କିନ୍ତୁ  ତାଙ୍କର ନିରାଡ଼ମ୍ବର,  କର୍ମ ବ ହୁଳ ଆଦର୍ଶ ଶିକ୍ଷକଜୀବନ , ତାଙ୍କର ସଂଗଠନ ଛାତ୍ର ବାତ୍ସଲ୍ୟ , ବନ୍ଧୁ ସ୍ନେହ , ବିପଦରେ ଅସୀମ ଧେର୍ଯ୍ୟ , ପରୋପକାର ତାଙ୍କୁ ଫୁଲବାଣୀ ଲୋକଙ୍କ ମନରେ  ବଞ୍ଚାଇ ରଖିବ ଏଥିରେ ସନ୍ଦେହ ନାହିଁ । ଶିକ୍ଷାଦାନ  ସହ ଜନସେବାରେ ଜୀବନର ଶ୍ରେଷ୍ଟ ସମୟକୁ ବିନିଯୋଗ କରିଥିବା ଗୋବିନ୍ଦ ମାଷ୍ଟ୍ରେ ନିଶ୍ଚିତ ଦିବ୍ୟ ଗତି ଲାଭ କରିଥିବେ । ଶିକ୍ଷକ ଭବରେ ତାଙ୍କ  ଜୀବନାଦର୍ଶ      ଯଥାର୍ଥରେ     ପଥପ୍ରଦର୍ଶକ     ଓ     ସେଥିପାଇଁ        ଅନୁକରଣୀୟ ।