ନିତ୍ଯନ୍ତ ଅଭଦ୍ର ଓ ବଜାରୀ ପାଲଟି ଗଲାଣି। ଘଟଣା ଦୃଷ୍ଟିରୁ ସେମାନଙ୍କର ଏପରି ଧାରଣା ହେବା ଅସ୍ୱାଭାବିକ ନୁହେଁ। କିନ୍ତୁ ମୋର ବିଶ୍ୱାସ, ତୁମ୍ଭେମାନେ ଯେଉଁ ଭୁଲ୍ କରିଛ, ସେଥିଲାଗି ଆମେ ଅଧିକାଂଶରେ ଦାୟୀ। ତୁମ୍ଭେମାନ ପ୍ରକୃତରେ ବଜାରୀ ବା ଅଭଦ୍ର ନୁହଁ। ସମସ୍ତେ ଭଦ୍ରଘରର ପିଲା। କିନ୍ତୁ ତୁମମାନଙ୍କୁ ଏହାର ପ୍ରମାଣ ଦେବାକୁ ହେବ। ବାରିପଦା ସହରବାସୀଙ୍କୁ ଦେଖାଇବାକୁ ହେବ ଯେ ତୁମ୍ଭେମାନେ ସମସ୍ତେ ଭଦ୍ରଘରର ସନ୍ତାନ ଏବଂ ଭଦ୍ର ବ୍ଯବହାର ଶିଖିଛ। କ'ଣ ପାରିବ ନାହିଁ?
ଛାତ୍ରମାନେ ଏକ ସ୍ୱରରେ କହିଲେ, "ହଁ ସ।ର, ନିଶ୍ଚୟ ପାରିବୁ।" ହଲ୍ ଟି ପ୍ରକମ୍ପିତ ହୋଇ ପୁଣି ନୀରବ ହୋଇଗଲା।
ରାମ କୃଷ୍ଣ ବାବୁ କହିଲେ - "ସବୁବର୍ଷ ପୂଜା ପଟୁଆରରେ ଶିକ୍ଷକ , ହେଡ୍ ମାଷ୍ଟର ଓ ଲାଠିଧାରୀ ପୋଲିସ୍ ତୁମ ସାଥିରେ ଚାଲନ୍ତି। କିନ୍ତୁ ଏଥର ତୁମ ସାଥି ରେ କେହି ଯିବେ ନାହିଁ । ମୁଁ ବି ଯିବି ନାହିଁ । ତୁମ୍ଭମାନଙ୍କୁ ନିଜ ଦାୟିତ୍ୱରେ ଶୃଙ୍ଖଳାର ସହିତ ପୂଜା ପଟୁଆର ପରିଚାଳନା କରିବାକୁ ହେବ । କ'ଣ କହୁଛ ? ସେହି ଗୋଟିଏ ଉତ୍ତର , "ହଁ ସାର୍, ନିଶ୍ଚୟ କରିପାରିବୁ" । ତା' ଆରଦିନ କୋଡିଏ ଜଣ ସ୍ୱେଚ୍ଛାସେବକଙ୍କ ପାଇଁ ବ୍ଯାଜ୍ ତିଆରି କରାଗଲା। ପ୍ରତ୍ଯେକଙ୍କ ଛାତିରେ ଗୋଟିଏ ଲେଖାଏଁ ମାରିଦିଆଗଲା। ସେମାନଙ୍କ ମନରେ ଖୁବ୍ ଆନନ୍ଦ ଓ ଉତ୍ସା ହ ଭରିଗଲା। ସେମାନେ ଶୃଙ୍ଖଳାରେ ପିଲାମାନଙ୍କୁ ଧାଡ଼ିରେ ନେଇ ପୂଜାକାର୍ଯ୍ଯ ସମ୍ପାଦନ କଲେ। ବାରିପଦାବାସୀ ପିଲାମାନଙ୍କର ଶୃଙ୍ଖଳାଜ୍ଞାନ ଦେଖି ଅବାକ୍ ହେଲେ। ରାମକୃଷ୍ଣ ବାବୁ ଛାତ୍ରମାନଙ୍କୁ ଖୁବ୍ ପ୍ରଶଂସା କଲେ। ବିଦ୍ଯାଳୟରେ ଶାନ୍ତିଶୃଙ୍ଖଳା ଓ ସଦ୍-ଭାବର ବାୟୁମଣ୍ତଳ ଖେଳିଗଲା।
ଓଡ଼ିଶାର ସ୍ୱନାମଧନ୍ଯ ଶକ୍ଷାବିତ୍ ଓ ଶିଶୁସାହିତ୍ଯସ୍ରଷ୍ଟା ରାମକୃଷ୍ଣ ନନ୍ଦ ୧୯୦୬ ମସିହା ଫେବୃୟାରୀ ୧୫ ତାରିଖରେ ମାତା ଲକ୍ଷ୍ମୀଦେବୀ ଓ ପିତା ମଧୂସୁଦନଙ୍କ କୋଳରେ କଟକ ଜିଲ୍କା ଗୋବିନ୍ଦପୁର ଥାନାର ବାଈରୋଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମଧୁସୂଦନ ସେତେବେଳେ ମାଟ୍ରିକ ଯାଏ ପାଠ ପଢ଼ଥିଲେ ହେଁ ସରକାରୀ ଚାକିରି କରିନଥିଲେ। କୁଳୀନ ବ୍ରାହ୍ମଣ ପରିବାର ହେଲେ ମଧ୍ଯ ସେ ନିମ୍ନମଧ୍ଯବିତ୍ତ ଶ୍ରେଣୀ। ମାତ୍ର ତାଙ୍କ ସହଧର୍ମଣୀ, ଧର୍ମବତୀ, ସୁଗୃହିଣୀ ଓ ଲକ୍ଷ୍ମୀ ସ୍ୱରୂପିଣୀ ଥିଲେ।
ସେ କାଳରେ ଚାହାଳି ପିଲାମାନଙ୍କ ପାଇଁ ଥିଲା ଯମଭୁବନ। ସେଠାରେ ରାମକୃଷ୍ଣ ପାଠପଢ଼ା ଆରମ୍ଭ କରିଥିଲେ ହେଁ ସାତବର୍ଷ ବୟସରେ ତାଙ୍କର ପିତା ପୁତ୍ରର ଶିକ୍ଷାଭାର