ସହକର୍ମୀ ଥିବା ବାସୁଦେବ ମହାପାତ୍ର ଓ ରାମକୃଷ୍ଣ ବାବୁ ଏକତ୍ର ମିଶି ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଉପଯୋଗୀ ' ରଚନା ଦର୍ପଣ' ପୁସ୍ତକଟି ପ୍ରଣୟନ କରିଥିଲେ। ବାରିପଦା ରେ ମଧ୍ୟ ତାଙ୍କର ପ୍ରସିଦ୍ଧ ଡନକୁସ୍ତି ପାଣ୍ଡୁଲିପି ପ୍ରସ୍ତୁତ ହୋଇଥିଲା । ତାଙ୍କର ଅନ୍ୟତମ ରଚନା "ସଂଗ୍ରାମ ଓ ସାଧନା" ର ପ୍ରଥମ ଭାଗ ଏଠାରେ ରଚିତ ଓ ପ୍ରକାଶିତ। ସେଥିରେ ସ୍ଥାନିତ ହୋଇଥିବା କେତୋଟି ଚିତ୍ର ରାମକୃଷ୍ଣ ବାବୁ ନିଜେ ଅଙ୍କନ କରି ତାଙ୍କର କଳାତ୍ମକ ପ୍ରତିଭା ର ପରିଚୟ ଦେଇଥିଲେ। ଏହା ବ୍ୟତୀତ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ପ୍ରବନ୍ଧ ଆଦି ଓଡିଆ ଓ ଇଂରେଜୀ ଭାଷାରେ ଲିଖିତ ଓ ପ୍ରକାଶିତ ହୋଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କର କେତେକ ସହାୟକ ପୁସ୍ତକ ରଚନା କରିଥିଲେ ।
ରାମକୃଷ୍ଣଙ୍କ କୃତିତ୍ୱ ବହୁମୁଖୀ । ସେ ଅବସର ପାଇଲେ ଖଟଫିତା, ସତରଞ୍ଜି ଆସନ ଆଦି ବୁଣାବୁଣି କରୁଥିଲେ । ଛାତ୍ର ଓ ସହକର୍ମୀମାନଙ୍କ ସହିତ ଭଲି , ବ୍ୟାଡମିଣ୍ଟନ, ଟେନିସ୍ ଆଦି ଖେଳୁଥିଲେ । ଚିତ୍ର ଆଙ୍କିବାରେ ମଧ୍ୟ ତାଙ୍କର ଦକ୍ଷତା ଥିଲା। ବାରିପଦା ରେ ଅବସର ବିନୋଦନ ପାଇଁ ସେ ଏକ ନୂଆ ବିଦ୍ୟା ଫାଟୋଗ୍ରାଫି ଶିକ୍ଷା କରିଥିଲେ। କ୍ୟାମେରା ଓ ତା'ର ଛାପିବାର ଉପକରଣମାନ କିଣି ଫଟୋ ଉଠାଇବା, ଧୋଇବା ଓ ଛାପିବାର ବ୍ୟବସ୍ଥା କରିଥିଲେ । ଫଟୋ ଉଠାଇବାର ମାଦଳତାରେ ସେ ବିଭୋର ହୋଇ ଭୋକଶୋଷ ଭୁଲିଯାଉଥିଲେ ।
ଏବେ ଏକସମୟରେ ସେ ତିନୋଟି ହାଇସ୍କୁଲରୁ ନିମନ୍ତ୍ରଣ ପାଇଲେ ପ୍ରଧାନ ଶିକ୍ଷକ ହେବା ପାଇଁ। ପୁଣି ଟ୍ରେନିଂ କଲେଜର ଅଧ୍ୟକ୍ଷ ସ୍ୱର୍ଗୀୟ ମହେଶ ଚନ୍ଦ୍ର ପ୍ରଧାନ ତାଙ୍କୁ ଗୋଟିଏ ଭଲ ସରକାରୀ ହାଇସ୍କୁଲ ରେ ଶିକ୍ଷକତା କରିବାକୁ ପରାମର୍ଶ ଦେଲେ । ମାତ୍ର ରାମକୃଷ୍ଣ ବାବୁ ଭିଙ୍ଗାରପୁରରୁ ମି, ଇ ,ପାସ୍ କରିଥିବାରୁ ପୁରୁଣା ଜାଗାର ସମ୍ପର୍କ ଦୃଷ୍ଟିରୁ ସେଠାକୁ ଯାଇ ଭଲ କରି ହାଇସ୍କୁଲଟିକୁ ଗଢିବାକୁ ସ୍ଥିର କଲେ । ଶେଷରେ ଭିଙ୍ଗାରପୁର ବକ୍ରେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ସେ ଯୋଗଦେଲେ। ମାତ୍ର ତାର ଦୟନୀୟ ଅବସ୍ଥା ସମ୍ପର୍କରେ ରାମକୃଷ୍ଣ ଲେଖିଛନ୍ତି "କୁଶଭଦ୍ରା ନଦୀର ଦକ୍ଷିଣ ପାର୍ଶ୍ୱ ରେ ଏକ ପ୍ରଶସ୍ତ ମୁକ୍ତ ପ୍ରାନ୍ତର ମଧ୍ୟରେ ଚୌଧୁରୀ ଗଙ୍ଗାଧର ଦାଶଙ୍କ ସ୍ୱପ୍ନର ଶିକ୍ଷା ମନ୍ଦିର ଶ୍ରୀବକ୍ରେଶ୍ୱର ହାଇସ୍କୁଲ ଗୋଟିଏ ରୁଗଣ ଶିଶୁପରି ଯେତେବେଳେ ଖାଦ୍ୟପାଇଁ ଅଣ୍ଡାଳି ହେଉଥିଲ। , ସେତିକିବେଳେ ତା'ର ଲାଳନ ପାଳନ ଦାୟିତ୍ୱ ନେଇ ସେଠାରେ ମୁଁ ଉପସ୍ଥିତ ହେଲି । ଏହି ସ୍କୁଲର ଚାରୋଟି ଶ୍ରେଣୀରେ ମୋଟ ଛାତ୍ର ସଂଖ୍ୟା ୧୫୦ ରୁ କମ୍ । ଦୁଇଜଣ ମାତ୍ର ଗ୍ରାଜୁଏଟ୍ ଶିକ୍ଷକ ସଦ୍ୟ ଡି.ଇଡି. ପାସ୍ କରି ଯୋଗ