ଦେଇଥିଲେ । ଛାତ୍ରାବାସରେ ବହୁ ସ୍ଥାନ ଖାଲି ପଡୁଥାଏ । ଛାତ୍ର ସଂଖ୍ଯାବୃଦ୍ଧିର କୌଣସି ଆଶା ନ ଥିବାରୁ ମାଇନର ସ୍କୁଲଟି କୁ ଆଣି ଏଥି ସହିତ ମିଶାଇବା କୁ ମ୍ଯାନେଜିଙ୍ଗ କମିଟି ନିଷ୍ପତ୍ତି ନେଇଥିଲେ । ବିଦ୍ଯାଳୟର ଦୁଃସ୍ଥ ଆର୍ଥିକାବସ୍ଥା । ଗଙ୍ଗାଧର ଦାଶଙ୍କ ଦାନ ଉପରେ ଏହା ଥିଲା ସମ୍ପୂର୍ଣ୍ଣ ନିର୍ଭରଶୀଳ ।
ଗଙ୍ଗାଧର ବାବୁ ପୁଣି ସ୍କୁଲର ପ୍ରଧାନ ପୃଷ୍ଠପୋଷକ ଓ ପ୍ରାଣ ପ୍ରତିଷ୍ଠାତା ହୋଇଥିବାରୁ ଅନେକ କାର୍ଯ୍ଯ ମ୍ଯାନେଜିଂ କମିଟିର ମତାମତ ନ ନେଇ କରିଥିଲେ ଏବଂ ଏଥିପାଇଁ କେତେକ ସଭ୍ଯ ସ୍କୁଲ ପ୍ରତି ବୀତସ୍ପୃହ ହୋଇଥିଲେ । ମାତ୍ର ରାମକୃଷ୍ଣ ବାବୁ ସମସ୍ତଙ୍କୁ ନେଇ ସ୍କୁଲ ପରିଚାଳନା କଲେ । ମନମୁଖୀ କାର୍ଯ୍ଯ ବନ୍ଦ କରି ଗଣତାନ୍ତ୍ରିକ ନୀତିରେ ସ୍କୁଲରେ ଥିବା ବିଶୃଙ୍ଖଳା ଦୂର କଲେ। ପାଠାଗାର ରେ ପୂର୍ବରୁ ହେଳା ହୋଇଥିବାରୁ ପିଲାମାନେ ବିଭିନ୍ନ ବିଷୟ ରେ ଦୁର୍ବଳ ହୋଇଥିଲେ। ସେମାନଙ୍କୁ ଘଣ୍ଟାଏ ଲେଖାଏଁ ଘରେ ସେ ପଢାଇଲେ। ଫଳରେ ପିଲାମାନେ ପାଠ ପଢାରେ ଉନ୍ନତି କରିବା ସଙ୍ଗେ ସଙ୍ଗେ ବିଶ୍ୱବିଦ୍ଯାଳୟ ପରୀକ୍ଷା ରେ କୃତିତ୍ୱ ସହିତ ଉତ୍ତୀର୍ଣ୍ଣ ହେଲେ । ରାମକୃଷ୍ଣ ବାବୁ ଯର୍ଥାଥରେ ଲେଖିଛନ୍ତି,"ଆତ୍ମ ପ୍ରତ୍ଯୟ ସବୁକ୍ଷେତ୍ରରେ ଅଗ୍ରଗତିରେ ସାହାଯ୍ଯ କରେ । ଏହା ନ୍ଯୂନ ମନୋଭାବର ବିପରୀତ ଲକ୍ଷଣ । ଛାତ୍ର ଜୀବନ ରେ ବାଧାବିଘ୍ନ ମଧ୍ଯ ରେ ଗତି କରି ଓ ଅସହଯୋଗ ଆନ୍ଦୋଳନ ରେ ଯୋଗଦେଇ ମୁଁ ଯେଉଁ ଦୃଢ ମନୋବଳ ଅର୍ଜନ କରିଥିଲି ତାହା ମୋତେ ପରର୍ବତ୍ତୀ ଜୀବନରେ ଯଥେଷ୍ଟ ସାହାଯ୍ଯ କରିଛି। ଅଭାବ ଅସୁବିଧା ମୋତେ କେବେ ଭୟଭୀତ କରିନାହିଁ କି ଚାକିରୀର ମୋହ କେବେ ନୀତିଭ୍ରଷ୍ଟ କରିନାହିଁ । ମୁଁ ନିର୍ଭୟରେ କର୍ତ୍ତବ୍ଯ ସମ୍ପାଦନ କରି ସବୁଠାରେ ସୁଫଳ ପାଇଛି।"
ରାମକୃଷ୍ଣ ବାବୁଙ୍କ ଦୃଢତା ,କର୍ମନିଷ୍ଠା ଓ ଗଣତାନ୍ତ୍ରିକ ପଦକ୍ଷେପ ଯୋଗୁଁ ବକ୍ରେଶ୍ୱର ହାଇସ୍କୁଲର ସର୍ବାଙ୍ଗୀନ ବିକାଶ ଘଟିଥିଲା। ଯେଉଁ ଛାତ୍ରବାସରେ ସ୍ଥାନ ଖାଲି ପଢୁଥିଲା , ସେଠାରେ ନୂତନ ଗୃହ ନିର୍ମାଣ କରିବାକୁ ହେଲା। ଯୋଗ୍ଯତା ଭିତ୍ତରେ ଦରିଦ୍ର ଛାତ୍ରମାନଙ୍କୁ ବୃତ୍ତି ଦିଆଗଲା। ଧନାର୍ଢ୍ଯ ଚୌଧୁରୀ ବଂଶର ଆଭିଜାତ୍ଯ ଓ ତଜ୍ଜର୍ନିତ କ୍ଷମତାଲିପସା ଶୃଙ୍ଖଳିତ ଓ ନିୟନ୍ତ୍ରିତ ହେଲା । ରାମକୃଷ୍ଣ ବାବୁଙ୍କ ସାହସ ଓ ସମୟାନୁବର୍ତ୍ତୀତା ସମ୍ପର୍କରେ ଏକ ଘଟଣା ଉଲ୍ଲେଖନୀୟ -
"ବାର୍ଷିକ କ୍ରୀଡା ପ୍ରତିଯୋଗିତା ହେଉଥାଏ । ଅପରାହ୍ନ ୪ଟା ବେଳକୁ ଆରମ୍ଭ ହେବ ବୋଲି ନିମନ୍ତ୍ରଣ ପତ୍ର ରେ ସମୟ ଦିଆଯାଇଥାଏ । ବାଲିଅନ୍ତା ଓ ନିକଟବର୍ତ୍ତୀ ଗ୍ରାମମାନଙ୍କ ରୁ