କେତେକ ଭଦ୍ରବ୍ଯକ୍ତି ଆସିଗଲେ । କିନ୍ତୁ ପରିଚାଳନା ସମିତିର ସଭାପତି ଓ ସମ୍ପାଦକ ଆସିନଥାନ୍ତି । ନିରୂପିତ ସମୟ ହୋଇଯିବାରୁ ସ୍ପୋର୍ଟସ୍ ଆରମ୍ଭ କରିବାକୁ ମୁଁ ନିର୍ଦ୍ଦେଶ ଦେଇଦେଲି । ପ୍ରାୟ ଅଧ ଘଣ୍ଟାକ ପରେ ସେ ଦୁଇଜଣ ଆସି ପହ୍ଞ୍ଚିଲେ । ସେତେବେଳକୁ କେତେଗୁଡିଏ ଖେଳ ସରିଗଲାଣି। ସଭାପତି ଓ ସମ୍ପାଦକ ନ ଆସୁଣୁ କାର୍ଯ୍ଯକ୍ରମ ଆରମ୍ଭ ହେବା ସ୍କୁଲ ଇତିହାସରେ ବୋଧ ହୁଏ ପ୍ରଥମକଥା । ମନରେ ତାଙ୍କର କ୍ଷୋଭ ଆସିଗଲା । କାର୍ଯ୍ଯ ଶେଷରେ ଭାଷଣ ଦେବାବେଳେ କଟୁ ମନ୍ତବ୍ଯ ପ୍ରକାଶ କଲେ । ମୋତେ ବାଧିଲା।" ରାମକୃଷ୍ଣବାବୁ ମଧ୍ଯ ସେହି ସତ୍ତାରେ ଉକ୍ତ ମନ୍ତବ୍ଯର ଉତ୍ତର ଦେଲେ । କେତେକ ଏହାକୁ ତାଙ୍କର ଧୃଷ୍ଟତା ତ କିଏ ସ୍ପଷ୍ଟବାଦିତା ମନେ କଲେ ।
ସେହିପରି ଆଉ ଦିନକର କଥା । ଚୌଧୁରୀ ନୀଳକଣ୍ଠ ଦାଶ ସ୍କୁଲର ସଭାପତି ଓ ଉଚ୍ଚଶିକ୍ଷିତ ମଧ୍ଯ । ସା ଗୋଟିଏ ଶ୍ରେଣୀରେ ପଶି ଶିକ୍ଷକଙ୍କର ଶିକ୍ଷାଦାନ ଦେଖି ସ୍କୁଲ ଅଫିସ୍କୁ ଆସିଲେ । ସେହି ଶ୍ରେଣୀରେ ତାଙ୍କର ପୁଅ ପଢୁଥାଏ। ରାମକୃଷ୍ଣ ବାବୁଙ୍କୁ କହିଲେ, "ହେଡମାଷ୍ଟ୍ରେ, ମୁଁ ଭାବୁଛି ମୋ ପୁଅର ଏଠାରୁ ଟ୍ରାନ୍ସଫର୍ ନେଇ ଯିବି।" ରାମକୃଷ୍ଣ ବାବୁ ପଚାରିଲେ "କାହିଁକି ? କ'ଣ ହେଲା କି" ? ସ୍କୁଲରେ ଭଲ ପଢା ହେଉ ନାହିଁ ବୋଲି ଅଭିଯୋଗ କରି ତା'ର ପ୍ରମାଣ ସ୍ୱରୂପ ଶିକ୍ଷକ ସେ ଦିନ ଶ୍ରେଣୀରେ ଅଙ୍କ ଠିକ୍ ଭାବରେ ପଢାଇନଥିଲେ ବୋଲି କହିଲେ। ରାମକୃଷ୍ଣ ବାବୁ ତାଙ୍କୁ ଉତ୍ତର ଦେଲେ , "ସ୍କୁଲରେ କିପରି ଭଲ ପଢାପଢି ହେବ, ସେଥିଲାଗି ତ ମୁଁ ଓ ମୋର ସହର୍କମୀମାନେ ଯଥାସାଧ୍ଯ ଚେଷ୍ଟା କରୁଛୁ । ଆଉ ବିଶ୍ୱବିଦ୍ଯାଳୟର ପରୀକ୍ଷାଫଳକୁ ଯଦି ପାଠପଢାର ମାପକାଠି ବୋଲି ଧରାଯାଏ , ତେବେ ଆମ ସ୍କୁଲ ସେ ଦିଗରେ ଖୁବ୍ ଭଲ କରୁଛି। ଏହା ସତ୍ତ୍ୱେ ଯଦି ଆପଣ ସନ୍ତୁଷ୍ଟ ନହୋଇ ପିଲାକୁ ଉଠାଇ ନେବାକୁ ଚାହାନ୍ତି, ଦୁଃଖର ସହିତ ତାକୁ ବିଦାୟ ଦେବା ଛଡା ଆମେ ଆଉ କ'ଣ କରିପାରିବୁ। ଏପରି ଉତ୍ତର ସେ ଆଶା କରିନଥିଲେ। ତେଣୁ ସଂଗେ ସଂଗେ ସ୍ୱର ବଦଳାଇ କହିଲେ,"କ'ଣ କହୁଛିକି ରାମକୃଷ୍ଣ ବାବୁ, ଆମ ତ୍ରିଲୋଚନ ସବୁବେଳେ ଗାଁ ଟୋକାଙ୍କ ସଙ୍ଗେ ବୁଲୁଛି। ଆମେ ପିଲାଦିନେ ଦେଖିଛୁ, ହେଡମାଷ୍ଟର ଓ ଶିକ୍ଷକମାନେ ରୀତିମତ ପିଲାମାନଙ୍କ ଘରକୁ ଯାଇ କିଏ କ'ଣ କହୁଛି, ଦେଖୁଛି, ଏଠିତ ସେସବୁ କିଛି ହୋଇନାହିଁ ।
ରାମକୃଷ୍ଣ ବାବୁ ଉତ୍ତର ଦେଇଥିଲେ- "ଆପଣ ଜଣେ ଶିକ୍ଷିତ ଅଭିଭାବକ , ପିଲା ଯେତେବେଳେ ଶିକ୍ଷିତ ବାପାମାଆଙ୍କୁ ପାଖରେ ରହିଛି ବୋଲି ଜାଣୁଛୁ ଆମେ ସେ କ୍ଷେତ୍ରରେ