ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଟିକିଏ ଶିଥିଳ ହୋଇଯାଇଛୁ । ନଈ ପାରି ହୋଇ ସେପାରି କୁ ଯିବା ସବୁବେଳ ସମ୍ଭବ ହୁଏ ନାହିଁ । ତା' ଛଡା ପିଲା ଆମ ପାଖରେ ସାଢେ ୧୦ଟାରୁ ୪ଟା ଯାଏ ଅଛି , ଅବଶିଷ୍ଟ ସମୟ ତ ଆପଣଙ୍କ ପାଖରେ । ଆପଣ ତାକୁ ଶାସନ କରୁନାହାନ୍ତି କାହିଁକି?"

"ମୁଁ କ'ଣ ସବୁ ବେଳେ ଘରେ ରହୁଛି ଯେ , ଦେଖିବି?" "ତେବେ ଆପଣ ତାକୁ ହଷ୍ଟେଲରେ ଛାଡି ଦିଅନ୍ତୁ। ୨୪ ଘଣ୍ଟା ଆମ ତତ୍ତ୍ୱାବଧାନରେ ରହିବ ।"

"ମୋର ଆପତ୍ତି ନାହିଁ, କହିବେ ଯଦି କାଲିଠାରୁ ଛାଡିଦେବି।"

"ହଷ୍ଟେଲର ଖଡା କଖାରୁ ସିଝା ଓ ବଗଡା ଭାତ ସେ ଖାଇପାରିବ ତ ?"

"ନିଶ୍ଚୟ ପାରିବ ।"

ନୀଳକଣ୍ଠ ବାବୁ ଖୁବ୍ ଦୃଢ ମନ। ଓ ଶିକ୍ଷାବିତ୍ ମଧ୍ଯ । ସେ ନିଜେ ଭୁବନେଶ୍ୱର ହାଇସ୍କୁଲରେ ହେଡମାଷ୍ଟର ଥିଲେ । ତା' ପର ଦିନଠାରୁ ତାଙ୍କ ପୁଅ ଆସି ହଷ୍ଟେଲରେ ରହିଲା । ଏହିପରି ବହୁ ଘଟଣା ରାମକୃଷ୍ଣ ବାବୁ ଦୃଢତା ଓ ନୀତିବାଦିତା ଦେଖାଇ ବିଦ୍ଯାଳୟର ପରିଚାଳନାଗତ ଶୃଙ୍ଖଳା ଓ ସୁଶିକ୍ଷାର ବ୍ଯବସ୍ଥା କରିପାରିଥିଲେ । ବିଦ୍ଯଳୟର ପ୍ରତିଷ୍ଠାତା ଓ ପୃଷ୍ଠପୋଷକ ତଥା ସମ୍ପାଦକ ମଧ୍ଯ ବିଦ୍ଯାଳୟର କାର୍ଯ୍ଯରେ ହସ୍ତକ୍ଷେପ କରିପାରି ନଥିଲେ । ତ‌ତ୍ତ୍କାଳୀନ ତ୍ତ୍କାଳୀନ ଡିପି ଆଇ ଶ୍ଯାମଚନ୍ଦ୍ର ତ୍ରିପାଠୀଙ୍କ ସହିତ ତାଙ୍କର ସଦଭାବ ଥିଲା । ତ୍ରିପାଠୀ ସାହେବ ଉଚ୍ଚ ସ୍କୁଲ ପରିଦର୍ଶନ କରି ଖୁବ୍ ସନ୍ତୁଷ୍ଟ ହୋଇ ସମ୍ପାଦକଙ୍କୁ କହିଥିଲେ। " You have snatched a gem from my Department" (ମୋ ବିଭାଗରୁ ଆପଣ ଏକ ରତ୍ନ ଛଡାଇ ନେଇଛନ୍ତି)। ସେ ତାଙ୍କ କଟକ କଲିଜିଏଟ୍ ସ୍କୁଲରେ ରାମକୃଷ୍ଣ ବାବୁଙ୍କୁ ରଖିବାକୁ ଚାହିଁଥିଲେ । ମାତ୍ର ସ୍ୱାଧୀନଚେତା ରାମକୃଷ୍ଣ ବାବୁ ଭିଙ୍ଗାରପୁର ବକ୍ରେଶ୍ୱର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ହୋଲଥିଲେ । ନିଜେ ସ୍ୱାଧୀନ ଭାବେ ନୀତି ଓ ନିୟମ ମାନି ନିଜର କର୍ତ୍ତବ୍ଯ କରିଥିବାରୁ ରାମକୃଷ୍ଣ ବାବୁ ବିଶେଷ ସାହସୀ ଓ ଆତ୍ମ ବିଶ୍ୱାସୀ ଥିଲେ । ଏହାର ଏକ ଦୃଷ୍ଟାନ୍ତ ଦେବାର ଲୋଭ ସମ୍ବରଣ କରି ହେଉନାହିଁ।

ଥରେ ତାଙ୍କୁ ପ୍ରଧାନ ଶିକ୍ଷକ ଭାବରେ ଇନିସ୍ପେକ୍ଟରଙ୍କ ସ୍କୁଲ ପରିଦର୍ଶନର ସମ୍ମୁଖୀନ ହେବାକୁ ପଡିଲା । ଗ୍ରୀଷ୍ମଛୁଟି ପରେ ସ୍କୁଲ ଖୋଲିବା ଦିନ ଇନ୍ସପେକ୍ଟର ଏସ୍ ରାୟ ପରିଦର୍ଶନରେ ଆସିବାର କାର୍ଯ୍ଯକ୍ରମ ଆସିବାରୁ ସେକ୍ରେଟାରୀ ରାମକୃଷ୍ଣ ବାବୁଙ୍କୁ

୧୬୫